PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ବଡ଼ ଲୋକଙ୍କ କେଳେଙ୍କାରୀ, ରେସନକାର୍ଡ ହାତେଇଛନ୍ତି ଗୋପ ବ୍ଲକ୍‌ ଉପାଧ୍ୟକ୍ଷା

ପ୍ରମେୟ ହାତରେ ଅନୁସନ୍ଧାନ ମୂଳକ ତଥ୍ୟ

ଗୋପ,୧୦/୦୮: ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବ ଲୋକଙ୍କ ପାଇଁ ରେସନ କାର୍ଡ ବ୍ୟବସ୍ଥା କରିଛନ୍ତି। ଅନେକ ସ୍ଥାନରେ କେତେକ ଅଯୋଗ୍ୟ ହିତାଧିକାରୀ ଏହାକୁ ହାତେଇ ଥିବା ଅଭିଯୋଗ ଆସୁଥିବାବେଳେ ଯୋଗ୍ୟ ହିତାଧିକାରୀ ବାଦ୍‌ ପଡ଼ୁଛନ୍ତି । ପୁରୀ ଜିଲ୍ଲା ଗୋପ ବ୍ଲକରୁ ଏକ ଅନୁସନ୍ଧାନମୂଳକ ତଥ୍ୟ ପ୍ରମେୟ ହାତରେ ଲାଗିଛି ।

କୋଟି କୋଟି ଟଙ୍କାର ସମ୍ପତ୍ତି ଥାଇ ଗୋପ ବ୍ଲକର ଉପାଧ୍ୟକ୍ଷା ରେସନ କାର୍ଡ ହାତେଇଥିବା ଜଣା ପଡ଼ିଛି । ଗୋପ ବ୍ଲକକୁ ରାଜ୍ୟର ଦୁଇ ମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବାବେଳେ ଶାସକ ଦଳର ଜଣେ ପ୍ରଭାବଶାଳୀ ନେତା କିପରି ଗରିବମାନଙ୍କ ପାଇଁ ଥିବା ଯୋଜନାକୁ ହାତେଇଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟ ସରକାର ଗରିବ ଜନ ସାଧାରଣଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନାରେ ରେସନ କାର୍ଡ ଯୋଗାଇ ଦେଇ ମୁଣ୍ଡପିଛା ମାସିକ ୫କେଜି ଚାଉଳ ଓ ଗହମ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ।

ଗୋପ ବ୍ଲକରେ ଅନେକ ଗରିବ ହିତାଧିକାରୀ ଏବେବି ଏହି ଯୋଜନାରୁ ବାଦ ପଡିଥିବାବଳେ କେତେକ ସରପଞ୍ଚ ଓ ବଡ଼ବଡ଼ିଆ ନେତା ଏହି କାର୍ଡ ହାତେଇ ଥିବା ଜଣାପଡ଼ିଛି । ପୂର୍ବରୁ ଜଣେ ସରପଞ୍ଚ କାର୍ଡ ହାତେଇଥିବା ପ୍ରମେୟରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତାଙ୍କ କାର୍ଡ ଖାରଜ କରାଯାଇଥିଲା । ଏବେ ପୁଣି ଏକ ରେସନ କାର୍ଡ କେଳେଙ୍କାରୀକୁ ପ୍ରମେୟ ଧରିବାରେ ସଫଳ ହୋଇଛି ।

ଗୋପ ବ୍ଲକ୍‌ ଉପାଧକ୍ଷା ଜ୍ୟୋତ୍ସ୍ନାରାଣୀ ମହାନ୍ତି ତାଙ୍କ ନାମରେ ଏକ ରେସନ୍‌ କାର୍ଡ (ନଂ ୧୫୭୩) ହାତେଇଥିବାବେଳେ ସେଥିରେ ତାଙ୍କ ସ୍ୱାମୀ ଓ ଝିଅ ସାମିଲ ଅଛନ୍ତି । ବିଜେଡି ସମର୍ଥନରେ ସେ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ । ହେଲେ ସେ ଗରିବ ଲୋକଙ୍କ ସମସ୍ୟା ସମାଧାନ କରିବା ବଦଳରେ ନିଜେ ଗରିବଙ୍କ ଯୋଜନାରେ ସାମିଲ ହୋଇ ଏହାକୁ ହାତେଇଛନ୍ତି । ତୁରନ୍ତ ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି । ଏ ସମ୍ପର୍କରେ ବିଡିଓ ଦୀପ୍ତିରାଣୀ ଦାସଙ୍କୁ ପଚାରିବାରେ ଆମ ପାଖକୁ ଖବର ଆସିଲେ ଏ ସମ୍ପର୍କରେ ତୁରନ୍ତ ତଦନ୍ତ କରାଯାଇ ତାଙ୍କ କାର୍ଡ କଟାଯିବ ବୋଲି କହିଥିଲେ । ତେବେ ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର