PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ: ୭ ଦିନ ପାଇଁ ସମସ୍ତ ଧର୍ମାନୁଷ୍ଠାନ, ସର୍ବସାଧାରଣ ସ୍ଥାନ ଯଥା- ପାର୍କ ସମୁଦ୍ରକୂଳ ବନ୍ଦ ନିର୍ଦ୍ଦେଶ, ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ସର୍ବସାଧାରଣରେ ମନା
  • ||
  • ମାଲକାନଗିରି: ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟଲା ଥାନା ଅନ୍ତର୍ଗତ ଜାମୁଝାଡୀ ଜଙ୍ଗଲରୁ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର
  • ||
  • କଳାହାଣ୍ଡି: ଜାଲ୍ ସାର୍ଟିଫିକେଟ୍ ଦେଇ ୨୫ ଶିକ୍ଷକ ବହିଷ୍କୃତ
  • ||
  • ଯାଜପୁର: ଡଙ୍କାରୀରେ ବଡ ଧରଣର ଚଢ଼ାଉ, କଳାପଥର ଗାଡି ଜବତ, ଏକାଧିକ ଲୁଟେରା ଗିରଫ
  • ||
  • ବୋଲଗଡ଼: ବାଇକ୍- ବୁଲେଟ ମୁଁହା ମୁଁହି ଧକ୍କା, ୨ ଗୁରୁତର
  • ||
  • ଆଇପିଏଲ୍‌ର-୧୪: ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ
  • ||
  • କରଞ୍ଜିଆର ଥାନା ବୁଢୀଗାଁରର ଘଟଣା- ସ୍ତ୍ରୀ ଓ ସ୍ତ୍ରୀର ପ୍ରେମିକକୁ କଟୁରିରେ ହାଣିଲା ସ୍ୱାମୀ , ଅଭିଯୁକ୍ତ ସ୍ୱାମୀ ଗିରଫ
  • ||
  • ବାଲେଶ୍ୱରରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ସମୀକ୍ଷା
  • ||
  • ରାଜ୍ୟ: ପୁଣି ୨ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୯୩୦କୁ ଛୁଇଁଲା
  • ||
  • ଓଡ଼ିଶାରେ ଆଜି ୧୭୮୪ କରୋନା ପଜିଟିଭ୍‌ ଚିହ୍ନଟ, କ୍ୱାରାଣ୍ଟାଇନ୍‌ରୁ ୧୦୩୫ , ଲୋକାଲ କଣ୍ଟାକ୍ଟରୁ ୭୪୯ ଚିହ୍ନଟ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||

ଡିଜିଟାଲ ପେମେଣ୍ଟ ବଜାରକୁ କବ୍‌ଜା ଲକ୍ଷ୍ୟ: ଗୁଗୁଲ୍‌, ଫେସ୍‌ବୁକ୍‌ ସହ ହାତ ମିଳାଇଲେ ମୁକେଶ ଅମ୍ୱାନି, ଗଢ଼ିବେ ନୂଆ ଏନ୍‌ୟୁଇ ସଂସ୍ଥା

ମୁମ୍ୱାଇ,୨୮/୦୨: ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଡିଜିଟାଲ ପେମେଣ୍ଟ ବଜାରକୁ କବ୍‌ଜା ଲକ୍ଷ୍ୟରେ ଗୁଗୁଲ୍‌ ଓ ଫେସ୍‌ବୁକ ସହ ହାତ ମିଳାଇଛି ମୁକେଶ ଅମ୍ୱାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ । ଏକ ନୂଆ ପେମେଣ୍ଟ ସେବା ପ୍ରଦାନକାରୀ ସଂସ୍ଥା ଗଢ଼ି ଭାରତରେ ୟୁପିଆଇ (ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌) ଭଳି ଏକ ପେମେଣ୍ଟ ନେଟୱର୍କ ସୃଷ୍ଟି ନିମନ୍ତେ ସେମାନେ ଯୋଜନା କରିଛନ୍ତି । ଏହାଦ୍ୱାରା ସେମାନେ ଭାରତର ବୃହତ ଡିଜିଟାଲ ପେମେଣ୍ଟ ବଜାରରୁ ଏକ ସିଂହଭାଗ ହାସଲ କରିବେ ବୋଲି କୁହାଯାଉଛି ।

