ନିଜ ଫୋନ୍‌ରୁ ତୁରନ୍ତ ହଟାନ୍ତୁ ଏହି ୧୭ଟି ଆପ୍‌ସ – ଡାଟା ଚୋରୀକୁ ନେଇ ଗୁଗଲ କଲା ବ୍ୟାନ୍‌

ନୂଆଦିଲ୍ଲୀ –  ଗୁଗଲ  ନିଜର  ଆପ୍‌  ପ୍ଲାଟଫାର୍ମ  ପ୍ଲେ ଷ୍ଟୋରରୁ ୧୭ଟି ଆପ୍‌ ହଟାଇ ଦେଇଛି । ଏହି ଆପ୍‌ ଜୋକର ( joker) ନାମକ ମାଲୱେୟରରୁ  ଇନଫେକ୍ଟେଡ୍‌ ହେବାର  ମିଳିଛି ।  ନିକଟରେ  କାଲିଫର୍ନିଆ  ସ୍ତରୀୟ ସିକ୍ୟୁରିଟି  ଫାର୍ମ  ଏହି ଆପ୍ସକୁ ନେଇ  ଗୁଗଲକୁ  ସତର୍କ କରିଥିଲା ।

ଉଲ୍ଲେଖନୀୟ ଯେ,  ଜୋକର  ମାଲୱେୟର  ନୂଆ ନୁହେଁ  ଏବଂ   ଅନେକ  ଦିନରୁ  ବି  ଏହା ମାଧ୍ୟମରେ  ଆପ୍ସ  ୟୁଜରଙ୍କ  ଡାଟା  ଚୋରି  କରାଯାଉଛି । ପ୍ରଥମରୁ ମଧ୍ୟ ଗୁଗଲ ଜୋକର ମାଲେ ବିୟରର  ଭଳି  କିଛି  ଆପ୍ସକୁ   ହଟାଇ  ଦେଇଛି ।

Malware apps

ବାସ୍ତବରେ , ଏହି ଆପ୍ସ  ସ୍ପାଇୱେୟର ର  କାମ କରୁଥିଲେ । ଅର୍ଥାତ୍ ସ୍ମାର୍ଟଫୋନର  ଡାଟା ସଂଗ୍ରହ କରୁଥିଲେ।  ଏଥିରେ  ଏସଏମଏସ୍ ମେସେଜ , କଣ୍ଟାକ୍ଟଲିଷ୍ଟ  ଓ  ଡିଭାଇସର ସୂଚନା  ମଧ୍ୟ  ସାମିଲ  ଅଛି ।

Zscaler   ସିକ୍ୟୁରିଟିକହିଛି , ଏହି  ସ୍ପଇବେୟର  ଆପ୍ସକୁ ମେସେଜ, କଣ୍ଟାକ୍ଟ  ଲିଷ୍ଟ , ଡିଭାଇସ୍‌  ଇନଫର୍ମେସନ  ଭଳି ଡାଟା  ଚୋରୀ  କରିବା ପାଇଁ  ଡିଜାଇନ୍‌  କରାଯାଇଥିଲା । ଖାଲି  ଏତିକି  ନୁହେଁ   ଏହି  ଆପ୍ସ   ୟୁଜର  ବିନା  ୱାୟରଲେସ୍ ଆପ୍ଲିକେସନ ପ୍ରୋଟୋକଲରେ  ଅର୍ଥାତ୍‌  ଡବ୍ଲୁଏପି ସର୍ଭିସ୍‌ରେ  ସାଇନ୍‌-ଅପ୍‌  ମଧ୍ୟ କରୁଥିଲେ ।

Spyware apps

ଯଦି  ଆପଣ ନିଜର ଆଣ୍ଡ୍ରଏଡ୍  ସ୍ମାର୍ଟଫୋନ୍‌ରେ  ଏହି  ଆପ୍ସକୁ  ଇନଷ୍ଟାଲ  କରିଛନ୍ତି ତ ଏହାକୁ  ତତ୍କାଳ ଡିଲିଟ୍‌  କରନ୍ତୁ ।  କାରଣ  ଏହା  ଏମିତି  ଆପ୍ସ, ଯାହା  ୟୁଟିଲିଟି  ସ୍ତରୀୟ । ଲୋକେ  ଏହାକୁ  ମୋବାଇଲର ଛୋଟ ଛୋଟ  କାମ  ପାଇଁ ଇନଷ୍ଟାଲ୍‌  କରିଥାନ୍ତି ।

Google play store

ଏହା ହେଉଛି  ସେହି ଆପ୍ସ ଗୁଡ଼ିକ ଯାହାକୁ ଗୁଗଲ ହଟାଇ ଦେଇଛି –

All Good PDF Scanner

Mint Leaf Message-Your Private Message

Unique Keyboard – Fancy Fonts & Free Emoticons

Tangram App Lock

Direct Messenger

Private SMS

One Sentence Translator – Multifunctional Translator

Style Photo Collage

Meticulous Scanner

Desire Translate

Talent Photo Editor – Blur focus

Care Message

Part Message

Paper Doc Scanner

Blue Scanner

Hummingbird PDF Converter – Photo to PDF

   ସମ୍ବନ୍ଧିତ ଖବର


କ୍ୟାନସର ମୁକ୍ତ ହେଲେ ସଞ୍ଜୟ ଦତ୍ତ ! ଫୁସଫୁସ୍‌ ରୋଗକୁ ଦେଲେ ମାତ୍‌

ଶାରଦୀୟ ନବରାତ୍ରୀର ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡା ଉପାସନା କଲେ ଆୟୁ, ଯଶ, ବଳ, ସ୍ୱାସ୍ଥ୍ୟରେ ହୁଏ ବୃଦ୍ଧି

କରୋନା ଦ୍ୱାରା ବେଶୀ ବିପଦ ନୁହେଁ ଟିବି ! ଟ୍ୟୁବରକୁଲୋସିସ୍ ୱାର୍ଡରେ କୋଭିଡର ବହୁତ କମ୍ ରୋଗୀ

ଆସାମର ଡାକ୍ତରଙ୍କ ପିପିଇ କିଟ୍‌ ପିନ୍ଧି ନୃତ୍ୟ – ସୋସିଆଲ ମିଡ଼ିଆରେ ମିଳିଲା ଖୁବ୍‌ ପ୍ରଶଂସା

ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?