ବିଗ୍‌ ବସ୍‌-୧୪ରେ ନଜର ଆସିବେ ‘ସାଥ୍‌ ନିଭାନା ସାଥିୟା’ର ଗୋପି ବୋହୂ

ମୁମ୍ବାଇ ୧୮/୦୯: ଟେଲି ଧାରାବାହିକ ‘ସାଥ୍‌ ନିଭାନା ସାଥିୟା’ରେ ଗୋପି ବୋହୂ ଚରିତ୍ରରେ ଅଭିନୟ ମାଧ୍ୟମରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜିୟା ମାନେକ ଲୋକପ୍ରିୟ ରିୟଲିଟି ସୋ’ ବିଗ୍‌ବସ୍‌-୧୪ରେ ନଜର ଆସିବେ ବୋଲି ଚର୍ଚ୍ଚା ଜୋର ଧରିଛି ।

ରିପୋର୍ଟ ମୁତାବକ, ‘ରସୋଡେ ମେଁ କୌନ ଥା’ ଭିଡିଓ ଭାଇରାଲ ହେବା ପରେ ବିଗ୍‌ବସ୍‌-୧୪ରେ ସାମିଲ ହେବାକୁ ଜିୟାଙ୍କୁ ଅଫର୍‌ ମିଳିଥିଲା । ଜିୟା ଏଥିନିମନ୍ତେ ରାଜି ହୋଇଥିବା ମଧ୍ୟ ଜଣାପଡିଛି । ଅନ୍ୟ ୧୩ ପ୍ରତିଯୋଗୀଙ୍କ ସହ ଜିୟା ନିଜର ସମସ୍ତ ମେଡିକାଲ ଟେଷ୍ଟ ପୂରା କରି କ୍ୱାରେଣ୍ଟାଇନରେ ରହିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ବର୍ତ୍ତମାନ ଯାଏଁ ଜିୟାଙ୍କ ପକ୍ଷରୁ ଏନେଇ କୌଣସି ବୟାନ ଦିଆଯାଇନାହିଁ ।

ଉଲ୍ଲେଖଯୋଗ୍ୟ, ଜିୟା ମାନେକ ୯ ବର୍ଷ ତଳେ ସାଥ୍‌ ନିଭାନା ସାଥିୟା ଜରିଆରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ରିୟଲିଟି ସୋ’ ଝଲକ୍‌ ଦିଖଲା ଜା ଏବଂ ଧାରାବାହିକ ବାଲିକା ବଧୁ, ନା ବୋଲେ ତୁମ୍‌ ନା ମେଁନେ କୁଛ କାହା ଏବଂ ଜିନୀ ଔର ଜିଜୁ ଆଦିରେ ନଜର ଆସିଥିଲେ ।

   ସମ୍ବନ୍ଧିତ ଖବର


ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଆମିର୍ ଖାନଙ୍କ ପୁଅଙ୍କୁ ମିଳିଲାନି ଫିଲ୍ମରେ ରୋଲ୍‌ !

ସମସ୍ତଙ୍କୁ ଦିୱାନା କରୁଛନ୍ତି ଏହି ହଟ୍ ଯୋଗ ଟ୍ରେନର

ଦୁଷ୍କର୍ମ ମାମଲାରେ ପାୟଲ ଘୋଷ ଇରଫାନ୍ ପଠାନଙ୍କୁ ନେଇ କଲେ ବଡ ଖୁଲାସା, କହିଲେ ଏମିତି…

ମୋ ବାୟୋପିକ୍‌ରେ ‘ମୁଁ ନିଜେ ଅଭିନୟ କରିବି’

ସମୁଦ୍ରରେ ବିରାଟ କୋହଲି- ଅନୁଷ୍କାଙ୍କ ରୋମାଣ୍ଟିକ୍ ଫଟୋ ଭାଇରାଲ, ଜାଣନ୍ତୁ କିଏ ଉଠାଇଲେ ଏଭଳି ସୁନ୍ଦର ଫଟୋ?