ଖବର ମୁତାବକ ସୃଷ୍ଟି ହେବାକୁ ଥିବା ନୂଆ ଅମ୍ୱେ୍ରଲା ଏଣ୍ଟିଟି ବା ‘ଏନ୍‌ୟୁଇ’କୁ ରିଲାଏନ୍ସର ଏକ ନିଜସ୍ୱ ସଂସ୍ଥା ଏବଂ ଇନ୍‌ଫିବିମ୍‌ ଆଭିନ୍ୟୁଜ ଲିମିଟେଡ୍‌ର ସହଯୋଗୀ ସଂସ୍ଥା ‘ସୋ ହମ୍‌ ଭାରତ’ ଦ୍ୱାରା ପ୍ରମୋଟ କରାଯିବ । ଫେସ୍‌ବୁକ୍‌ ଏବଂ ଗୁଗୁଲ୍‌ ଏଥିରେ ସ୍ୱଳ୍ପ ମାତ୍ରାର ଅଂଶଧନ ଧାରଣ କରିବେ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)କୁ ଏଥିପାଇଁ ଏକ ପ୍ରସ୍ତାବ ଦେବା ଲାଗି ଏହି କମ୍ପାନିମାନେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ପ୍ରସଙ୍ଗ ସଂକ୍ରାନ୍ତରେ ଜାଣିଥିବା ଅଧିକାରୀମାନେ କହିଛନ୍ତି ।

ଇଜ୍‌କ୍ୟାସ୍‌ର ପ୍ରତିଷ୍ଠାତା ତଥା ପେମେଣ୍ଟ ଶିଳ୍ପର ଜଣାଶୁଣା ଚେହେରା ନବୀନ ସୂର୍ଯ୍ୟା ନୂଆ ଏନ୍‌ୟୁଇରେ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ନିଯୁକ୍ତି ପାଇଛନ୍ତି । ତେବେ ଏ ନେଇ ରିଲାଏନ୍ସ, ଗୁଗୁଲ୍‌ ଏବଂ ଫେସ୍‌ବୁକ୍‌କୁ ପଚାରିବାରେ ସେମାନେ କିଛି କହିନାହାନ୍ତି । ଏହି ଯୋଜନା ନେଇ ଏବେ ପ୍ରକ୍ରିୟା ଚାଲିଥିବାରୁ କିଛି କହିହେବ ନାହିଁ ବୋଲି ଇନ୍‌ଫିବିନ୍‌ ଆଭିନ୍ୟୁଜ୍‌ର ମୁଖପାତ୍ର କହିଛନ୍ତି ।

ମିଳିଥିବା ଖବର ମୁତାବକ ୩ଟି କମ୍ପାନିର ଏହି ପେମେଣ୍ଟ କନ୍‌ସୋର୍ଟିୟମ୍‌ ଯୋଜନା ବାବଦରେ ଆର୍‌ବିଆଇକୁ ବିସ୍ତୃତ ରିପୋର୍ଟ ପ୍ରଦାନ କରାଯିବ । ଏ ନେଇ ଏକ ପ୍ରସ୍ତାବ ଆର୍‌ବିଆଇକୁ ଦିଆଯିବ । ଭାରତର ଡିଜିଟାଲ ଅର୍ଥନୀତିକୁ ସଶକ୍ତ କରିବାରେ ଏହି ନୂଆ ସଂସ୍ଥା ସହାୟକ ହେବ ବୋଲି ଆଶା କରାଯାଉଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ଫେସ୍‌ବୁକ୍‌ ଓ ଗୁଗୁଲ୍‌ର ପ୍ରତିନିଧିମାନେ କିଛି ମାସ ହେଲା କେନ୍ଦ୍ରୀୟ ବ୍ୟାଙ୍କ ସହିତ ଏ ନେଇ ଆଲୋଚନା ଜାରି ରଖିଛନ୍ତି । ତେବେ ଏହି ପ୍ରସ୍ତାବକୁ ଅଧ୍ୟୟନ ପାଇଁ ଆର୍‌ବିଆଇ ଆଉ ୬ ମାସ ସମୟ ନେଇପାରେ ।

ଜଣେ ବରିଷ୍ଠ ଶିଳ୍ପ ଅଧିକାରୀ କହିଛନ୍ତି, ଆର୍‌ବିଆଇ ଦେଶରେ ଦୁଇରୁ ଅଧିକ ଏନ୍‌ୟୁଇ ଲାଇସେନ୍ସ ପ୍ରଦାନ କରି ନପାରେ । ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ) ଭଳି ବାହ୍ୟ ନିୟାମକ ପ୍ରାଧିକରଣଗୁଡ଼ିକ ଦ୍ୱାରା ବିଦେଶୀ ନିବେଶ ଏବଂ ପ୍ରତିଦ୍ୱନ୍ଦ୍ୱିତା ଉପରେ ମୂଲ୍ୟାୟନ କରାଯିବ । ଏହା ଦ୍ୱାରା କୌଣସି ଫେମା ନିୟମ ଉଲ୍ଲଂଘନ କରାଯାଇଛି କି ନାହିଁ ଆର୍‌ବିଆଇ ତାହା ଯାଞ୍ଚ କରିବ ।