ସାତପଡ଼ାରେ ହେବ ଗଲ୍ଫ ରିସର୍ଟ

ପୁରୀ,୨୮/୦୮: ପୁରୀ ଜିଲ୍ଳା ସାତପଡ଼ାରେ ହେବ ଗଲ୍ଫ ରିସର୍ଟ । ଏନେଇ ପ୍ରଶାସନ ଜମି ଯୋଗାଇ ଦେବ। ମେ ଫେୟାର ହୋଟେଲ ଆଣ୍ଡ ରିସର୍ଟ ଲିମିଟେଡ୍‌ ଏହି ରିସର୍ଟ କରିବ। ଲ୍ୟାଣ୍ଡ ଆଲଟମେଣ୍ଡ କମିଟି ବୈଠକରେ ଏନେଇ ଇଡ୍‌କୋ ନିଷ୍ପତ୍ତି ନେଇଛି। ମୋଟ ୬ ପ୍ରକଳ୍ପକୁ ମଞ୍ଜୁରୀ ଭିତରେ ଏହା ଗୋଟିଏ ରହିଛି ।

ଏହି ପ୍ରକଳ୍ପ ନିମନ୍ତେ ସରକାର ଜମି ଯୋଗାଇ ଦେବେ। ଏହି ରିସର୍ଟ କରିବା ନିମନ୍ତେ ପ୍ରାୟ ୧୬ ଏକର ଜମି ଆବଶ୍ୟକ ପଡ଼ୁଥିବା ବେଳେ ଖର୍ଚ୍ଚ ଅଟକଳ ୧୨୫ କୋଟି ରହିଛି । ରିସର୍ଟରେ ଅତି ବିଳାସପୂର୍ଣ୍ଣ ୧୨୫ ରୁମ୍‌, ବୈଠକ ଘର, ଗଲ୍ଫ ଖେଳିବା ବ୍ୟବସ୍ଥା, ଇନ୍‌ଡୋର ୱାର୍ଟର ସ୍ପୋର୍ଟସ ବ୍ୟବସ୍ଥା, କ୍ରାଫ୍ଟ ଭିଲେଜ ଏବଂ ରେଷ୍ଟୁରାଣ୍ଟ ପ୍ରଭୃତି ହେବ ବୋଲି ଜଣାପଡ଼ିଛି। ଏହି ପ୍ରକଳ୍ପ ସ୍ଥାନୀୟ ଲୋକଙ୍କୁ କର୍ମସଂସ୍ଥାନ ଦେବାରେ ସହାୟକ ହେବ ବୋଲି ଆଲୋଚନା ହେଉଛି।

   ସମ୍ବନ୍ଧିତ ଖବର


ଅର୍ଥ ସାଜିଛି ବାଧକ, ବାପାର ଚିକିତ୍ସା ପାଇଁ ବିକ୍ରି ହେବ ପୁଅ!

ରାଜ୍ୟରେ କରୋନା ନେଲା ୧୬ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୮୭କୁ ବୃଦ୍ଧି

ଓଲାଗି ନାଗାର୍ଜୁନ ବେଶ ସଂଗ୍ରହାଳୟରେ ରହିବ, ଚଳିତଥର ହେବନି ପତିତପାବନଙ୍କ ବେଶ

ରାଜ୍ୟରେ କୋଭିଡ ଟିକା ସଂରକ୍ଷଣ ପାଇଁ ଭିତ୍ତିଭୂମି ସମସ୍ୟା: ୫୦ ହଜାର ଟିକା ସଂରକ୍ଷଣ ପାଇଁ ସମ୍‌ରେ ପ୍ରସ୍ତୁତି

ଆଜିଠୁ ପଞ୍ଚୁକ, ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ

କଟକ IIFL ଶାଖାରୁ ଲୁଟ୍ ଘଟଣା : ଜଣେ ମହିଳାଙ୍କ ସମେତ ୪ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା