ପ୍ରମୁଖ ଖବର
  • ଜୁନ୍ ୭ରୁ ଯୁକ୍ତ ୨ ନାମଲେଖା ଆବେଦନ, ମୋଟ୍‌ ୫.୨୫ ଲକ୍ଷ ସିଟ୍‌ରେ ହେବ ଆଡମିସନ୍
  • ||
  • ଭୁବନେଶ୍ୱର: ଡ୍ରେନ୍‌ ଭିତରୁ ମିଳିଲା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗିଥିବା ସନ୍ଦେହ
  • ||
  • ପ୍ରଧାନମନ୍ତ୍ରୀଙ୍କ ମାରାଥନ୍‌ ବୈଠକ, ୧୦୦ ଦିନର ଏଜେଣ୍ଡା ନେଇ କରିବେ ସମୀକ୍ଷା
  • ||
  • ନରେନ୍ଦ୍ର ବାଣ ବିସ୍ଫୋରଣ ମାମଲା: ମୃତ୍ୟୁ ସଂଖ୍ୟା ୧୧ ବୃଦ୍ଧି, ୧୯ ଜଣଙ୍କ ଚାଲିଛି ଚିକିତ୍ସା
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ପପୁଆ ନ୍ୟୁ ଗିନିକୁ ଭେଟିବ ୱେଷ୍ଟ ଇଣ୍ଡିଜ, ପ୍ରୋଭିଡେନ୍ସରେ ହେବ ବ୍ୟାଟିଂ ବିସ୍ଫୋରଣ
  • ||
  • ନିର୍ବାଚନ ଅପ୍‌ଡେଟ୍: ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍ ଭୋଟ ଗଣତି ଜାରି
  • ||
  • ସରିଲା ଅରବିନ୍ଦ କେଜ୍‌ରିୱାଲଙ୍କ ଜାମିନ ଅବଧି, ରବିବାର ଫେରିବେ ତିହାର ଜେଲ୍
  • ||
  • ଶେଷ ପର୍ଯ୍ୟାୟରେ ୬୨% ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ, ବିହାରରେ ସର୍ବନିମ୍ନ
  • ||
  • ବୁଥ ବାହୁଡାମତରେ ଏନ୍ଡିଏକୁ ବହୁମତ, ୩୫୦ ପାର୍‌ NDA, ହ୍ୟାଟ୍ରିକ କରିବେ ମୋଦି
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ଅଂଶୁଘାତ ନେଉଛି ଜୀବନ: ଜଳିବ ପଶ୍ଚିମ ଓଡ଼ିଶା, ୫ ଯାଏ ଉପକୂଳରେ ଗୁଳୁଗୁଳି
  • ||

ଗୋପୀଚନ୍ଦ ରଚିବେ ଇତିହାସ ...ପ୍ରଥମ ଭାରତୀୟ ଭାବେ କରିବେ ମହାକାଶ ଯାତ୍ରା

ନୂଆଦିଲ୍ଲୀ : ଭାରତୀୟ ବଂଶୋଦ୍ଭବ ପାଇଲଟ ଗୋପୀଚନ୍ଦ ଥୋଟାକୁରା ୧୯ ମେ’ରେ ଇତିହାସ ରଚିବାକୁ ଯାଉଛନ୍ତି। ସେ ଜେଫ୍‌ ବେଜୋସଙ୍କ ମାଲିକାନାରେ ଥିବା କମ୍ପାନୀ ବ୍ଲୁ ଓରିଜିନର କମର୍ସିଆଲ ମହାକାଶ ଯାତ୍ରାର ସଦସ୍ୟ , ଯାହା ଆଜି ସନ୍ଧ୍ୟାରେ ଉଡାଣ ଭରିବ। ବ୍ରହ୍ମାଣ୍ଡକୁ ଏହି ଯାତ୍ରାରେ ପାଇଲଟ ଭାବେ ଗୋପିଚନ୍ଦଙ୍କୁ ନିଯୁକ୍ତ କରାଯାଇଛି। ସେ ମହାକାଶକୁ ଉଡ଼ାଣ ଭରିବାରେ ପ୍ରଥମ ଭାରତୀୟ ହେବେ।

