ଗୁଗୁଲ ହଟାଇଲା ଏହି ସବୁ ଆପ୍ଲିକେସନ୍,ତୁରନ୍ତ ଡିଲିଟ କରି ଚେକ୍ କରିନିଅନ୍ତୁ ନିଜର ବ୍ୟାଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ,୧୨।୯: ଗୁଗୁଲ ପ୍ଲେ ଷ୍ଟୋରରେ କିଛି ନୂଆ ଆପ୍ସ ମାଲଓ୍ବାର ଦ୍ବାରା ପ୍ରଭାବିତ ହୋଇଥିବାର ସୂଚନା ମିଳିଛି। ଏଭଳି ଆପ୍ଲିକେଓନ୍ ଭାରତ ସହିତ ସାରା ବିଶ୍ବରେ ବିଭିନ୍ନ ଦେଶରେ ୟୁଜର୍ସଙ୍କୁ ଟାର୍ଗେଟ କରୁଛି। ଆପ୍ସରେ ଯେଉଁ ମାଲଓ୍ବାର ଯୋଗୁଁ ମିଳିଛି ତାହାର ନାଁ ହେଉଛି ‘ଜୋକର’ ଓ ଏହା ଖୁବ୍ ବିପଦଜନକ। ଏହି ମାଲଓ୍ବାର ଚୁପଚାପ ଭାବରେ ସବସ୍କ୍ରିପସନ୍ ସର୍ଭିସେଜ୍ ପାଇଁ ୟୁଜର୍ସଙ୍କ ସାଇନଅପ୍ କରାଉଛି, ଯାହାର ଟିକେ ବି ଖବର ୟୁଜର୍ସ ଜଣାପଡିନଥାଏ, ଯେଉଁଥିରେ ୟୁଜର୍ସଙ୍କୁ ବହୁ ମାସ ପର୍ଯ୍ୟନ୍ତ ପେମେଣ୍ଟ କରିବାକୁ ପଡୁଛି।

ରିପୋର୍ଟ ଅନୁସାରେ ଏହି ମାଲଓ୍ବାର ଦ୍ବାରା ବହୁ ଦେଶ ପ୍ରଭାବିତ ହୋଇଛନ୍ତି। ଭାରତ ସହିତ ଅଷ୍ଟେ୍ରଲିଆ, ବେଲଜିୟମ, ବ୍ରାଜିଲ, ଚୀନ, ସାଇପ୍ରସ୍, ଇଜିପ୍ଟ, ଫ୍ରାନ୍ସ, ଜର୍ମାନ, ଘାନା, ଗ୍ରୀନ, କୁଏତ, ଇଟାଲୀ, ମାଲେସିଆ, ଆୟରଲାଣ୍ଡ, ମିଆଁମାର, ନେଦରଲାଣ୍ଡ, ନର୍ଭେ, ପୋଲାଣ୍ଡ, ପର୍ତ୍ତୁଗାଲ, ଆର୍ଜେଣ୍ଟିନା,ସର୍ଭିଆ, ସିଙ୍ଗାପୁର, ସ୍ପେନ, ସ୍ବିଡେନ୍, ସ୍ବିଜରଲାଣ୍ଡ, ଥାଇଲାଣ୍ଡ, ତୁର୍କୀ, ୟୁଏଇ, ୟୁକେ ଏବଂ ଆମେରିକା ଭଳି ଦେଶ ରହିଛନ୍ତି।

ଏହି ମାଲଓ୍ବାର ପ୍ରଭାବିତ ଅଧିକାଂଶ ଆପ୍ଲିକେସନ୍ ୟୁରୋପୀୟ ଓ ଏସିଆର ବହୁ ଦେଶକୁ ବିଶେଷ ଭାବରେ ଟାର୍ଗେଟ କରିଥାଏ। ଏହି ମାଲଓ୍ବାରକୁ ଏଗଜିକ୍ୟୁଟ ହେବା ପାଇଁ ୟୁଜର୍ସଙ୍କ ଦ୍ବାରା ସିମ୍ କାର୍ଡ ୟୁଜ କରାଯିବାର ଆବଶ୍ୟକତା ପଡିଥାଏ। ଡାଉନଲୋଡ୍ କରାଯାଇଥିବା ସାଇବର ସିକ୍ୟୁରିଟି ରିସର୍ଚର ସୂଚନା ଦେଇଛନ୍ତି ଯେ, ଇନଫେକଟେଡ୍ ଆପ୍ସକୁ ଗୁଗୁଲ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି।

ଏହି ମାଲଓ୍ବାର ଦ୍ବାରା ପ୍ରଭାବିତ ଆପ୍ସ ଗୁଡିକ ହେଲା:

-ଆଡଭୋକେଟ୍ ଓ୍ବାଲପେପର

-ଏଜ୍ ଫେସ୍

-ଅଲଟର ମେସେଜ

-ଆଣ୍ଟି ଭାଇରସ ସିକ୍ୟୁରିଟି ସ୍କାନ୍

-ବିଚ୍ କ୍ୟାମେରା

-ବୋର୍ଡ ପିକଚର ଏଡିଟିଂ

-ସର୍ଟନ ଓ୍ବାଲପେପର

-କ୍ଲାଇମେଟ୍ ଏସଏମଏସ୍

-କୋଲେଟ୍ ଫେସ୍ ସ୍କାନର

-କ୍ୟୁଟ କ୍ୟାମେରା

-ଡାଜେଲ ଓ୍ବାଲପେପର

-ଡିକ୍ଲାର ମେସେଜ୍

-ଡିସପ୍ଲୋ କ୍ୟାମେରା

-ଗ୍ରୋଟ୍ ଭିପିଏନ୍

-ହ୍ୟୁମର କ୍ୟାମେରା

-ଲିଫ୍ ଫେସ୍ ସ୍କାନର

-ମିନି କ୍ୟାମେରା

-ପ୍ରିଣ୍ଟ ପ୍ଲାଣ୍ଟ ସ୍କାନ

-ରାପିଡ୍ ଫେସ୍ ସ୍କାନର

-ରିଓ୍ବାର୍ଡ କ୍ଲିନ୍

-ରୁଡ୍ଡି ଏସଏମଏସ୍

-ସୋବି କ୍ୟାମେରା

-ସ୍ପାର୍କ ଓ୍ବାଲପେପର

ଯଦି ଏହା ଭିତରକୁ କୌଣସି ଆପ୍ଲିକେସନ୍ ଆପଣଙ୍କ ଫୋନରେ ଅପଲୋଡ୍ କରିଛନ୍ତି, ତେବେ ତାକୁ ତୁରନ୍ତ ଅନଷ୍ଟଲ କରିଦିଅନ୍ତୁ। ଏହା ସହିତ ବ୍ୟାଙ୍କ ଷ୍ଟେଟମେଣ୍ଟ ଚେକ୍ କରିଦିଅନ୍ତୁ। କାରଣ ଏହି ଆପ୍ଲିକେସନକୁ ସବସ୍କ୍ରାଇବ କରିବା ଫଳରେ ୟୂଜରଙ୍କୁ ଚାର୍ଜ ଦେବାକୁ ପଡିଥାଏ।

   ସମ୍ବନ୍ଧିତ ଖବର


ନିର୍ବାଚନ ବିଜ୍ଞାପନରୁ ନୀତୀଶ କୁମାରଙ୍କ ଚେହେରା ଗାଏବ , କେବଳ ରହିଛି ପିଏମ୍‌ ମୋଦିଙ୍କ ଫଟୋ !

ଦଶାନନ ରାବଣଙ୍କର ଏହି ସ୍ଥାନରେ ଅଛି ଶହେ ବର୍ଷ ତଳର ପୁରୁଣା ମନ୍ଦିର, ବର୍ଷକୁ ଥରେ ମିଳିଥାଏ ଦର୍ଶନ

ଆସନ୍ତା ବର୍ଷ ଏହି ମାସ ସୁଦ୍ଧା ଲଞ୍ଚ ହେବ କରୋନାର ସ୍ୱଦେଶୀ ଭ୍ୟାକସିନ୍, ଭାରତ ବାୟୋଟେକ୍‌ର ସୂଚନା

ନିର୍ବାଚନ ପୂର୍ବରୁ ଗୁଳିକାଣ୍ଡ : ଶିବହରରେ ପ୍ରାର୍ଥୀଙ୍କୁ ଗୁଳିକରି ହତ୍ୟା, ଚିକିତ୍ସା ବେଳେ ଆଉ ୨ ଜଣଙ୍କର ମୃତ୍ୟୁ

ନବରାତ୍ରୀରେ ନରବଳି; ୮ ଦିନ ଉପବାସ ରହିବା ପରେ ପୂଜାଘରେ ନିଜ ସ୍ତ୍ରୀକୁ ବଳି ଦେଲା ଗୁଣିଆ ସ୍ବାମୀ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ମହାକାଶରୁ ଆସିଲା ଭୋଟ୍, ଜିରୋ ଗ୍ରାଭିଟିରେ ଜାଣନ୍ତୁ କିଭଳି ହେଲା ସମ୍ଭବ?