ଏବେ ବହି ଲେଖୁଛନ୍ତି ଶାହାରୁଖଙ୍କ ପତ୍ନୀ ଗୌରୀ

ଅଭିନୟ ବ୍ୟତୀତ ପୁସ୍ତକ ରଚନା ପାଇଁ ବଲିଉଡ୍‌ ଅଭିନେତ୍ରୀ ଟ୍ୱିଙ୍କଲ୍‌ ଖାନ୍ନା ଖୁବ୍‌ ପ୍ରସିଦ୍ଧ । ସୁପରଷ୍ଟାର ଶାହରୁଖ୍‌ ଖାନ୍‌ଙ୍କ ପତ୍ନୀ ଗୌରୀ ଖାନ୍‌ ଏବେ ତାଙ୍କ ପଦାଙ୍କ ଅନୁସରଣ କରିଛନ୍ତି । ଇଣ୍ଟିରିୟର ଡିଜାଇନିଂ କ୍ଷେତ୍ରରେ ଗୌରୀ ବେଶ୍‌ ସୁନାମ ଅର୍ଜ୍ଜନ କରିଛନ୍ତି । ଜଣେ ଡିଜାଇନର ଭାବେ ତାଙ୍କ ଯାତ୍ରାକୁ ନେଇ ସେ ଏବେ ଏକ ବହି ଲେଖୁଛନ୍ତି ।

ତାର ଟାଇଟଲ ରହିବ ‘ମାଇଁ ଲାଇଫ୍‌ ଇନ୍‌ ଡିଜାଇନ୍‌’ । ଆସନ୍ତାବର୍ଷ ପେଙ୍ଗୁଇନ୍‌ ପକ୍ଷରୁ ତାହା ପ୍ରକାଶିତ ହେବ । ସେଥିରେ ଗୌରୀଙ୍କ ଇଣ୍ଟିରିୟର ଡିଜାଇନ୍‌ ପ୍ରୋଜେକ୍ଟ, ପରିବାର ଏବଂ ମନ୍ନତ(ବାସଭବନ)ର ଫଟୋ ସ୍ଥାନ ପାଇବ । ଏହାଛଡ଼ା ସେ କିଭଳି ଇଣ୍ଟିରିୟର ଡିଜାଇନ୍‌ ପ୍ରତି ଆଗ୍ରହୀ ହେଲେ, ତାଙ୍କ ଡିଜାଇନ୍‌ର ଶୈଳୀ ବିଷୟରେ ପାଠକେ ଜାଣିବାକୁ ପାଇବେ । ଏହି କ୍ଷେତ୍ରରେ ନୂଆ କରି ପାଦ ଦେଉଥିବା ଡିଜାଇନରଙ୍କ ପାଇଁ ବହିଟି ବେଶ୍‌ ପ୍ରେରଣାପ୍ରଦ ହେବ ବୋଲି ଗୌରୀ ଆଶା ପ୍ରକାଶ କରିଛନ୍ତି । ସୂଚନାଥାଉକି, ୧୯୯୧ ମସିହାରେ ଶାହରୁଖ୍‌

ଗୌରୀଙ୍କୁ ବିବାହ କରିଥିଲେ । ସେମାନଙ୍କର ୩ଜଣ ସନ୍ତାନ ଅଛନ୍ତି ।

   ସମ୍ବନ୍ଧିତ ଖବର


ଲୁବିଏନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ମହେଶ ଭଟ୍ଟ- ୧କୋଟିର ମାନହାନି ମାମଲା ରୁଜୁ କଲେ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ସଞ୍ଜୟ ଦତ୍ତଙ୍କ କଣ୍ଠରେ ଆତ୍ମବିଶ୍ୱାସର ସ୍ୱର ଅତି ଗଭୀର

ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଉଥିବା ସ୍ୱରାଙ୍କର ରହିଛି ଏହି ଗୁଣ

ଲୁଚାଛପାକୁ ସେ ପସନ୍ଦ କରନ୍ତି ନାହିଁ

ବିବାହ କରିଲେ ନେହା କକ୍କର – ରୋହନପ୍ରୀତଙ୍କ ହାତ ଧରିଲେ