ସଂଯୁକ୍ତ ରାଷ୍ଟ୍ର ଆମେରିକାରେ ରହୁଥିବା ଗୋପୀଚନ୍ଦଙ୍କୁ ବ୍ଲୁ ଓରିଜିନର ନ୍ୟୁ ଶେପର୍ଡ-୨୫ (ଏନଏସ-୨୫) ମିଶନ ପାଇଁ ଚାଳକ ଦଳରେ ଚୟନ କରାଯାଇଛି। ତାଙ୍କ ବ୍ୟତୀତ ଚାଳକ ଦଳରେ ସାରା ବିଶ୍ୱରୁ ଆଉ ୫ ଜଣ ମହାକାଶ ଯାତ୍ରୀ ମଧ୍ୟ ଅଛନ୍ତି। ଏହି ମିଶନ ନ୍ୟୁ ଶେପର୍ଡ କାର୍ଯ୍ୟକ୍ରମ ପାଇଁ ୭ମ ମାନବ ଉଡ଼ାଣ ଓ ଇତିହାସରେ ୨୫ତମ ମିଶନ। 

ଭାରତୀୟ ସମୟାନୁସାରେ ମିଶନର ଉଡ଼ାଣର ସମୟ ସନ୍ଧ୍ୟା ୭ଟାରେ ରଖାଯାଇଛି। ଲଞ୍ଚକୁ ବ୍ଲୁ ଓରିଜିନ୍‌ର ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଲାଇଭ୍‌ ଷ୍ଟ୍ରିମ୍‌ କରାଯିବ, ଯାହା ଲଞ୍ଚିଂର ୪୦ ମିନିଟ୍‌ ପୂର୍ବରୁ ଆରମ୍ଭ କରାଯିବ। ଉଡ଼ାଣ ଭରିବା ସ୍ଥାନ ୟୁଏସର ୱେଷ୍ଟ ଟେକ୍ସାସ ସହରରେ ରଖା ଯାଇଛି। 

ଗୋପୀଚନ୍ଦଙ୍କ ଏହି ଯାତ୍ରା ଜଣେ ଭାରତୀୟ ଭାବେ ଖୁବ୍ ମହତ୍ତ୍ୱ ରଖେ। କାରଣ ଅପ୍ରେଲ ୧୯୮୪ରେ ରୁଷୀୟ ସୋୟୁଜ ଟି-୧୧ ମହାକାଶ ଯାନରେ ବସିଥିବା ରାକେଶ ଶର୍ମାଙ୍କର ଐତିହାସିକ ଯାତ୍ରା ପରେ ମହାକାଶକୁ ଯାଉଥିବା ସେ ଦ୍ୱିତୀୟ ଭାରତୀୟ ହୋଇଯିବେ। ଗୋପୀଚନ୍ଦ ୩୧ଜଣ ବ୍ୟକ୍ତିଙ୍କ ଏହି ସ୍ପେଶାଲ ଟିମ୍‌ର ସଦସ୍ୟ ଅଛନ୍ତି , ଯାହାଙ୍କୁ କର୍ମଣ ରେଖାକୁ ଅତିକ୍ରମ କରିବାକୁ ହେବ। ଏହି ରେଖା ପୃଥିବୀର ବାୟୁମଣ୍ଡଳ ଓ ବାହ୍ୟ ମହାକାଶ ମଧ୍ୟରେ ଥିବା ସୀମା।

ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ ଜନ୍ମିତ ଗୋପୀଚନ୍ଦଙ୍କ ବୟସ ୩୦ବର୍ଷ । ସେ ଜଣେ ଉଦ୍ୟମୀ ଓ ଦକ୍ଷ ପାଇଲଟ। ବ୍ଲୁ ଓରିଜିନ ୱେବସାଇଟ୍‌ ମୁତାବିକ, ଗୋପୀଚନ୍ଦ ଜଣେ ପାଇଲଟ ଓ ଆଭିଏଟର। ଯିଏକି ସଡ଼କରେ ଗାଡ଼ି ଚଲାଇବା ପୂର୍ବରୁ ହିଁ ବିମାନ ଚଳାଇବା ଆରମ୍ଭ କରି ଦେଇ ଥିଲେ। ସେ କମର୍ସିଆଲି ଜେଟ୍‌ ଉଡ଼ାଣଙ୍କ ବ୍ୟତୀତ ବୁଶ୍, ଏରୋବେଟିକ ଓ ସିପ୍ଲେନର ସହ ଗ୍ଲାଇଡର ମଧ୍ୟ ଉଡ଼ାଇ ସାରିଛନ୍ତି। ସେ ଜଣେ ଅନ୍ତରାଷ୍ଟ୍ରୀୟ ମେଡିକଲ ଜେଟ୍‌ ପାଇଲଟ ଭାବେ କାମ କରି ସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.