ସଟଡାଉନରେ ଗୋ ଚାଲାଣ, ଚେକିଂ ବେଳେ ବ୍ଲକ ଶିକ୍ଷାଧିକାରୀଙ୍କ ହାବୁଡ଼ରେ ପଡ଼ିଲେ

ଭଦ୍ରକ ୨୪।୮ : ସଟଡାଉନ କଟକଣା ମଧ୍ୟରେ ଚାଲିଛି ବେଆଇନ ଗୋ ଚାଲାଣ । ତିନି ଚକିଆ ଅଟୋରେ ପାଲ ଢାଙ୍କି ଚାଲିଥିଲା ଗୋ ଚାଲାଣ । ଚେକିଂ ସମୟରେ ଧରିଲେ ବ୍ଲକ ଶିକ୍ଷାଧିକାରୀ । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳର ଦକ୍ଷିଣବାଡ଼ ଛକ ନିକଟରେ ।

ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲାରେ ସପ୍ତାହିକ ସଟଡାଉନ କଟକଣା ବଳବତ୍ତର ରହିଛି । ସପ୍ତାହର ଶନିବାର ଓ ରବିବାର ସମ୍ପୁର୍ଣ ସଟଡାଉନ ଘୋଷଣା କରାଯାଇଛି । ଏହି ସମୟରେ ସରକାରୀ ଅଧିକାରୀମାନେ ବିଭିନ୍ନ ଅଞ୍ଚଳରେ ଚେକିଂ ମଧ୍ୟ କରୁଛନ୍ତି ।

ଧାମନଗର ଥାନା ଦକ୍ଷିଣବାଡ଼ ନିକଟରେ ବ୍ଲକ ଶିକ୍ଷାଧିକାରୀ ଚେକିଂ କରୁଥିବା ବେଳେ ଏକ ୩ ଚକିଆ ଅଟୋକୁ ଅଟକାଇଥିଲେ । ଅଟୋରେ ପଲିଥିନ ଢଙ୍କା ହୋଇଥିଲା । ଚେକିଂ ସମୟରେ ଏହି ଅଟୋ ଡାଲାରେ ୪ ଟି ଗୋରୁ ବୋଝେଇ ହୋଇଥିଲା । ଅଟୋ ଡ୍ରାଇଭରକୁ ପୋଲିସ ଅଟକ ରଖିଥିବା ବେଳେ ଗୋରୁ ବୋଝେଇ ଅଟୋ ମଧ୍ୟ ଥାନାରେ ଅଟକ ଥିବା ସୂଚନା ମିଳିଛି ।

   ସମ୍ବନ୍ଧିତ ଖବର


କାର୍‌-ଟ୍ରାକ୍ଟର ମୁହାଁମୁହିଁ ଧକ୍କା: ଅଳ୍ପକେ ବର୍ତ୍ତିଲେ କୋରାପୁଟ ଅତିରିକ୍ତ ଏସ୍‌ପିଙ୍କ ପରିବାର, ୪ ଆହତ

ବିଧାନସଭା ଆଗରେ ମା-ଭାଇଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଅମୃତ ମୁତ୍ୟୁ ରହସ୍ୟର ପୂର୍ଣ୍ଣଚ୍ଛେଦ ଟାଣିଲେ ଏସ୍‌ପି, ଦୁର୍ଘଟଣା ଯୋଗୁଁ ମସ୍ତିଷ୍କରେ ଆଘାତ ଲାଗି ଯାଇଥିଲା ପ୍ରାଣ

ଆଜି ବଡ଼ଓଷା: ଧବଳେଶ୍ୱର ପୀଠରେ ଲାଗି ହେବ ଧଳା ଗଜ ମଣ୍ଡା, ଅଟକାଳି ଭୋଗ

ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ନିଛାଟିଆ ରାସ୍ତାରେ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତକୁ ବାନ୍ଧିଲା ପୁଲିସ୍

ଚାଉଳ ଡବାରୁ ମିଳିଲା ଚାରି ଲକ୍ଷ, ଟଙ୍କା ଚୋରି ଅଭିଯୋଗରେ ଜଣେ ଗିରଫ

ବୋଲେରୋକୁ ଧକ୍କା ଦେଇ ଜଳିଗଲା କଣ୍ଟେନର : ଫ୍ଲିପ୍‌କାର୍ଟ ସାମଗ୍ରୀ ନେଇ ମୁମ୍ବାଇରୁ କୋଲକାତା ଯାଉଥିଲା, ୫ ଆହତ