PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ହାଇସ୍କୁଲରେ ମାତ୍ର ୬୩ % ମାର୍କ ଆଣୁଥିଲେ ଏହି ମୁସଲିମ ଯୁବତୀ, ଏବେ ଆଇପିଏସ ଅଫିସର ଭାବେ ଆଣିଛନ୍ତି ଗର୍ବ

ଗୋରଖପୁର, ୧୨|୧୨:  କୁହାଯାଏ ଇଚ୍ଛା ଥିଲା ଉପାୟ ଆପେଆପେ ଆସେ। ଯଦି ଇଚ୍ଛାଶକ୍ତି ଦୃଢ ଅଛି ତେବେ ସମସ୍ତ ଅସାଧ୍ୟ ଲକ୍ଷ୍ୟକୁ ସାଧ୍ୟ କରାଯାଇପାରିବ। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଉତ୍ତର ପ୍ରଦେଶ ଗୋରଖପୁରର ମୁସଲିମ ଯୁବତୀ ଏମନ୍ ଜମାଲ। ସ୍କୁଲରେ ବହୁତ କମ ନମ୍ବର ରଖୁଥିବା ଏମନ୍ ଏବେ ଆଇପିଏସ ଅଧିକାରୀ। ଏହାପୂର୍ବରୁ ସେ ବିହାର ଲୋକସେବା ଆୟୋଗରେ ରାଜସ୍ୱ ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ କିନ୍ତୁ ଏହାକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ।

୨୦୧୯ରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଦେଇଥିବା ଏମନ୍ ୪୯୯ ରାଙ୍କ୍ ପାଇ ଭାରତୀୟ ପୋଲିସ ସେବାରେ ଚୟନ ହୋଇଥିଲେ।ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏମନଙ୍କୁ ଶୁଭକାମନା ଦେବା ସହ ସେ ଅନ୍ୟ ଯୁବତୀଙ୍କ ପାଇଁ ଏକ ଉଦାହରଣ ବୋଲି କହିଥିଲେ।

ଗୋରଖପୁରର ଖୁନୀପୁର ଅଂଚଳରେ ଏମନ ନିଜର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ। ଏହାପରେ ସେ କାର୍ମଲ ମହିଳା ମହାବିଦ୍ୟାଳୟରୁ ଦ୍ୱଦଶ ଶ୍ରେଣୀ ପାସ୍ କରିଥିଲେ। ସେ ୬୩ ପ୍ରତିଶତ ସହ ହାଇସ୍କୁଲ ଓ ୨୦୦୬ରେ ୬୯ ପ୍ରତିଶତ ସହ ସ୍ନାତକ ଉତୀନ୍ନ ହୋଇଥିଲେ। ପରେ ସେ ଆନ୍ନାମଲାଇ ବିଶ୍ୱବିଦ୍ୟାଳୟରୁ ମାନବ ସଂଶାଧନରେ ଡିପ୍ଲୋମା କରିଥିଲେ।  ତାଙ୍କୁ ଏକ ଅର୍ଡିନାନ୍ସ ଫ୍ୟାକ୍ଟ୍ରିରେ ଶ୍ରମାୟୁକ୍ତ ଭାବେ ନିଯୁକ୍ତି ମିଳିଥିଲା। କିନ୍ତୁ ସେ ଭାରତୀୟ ପ୍ରଶାସନିକ ସେବାରେ କାମ କରିବା ପାଇଁ ଲକ୍ଷ୍ୟ ରଖିଥିଲେ। ଏଥିପାଇଁ ସେ ୨୦୧୯ରେ ପ୍ରିଲିମରେ ସଫଳତା ଲାଭ କରିବା ପରେ ମେନ୍ ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହୋଇଥିଲେ। ଏହାପରେ ସେ ସାକ୍ଷାତକାର ପରୀକ୍ଷା ଦେଇ ୪୯୯ ରାଙ୍କ୍ ପାଇଥିଲେ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏମନ୍ ମୁସଲିମ ଯୁବତୀଙ୍କ ପାଇଁ ରୋଲ ମଡେଲ୍ ବୋଲି କହିଛନ୍ତି। ଏହାସହ ସେ ଗୋରଖପୁର ପାଇଁ ଗର୍ବ ଆଣିଛନ୍ତି ବୋଲି ଯୋଗୀ କହିଛନ୍ତି।  

ସମ୍ବନ୍ଧିତ ଖବର