ରିଲିଜ ହେଲା ‘ଗୁଡ୍ ନ୍ୟୁଜ୍’ର ଟ୍ରେଲର, ହସି ହସି ଗଡିବେ ଦର୍ଶକ

ମୁମ୍ବାଇ ୧୮/୧୧: ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଗୁଡ୍ ନ୍ୟୁଜ୍’ର ଟ୍ରେଲର ରିଲିଜ ହୋଇସାରିଛି । ପୂର୍ବରୁ ଏହାର ପୋଷ୍ଟର ସୋସିଆଲ ମିଡିଆରେ ଧମାଲ୍ ମଚାଇଥିଲା । ଆଉ ଏବେ ଏହାର ଟ୍ରେଲରକୁ ଦେଖିଲେ ଜଣା ପଡୁଛି ଯେ ଫିଲ୍ମ ଦେଖିବା ସମୟରେ ସିନେମା ହଲରେ ସମସ୍ତେ ହସି ହସି ଗଡିବେ । ଅକ୍ଷୟ କୁମାର ଓ କରୀନା କପୁର ଖାନଙ୍କ ଏହି ଫିଲ୍ମ ‘ଗୁଡ୍ ନ୍ୟୁଜ୍’ରେ ଫେମସ ସିଙ୍ଗର ଦଲଜିତ୍ ଜୋସାଞ୍ଜ ଓ କିଆରା ଆଡଭାନୀଙ୍କ କମିକ୍ କେମେଷ୍ଟ୍ରୀ ମଧ୍ୟ ନଜର ଆସିବ ।

ଏହି ଟ୍ରେଲର ସାମ୍ନାକୁ ଆସିବାର ପ୍ରାୟ ଘଣ୍ଟେ ପୂର୍ବରୁ ଟ୍ୱିଟରରେ #GoodNewwzTrailer ଟ୍ରେଣ୍ଡ କରିବାରେ ଲାଗିଥିଲା । ଆଉ ଏବେ ଟ୍ରେଲର ରିଲିଜ ହେବା ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫିଲ୍ମଟି ବର୍ଷର ଶେଷ ଆଡକୁ ବକ୍ସ ଅଫିସରେ ଏଣ୍ଟ୍ରି କରିବାକୁ ଯାଉଛି । ଫିଲ୍ମର ଟ୍ରେଲରଟି ବହୁତ ମଜାଦାର ହୋଇଛି ।

କହିରଖୁଛୁ ଫିଲ୍ମରେ ଅକ୍ଷୟ ଓ କରୀନା ଏମିତି ଏକ ବିବାହିତ ଯୋଡି ଭୂମିକାରେ ନଜର ଆସିବେ ଯେଉଁମାନେ ପିଲା ପାଇଁ ଚେଷ୍ଟା କରୁଛନ୍ତି । ଏହି ଫିଲ୍ମ କରଣ ଯୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନର ଅଣ୍ଡରରେ ନିର୍ମାଣ ହୋଇଛି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଜ ମେହତା । ଫିଲ୍ମଟି ୨୭ ଡିସେମ୍ବର ୨୦୧୯ରେ ରିଲିଜ ହେବ ।

   ସମ୍ବନ୍ଧିତ ଖବର


ଚାଇନିଜ୍ କମ୍ପାନୀ ସହିତ କଣ୍ଟ୍ରାକ୍ଟ ଭାଙ୍ଗିବେ କି ସେଲିବ୍ରିଟି ?

ଲଞ୍ଚ୍ ହେବା ମାତ୍ରେ ୫୦ ହଜାର ଡାଉନଲୋଡ୍, ବିଲକୁଲ୍ TikTok ଭଳି କିନ୍ତୁ ମେଡ୍ ଇନ୍ ଇଣ୍ଡିଆ ଆପ୍

ସୁଶାନ୍ତଙ୍କ ଭିଣୋଇ ଲଞ୍ଚ କରିବେ ‘ନେପୋମିଟର’ ଆପ୍

ଖୋଲୁଛି ସେଲିବ୍ରିଟିଙ୍କ ଗୁମର : ‘ନିର୍ମାତାଙ୍କୁ ଫୋନ୍ କରିକି ମୋଠାରୁ ବି ଛଡ଼ାଇ ନେଇଥିଲେ ପ୍ରୋଜେକ୍ଟ’ : ସୈଫ୍‌

ଫ୍ଲୋରକୁ ଫେରିବେ କିଙ୍ଗ୍‌ ଖାନ୍‌

ନିଜ ଫ୍ୟାନ୍ସଙ୍କ ସହିତ ଅନଲାଇନ୍ ଲୁଡୋ ଖେଳିଲେ କିଆରା, ଫଟୋ ଭାଇରାଲ