ପାକିସ୍ତାନରେ ଡିଜିଟାଲ ସେନ୍ସରସିପ୍ : ଦେଶ ଛାଡ଼ିବାକୁ ଧମକ ଦେଲେ ଗୁଗୁଲ-ଫେସବୁକ୍

ନୂଆଦିଲ୍ଲୀ ୨୯।୨ :  ସୋସିଆଲ ମିଡ଼ିଆ ଏବଂ ସର୍ଚ ଇଞ୍ଜିନ୍ କମ୍ପାନିଗୁଡ଼ିକ ଉପରେ ଅନେକ ଦେଶରେ କୌଣସି ନା କୌଣସି କାରଣରୁ କଟକଣା ଲାଗିଥାଏ। କିନ୍ତୁ ପାକିସ୍ତାନରେ ଫେସବୁକ୍, ଗୁଗୁଲ, ଟ୍ବିଟର  ଭଳି କମ୍ପାନିଗୁଡ଼ିକ ଉପରେ ସେନ୍ସରସିପ୍ ପାକିସ୍ତାନକୁ ଏବେ ଭାରୀ ପଡ଼ିବାକୁ ଯାଉଛି। କାରଣ ପାକିସ୍ତାନର ଡିଜିଟାଲ ସେନ୍ସରସିପ୍ ଆଇନକୁ ନେଇ ଏହି କମ୍ପାନି ପାକିସ୍ତାନ ସରକାରଙ୍କୁ ଚେତାବନୀ ଦେଇଛି।

ଫେସବୁକ୍, ଟ୍ବିଟର ଏବଂ ଗୁଗୁଲ ସମେତ ଅନେକ କମ୍ପାନିର ଗ୍ରୁପ୍ ଏସିଆ ଇଣ୍ଟରନେଟ କୋଏଲିସନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଚେତାବନୀ ଦେବା ସହିତ ଚିଠି ଲେଖି କହିଛନ୍ତି କି, ଯଦି ପାକିସ୍ତାନ ନିଜ ଡିଜିଟାଲ ସେନ୍ସରସିପ୍ ଆଇନରେ ପରିବର୍ତ୍ତନ ନକରିବ ତାହେଲେ ଏହି କମ୍ପାନିଗୁଡ଼ିକୁ ପାକିସ୍ତାନରେ ନିଜ ସେବାକୁ ବାଧ୍ୟ ହୋଇ ବନ୍ଦ କରିବାକୁ ପଡ଼ିବ। ସୋସିଆଲ ମିଡ଼ିଆ କମ୍ପାନିର ଅଭିଯୋଗ କି, ପାକିସ୍ତାନରେ ଡିଜିଟାଲ ସେନ୍ସରସିପ୍ ଆଇନ ତିଆରି କରିବା ସମୟରେ କୌଣସି ଏକ୍ସପର୍ଟର ରାୟ ନେଇନାହାନ୍ତି।

ସୂଚନାଯୋଗ୍ୟ ଯେ, ପାକିସ୍ତାନରେ ଯେଉଁ ଡିଜିଟାଲ ସେନ୍ସରସିପ୍ ଆଇନ କାନୁନ୍ ତିଆରି କରାଯାଇଛି ସେଥିରେ ଆପତ୍ତିଜନକ କଣ୍ଟେଟକୁ ନେଇ କୌଣସି ସ୍କେଲ ପ୍ରସ୍ତୁତ କରାଯାଇଛି। ଏମିତିରେ କୌଣସି ବି ବ୍ୟକ୍ତି କିଛି କଣ୍ଟେଟକୁ ନେଇ ଆପତ୍ତିଜନକ ମାନିପାରିବେ ଏବଂ ଏହାକୁ ହଟାଇବା ପାଇଁ ସୋସିଆଲ ମିଡ଼ିଆ କମ୍ପାନି ସହିତ ଅପିଲ କରିପାରିବେ। ଅପିଲ କରିବାର ୨୪ ଘଣ୍ଟା ଭିତରେ ଏହି କମ୍ପାନିଗୁଡ଼ିକୁ କଣ୍ଟେଟ୍ ହଟାଇବାକୁ ହେବ। ସେହିଭଳି ଜରୁରୀକାଳୀନ ଅବସ୍ଥାରେ ଏହି ସୀମା ୬ଘଣ୍ଟାର ହେବ। ଏହି ସେନ୍ସରସିପ ଆଧାରରେ ସବ୍ସକ୍ରାଇବର, ଟ୍ରାଫିକ୍, କଣ୍ଟେଟ୍ ଏବଂ ଆକାଉଣ୍ଟ ସହିତ ଜଡ଼ିତ ତଥ୍ୟ ଗୁଇନ୍ଦା ଏଜେନ୍ସି ସହିତ ସେୟାର କରିବା ପାଇଁ ବ୍ୟବସ୍ଥା ରହିଛି।

