PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଟ୍ରାଫିକ ପୁଲିସ ଘରେ ଚଢ଼ାଉ ବେଳେ ଟଏଲେଟ୍ ଘରେ ଯାହା ଦେଖିଲେ, ଆଶ୍ଚର୍ଯ୍ୟ ହୋଇଗଲେ ପୁଲିସ୍

pic-ndtv

ମସ୍କୋ: ଟ୍ରାଫିକ୍ ପୁଲିସ ମୁଖିଆଙ୍କ ଘରେ ପହଞ୍ଚିଥିଲା ପୁଲିସ। ଘରେ ପହଞ୍ଚିବା ମାତ୍ରେ ପୁଲିସ ଯାହା ଦେଖିଲା ଆଖିକୁ ବିସ୍ୱାସ କରିପାରିଲ ନାହିଁ। ରାଜମହଲ ଭଳି ଘର ସାଙ୍ଗକୁ ଝରକା, କବାଟ, ବେଡ୍‌ ଲାଇଟ୍‌ ଆଦି ସବୁ ଥିଲା ସୁନାରେ ତିଆରି।

ହେଲେ ପୁଲିସକର୍ମୀଙ୍କୁ ସବୁଠାରୁ ଆଶ୍ଚର୍ଯ୍ୟ ସେବେ ଲାଗିଲା ଯେ ସେମାନେ ଟ୍ରୁଫିକ୍ ପୁଲିସ ମୁଖିଆଙ୍କ ପାଇଖାନା ଘରେ ତଲାସୀ କଲେ। ସେଠି ଟିଏଲେଟ୍‌ ବି ଥିଲା ସୁନାରେ ତିଆରି। ଏସୁ ଦେଖିବା ପରେ ସମସ୍ତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏହି ଘଟଣା ହେଉଛି ସୁଦୁର ଋଷିଆରେ। ରଷ ଅଧିକାରୀମାନେ ହଜାର ହଜାର ଡଲାର ଲାଞ୍ଚ କାରବାର ଖୁଲାସା କରିଛନ୍ତି। ଏଥିରେ ଅନେକ ଟ୍ରାଫିକ ପୁଲିସ ସାମିଲ ଅଛନ୍ତି। ହେଲେ ଟ୍ରାଫିକ ପୁଲିସର ମୁଖ୍ୟଙ୍କ ଶୌଚାଳୟ କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସୌଚାଳୟରେ ଟୟଲେଟ୍‌ ସୁନାରେ ତିଆରି ହୋଇଥିବା ବେଳେ ଚଟାଣ ବି ଠିକ୍ ମେଳ କରି ବସାଯାଇଛି। ପୂରା ରାଜକୀୟ ଠାଣୀ।

ଦି ମସ୍କୋ ଟାଇମ୍ସର ସୂଚନା ଅନୁସାରେ, ଟ୍ରାଫିକ୍ ପୁଲିସ କର୍ଣ୍ଣେଲ୍ ଅଲେକ୍ସୀ ସଫୋନୋବଙ୍କୁ ଏହି ଲାଞ୍ଚ କାରବାର ଅଭିଯୋଗରେ ଗିରଫ କରାଯାଇଛି। ଆଉ ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ବିରୋଦରେ କଠୋର କାର୍ଯ୍ୟାନୁଷ୍ଠନ ହେବ ବୋଲି ଋଷିଆ ଯାଞ୍ଚ ଏଜେନ୍ସି କହିଛି।

ତେବେ ସଫୋନୋବଙ୍କ ଘର ଯାଞ୍ଚ ବେଳେ ଯାଞ୍ଚକର୍ମୀ ତାଙ୍କ ରାଜମହଲ ଭଳି ଘରର ଫଠୋ ଉଠାଇ ଟ୍ୱିଟ୍ କରି ସୂଚନା ଦେବା ସହିତ ଭିଡିଓ ବି କରିଛନ୍ତି।  ଭିଡିଓରେ ଫର୍ଣ୍ଣିଚର ହେଉ କି ଘରର ସାଜସଜା ସବୁ ସୁନାରେ ହୋଇଛି। ତେବେ ସୁନାର ଉପଯୋଗ ଟୟଲେଟ୍‌ରେ ଏହା କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ସମ୍ବନ୍ଧିତ ଖବର