PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ପିଲାଦିନେ ପୋଲିସ ହେବା ପାଇଁ ଦେଖିଥିଲେ ସ୍ୱପ୍ନ, ଆଇଆଇଟି ଇଞ୍ଜିନିୟରରୁ ହେଲେ ଆଇପିଏସ ଅଫିସର

ହାଇଦ୍ରାବାଦ, ୨୭|୧୨:   ଆଇପିଏସ ଅଫିସର ଗୌଶ ଆଲମଙ୍କ ପିତା ଓ ମାତା ଉବୟ ଭାରତୀୟ ସେନାରେ କାମ କରନ୍ତି। କିନ୍ତୁ ଗୌଶ ପିଲା ଦିନେ ପୋଲିସ ଅଫିସର ହେବା ପାଇଁ ସ୍ୱପ୍ନ ଦେଖୁଥିଲା। ପଢିବା ସମୟରେ ସେ ନିଜ ସ୍ୱପ୍ନରୁ ଓହରି ନଥିଲେ। ଇଞ୍ଜିନିୟରିଂ ପଢିସାରିବା ପରେ ସେ ଚାକିରୀ ଛାଡି ଆଇପିଏସ ପାଇଥିଲେ। ଆସନ୍ତୁ ଜାଣିବା ହାଇଦ୍ରାବାଦକ ଗୌଶ ଆଲମଙ୍କ କାହାଣୀ।

ତେଲେଙ୍ଗାନାର ୨୦୧୭ ବ୍ୟାଚର ଆଇପିଏସ ଅଫିସର ଗୌଶ ହାଇଦ୍ରାବାଦ୍ ଗ୍ରେହାଉଣ୍ଡର ଏସଏସପି ପଦରେ ଅଛନ୍ତି। ତାଙ୍କ ପରିବାର ଦିଲ୍ଲୀରେ ରୁହନ୍ତି। ସେ ନିଜ ସ୍କୁଲ ଶିକ୍ଷା କେନ୍ଦ୍ରୀୟ ବିଦ୍ୟାଳୟ ପିତାମପୁରାରୁ ସମାପ୍ତ କରିଛନ୍ତି। ଦ୍ୱାଦଶ ପରେ ସେ ଆଇଆଇଟି ମୁମ୍ବାଇରେ ପଢିଥିଲେ। ସେଠାରୁ ସେ ଇଞ୍ଜିନିୟରିଂ ଶେଷ କରିବା ପରେ ବାଙ୍ଗାଲୋରରେ ଚାକିରୀ କରିଥିଲେ। କିନ୍ତୁ ଦେଶ ପାଇଁ କିଛି କରିବାକୁ ତାଙ୍କର ପ୍ରବଳ ଇଚ୍ଛା ଥିଲା। ଏହାପରେ ସେ ଚାକିରୀ ଛାଡି ଦିଲ୍ଲୀ ଆସି ପଢାପଢି କରିଥିଲେ। ପରେ ସେ ପ୍ରଥମ ପ୍ରଚେଷ୍ଟାରେ ୟୁପିଏସସି ପାସ୍ କରିଥିଲେ।ଏଥିରେ ତାଙ୍କୁ ଆଇପିଏସ ରାଙ୍କ୍ ମିଳିଥିଲା। ଏହାପରେ ସେ ଜାତୀୟ ପୋଲିସ ଏକାଡେମୀରେ ୨ ବର୍ଷର ତାଲିମ୍ ନେଇଥିଲେ।

ସେ ସ୍କୁଲ ଯିବା ସମୟରେ ବଡ ହେଲେ ପୋଲିସ ହେବାକୁ ଚାହୁଁଥିଲେ। କିନ୍ତୁ କଲେଜ୍ ପଢିବା ବେଳେ ସେ ପୋଲିସ ବାବଦରେ ଅନେକ ଖଟାମିଠା ଅନୁଭବ ପାଇଥିଲେ। କିନ୍ତୁ ସେ ପୋଲିସରେ କ୍ୟାରିଅର କରିବେ ବୋଲି ଭାବି ସାରିଥିଲେ।

ସମ୍ବନ୍ଧିତ ଖବର