
ଭିଟାମିନ୍ ଓ ହାଇପ୍ରୋଟିନ୍ରେ ଭରପୂର ଅଖ୍ରୋଟ୍ । ଅଖ୍ରୋଟ୍ ଖାଇବା ବ୍ୟତୀତ ଏହାର ତେଲ ତ୍ୱଚା ସୌନ୍ଦର୍ଯ୍ୟ ପାଇଁ ଖୁବ୍ ଉପକାରୀ । ଅଖ୍ରୋଟ୍ରେ ଫାଇବର, ଓମେଗା-୩, ପ୍ରୋଟିନ୍ ଓ ଅନ୍ୟାନ୍ୟ ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଭରି ହୋଇ ରହିଛି । ଏହି ତେଲ ତ୍ୱଚାର ବିଭିନ୍ନ ସମସ୍ୟାକୁ ଦୂର କରିଥାଏ । ତ୍ୱଚାର ସମସ୍ୟା ଯଥା ବ୍ରଣ, ଡାର୍କ ସର୍କଲ୍ ଓ ରିଙ୍କଲ୍ସ ଆଦିକୁ ଦୂର କରିବା ପାଇଁ ଅଖ୍ରୋଟ୍ ତେଲର ବ୍ୟବହାର କରିପାରିବେ । ଏହି ତେଲ ତ୍ୱଚାକୁ ସୁନ୍ଦର କରିବା ସହ ଦାଗ ଚିହ୍ନକୁ ମଧ୍ୟ ଦୂର କରିଥାଏ । ଏହି ତେଲ ହାତକୁ ଚିକ୍କଣ ଲାଗିବା ସହ ବହୁ ପୋଷକ ତତ୍ତ୍ୱରେ ସମୃଦ୍ଧ । ଏହାକୁ ତ୍ୱଚାରେ ନିୟମିତ ଲଗାଇଲେ ରିଙ୍କ୍ଲ୍ସ ଓ ଫାଇନ୍ ଲାଇନ୍ ଆସି ନଥାଏ । ତା’ ସହ ତ୍ୱଚାକୁ ସବୁବେଳେ ସତେଜ ଓ ଯୁବସୁଲଭ ରଖିଥାଏ । ଏଥିସହିତ ତ୍ୱଚାର ବିଭିନ୍ନ ଫଙ୍ଗାଲ୍ ଇନ୍ଫକ୍ସେନକୁ ମଧ୍ୟ ରୋକିଥାଏ । ସେହିଭଳି ଏହି ତେଲ ଚର୍ମରେ ହେଉଥିବା ସୋରିଆସିସ୍ଜନିତ ଯନ୍ତ୍ରଣାକୁ ମଧ୍ୟ କମ୍ କରିଥାଏ ।
ବର୍ତ୍ତମାନ ସମୟରେ ପ୍ରଦୂଷିତ ବାତାବରଣ, ଧୂଳି ଓ ଖରା ଆଦି ସଂସ୍ପର୍ଶରେ ଆସିବା ଦ୍ୱାରା ମହିଳାମାନେ ବୟସ ବଢିବା ପୂର୍ବରୁ ବୟସ୍କ ଲାଗୁଛନ୍ତି । ତେଣୁ ସେମାନେ ବାଧ୍ୟତାମୂଳକ ଭାବେ ବିଭିନ୍ନ ଆଣ୍ଟି ଏଜିଂ ଉତ୍ପାଦ ବ୍ୟବହାର କରୁଛନ୍ତି । ଅବଶ୍ୟ କେମିକାଲଯୁକ୍ତ ଆଣ୍ଟି ଏଜିଂ ଉତ୍ପାଦର ବିକଳ୍ପ ଭାବେ ଅଖରୋଟ୍ ତେଲ ବ୍ୟବହାର କରିପାରିବେ । ଏହି ତେଲରେ ଥିବା ଭିଟାମିନ୍ ଓ ଖଣିଜ ପଦାର୍ଥ ବୟସ ବଢାଉଥିବା ପ୍ରକ୍ରିୟା ବିରୋଧରେ ଲଢି ବୟସକୁ ବାନ୍ଧି ରଖିଥାଏ ବୟସକୁ ରୋକିଥାଏ