ନୂଆ ଆଇନ ମୁତାବିକ୍, ଏହି କମ୍ପାନିଗୁଡ଼ିକୁ ପାକିସ୍ତାନରେ ନିଜର ସ୍ଥାୟୀ ଅଫିସ ଖୋଲିବାକୁ ହେବ। ଏହା ବ୍ୟତୀତ ଲୋକସ ସର୍ଭର ବି ତିଆରି କରିବାକୁ ହେବ ଏହା ସହିତ ପାକିସ୍ତାନରୁ ବାହାରେ ରହୁଥିବା ପାକିସ୍ତାନୀ ଲୋକଙ୍କ ଆକାଉଣ୍ଟ ଉପରେ ନଜର ରଖିବାକୁ ପଡ଼ିବ। ଆଇନକୁ ଭାଙ୍ଗିଲେ ୫୦ କୋଟି ଟଙ୍କାର ଜରିମାନାର ବ୍ୟବସ୍ଥା ରହିଛି। କମ୍ପାନିଗୁଡ଼ିକ ନିଜ ଚିଠିରେ ଲେଖିଛନ୍ତି କି, ପାକିସ୍ତାନର ଡିଜିଟାଲ ସେନ୍ସରସିପ ଆଇନ ୭ କୋଟି ଇଣ୍ଟରନେଟ ୟୁଜର୍ସଙ୍କ ପ୍ରାଇଭେସି ଏବଂ ଅଭିବ୍ୟକ୍ତିତ୍ବର ସ୍ବତନ୍ତ୍ରତାର ଉଲ୍ଲଘଂନ ଅଟେ। ଯଦି ଏହି ଆଇନରେ ପରିବର୍ତ୍ତନ ନହୁଏ ତାହେଲେ ପାକିସ୍ତାନ ଛାଡ଼ିବାକୁ ହେବ।

   ସମ୍ବନ୍ଧିତ ଖବର


ଏହି ରାଜ୍ୟରେ ଜୁନ୍ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇଙ୍କର ପରଲୋକ-ତିନିମାସ ତଳେ କରୋନା ଆକ୍ରାନ୍ତ ହୋଇଥିଲେ

ଚିରା ପାସପୋର୍ଟ ଯୋଗୁଁ ଏୟାରପୋର୍ଟରେ ଖୋଲିଗଲା ପତିଙ୍କ ରାଜ୍, ରାଗରେ ପତ୍ନୀ ନେଲେ ଏମିତି ନିଷ୍ପତ୍ତି…

ଜୀବିତ ଯୁବକଙ୍କ ପୋଷ୍ଟମର୍ଟମ ! ଆଉ ତା ପରେ…

କରୋନା:ଭାରତରେ ଟ୍ରାଏଲ୍‌ ଚାଲିଥିବା ଅକ୍ସଫର୍ଡ ଟିକା ୯୦ ପ୍ରତିଶତ ପ୍ରଭାବୀ

ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର,ଗସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ଗୌହାଟି ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