ଦେଶର ସର୍ବଶ୍ରେଷ୍ଠ ୧୦ ଥାନାର ତାଲିକା ଜାରିକଲା କେନ୍ଦ୍ର ଗୃହମନ୍ତ୍ରାଳୟ, ଓଡିଶାରୁ ନାହିଁ ଗୋଟିଏ ଥାନା…

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦେଶର ଶ୍ରେଷ୍ଠ ୧୦ ପୋଲିସ ଷ୍ଟେସନର ତାଲିକା ଜାରି କରିଛି । ଦେଶ ଯେତେବେଳେ ଚ୍ୟାଲେଞ୍ଜିଂ ଅବସ୍ଥାରେ ରହିଥିଲା ସେତେବେଳେ ସର୍ବୋତ୍ତମ ପୋଲିସ ଷ୍ଟେସନ ପାଇଁ ଗୃହ ମନ୍ତ୍ରଣାଳୟ ମଧ୍ୟ ଚଳିତ ବର୍ଷ ଏକ ସର୍ଭେ ଅଭିଯାନ ଆରମ୍ଭ କରିଥିଲା । ଏଥର କରୋନା ପ୍ରୋଟୋକଲକୁ ପାଳନ କରିବା ମଧ୍ୟ ଏକ ଶ୍ରେଣୀରେ ରଖାଯାଇଛି । ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ସର୍ଭେ କରାଯାଇଥିଲା । ତେବେ ସବୁଠୁ ବଡ କଥା ହେଉଛି ଏହି ତାଲିକାରେ ଓଡିଶାରୁ ଗୋଟିଏ ହେଲେ ବି ଥାନା ନାହିଁ ।

ଦେଶର ଶ୍ରେଷ୍ଠ ୧୦ଟି ପୋଲିସ ଷ୍ଟେସନ ତାଲିକାରେ ପ୍ରତ୍ୟେକ ଷ୍ଟେସନ ବିଭିନ୍ନ ରାଜ୍ୟରୁ ଆସିଛି । ଏହି ତାଲିକାରେ ମଣିପୁର ଥଙ୍ଗଲର ନଙ୍ଗପୋକ ସେମକାଇ ପୋଲିସ ଷ୍ଟେସନ ଏକ ନମ୍ବରରେ ଅଛି ।  ଏଥି ସହିତ ତାମିଲନାଡୁ ଏବଂ ଅରୁଣାଚଳ ପ୍ରଦେଶର ପୋଲିସ ଷ୍ଟେସନ ଏହାକୁ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଛନ୍ତି ।

ଏଠାରେ ଦେଖନ୍ତୁ ଦେଶର ଟପ୍-୧୯ ପୋଲିସ ଷ୍ଟେସନର ତାଲିକା..

ନଙ୍ଗପୋକ ସେମକାଇ (ଥୋବାଲ, ମଣିପୁର)

AWPS ସୁରାମଙ୍ଗଲମ (ସାଲେମ, ତାମିଲନାଡୁ)

ଖାରସଙ୍ଗ (ଚାଙ୍ଗଲାଙ୍ଗ, ଅରୁଣାଚଳ ପ୍ରଦେଶ)

ହିଲାମିଲ (ସୁରଜାପୁର, ଛତିଶଗଡ)

ସାଙ୍ଗୁଏମ୍ (ଦକ୍ଷିଣ ଗୋଆ, ଗୋଆ)

କାଲିଘାଟ (ଉତ୍ତର ଏବଂ ମଧ୍ୟ ଆଣ୍ଡାମାନ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ)

ପାକୟୋଂଗ (ପୂର୍ବ ଜିଲ୍ଲା, ସିକ୍କିମ୍)

କାଣ୍ଟ  (ମୋରାଦାବାଦ, ଉତ୍ତରପ୍ରଦେଶ)

ଖାନଭେଲ (ଦାଦ୍ରା ଏବଂ ନାଗର ହାଭେଲି, ଦାଦ୍ରା ଏବଂ ନାଗର ହାଭେଲି)

ଜାମିକୁଣ୍ଟା ଟାଉନ୍ (କରିମନଗର, ତେଲେଙ୍ଗାନା)

କିପରି ହୋଇଥିଲା ଟପ୍-୧୦ ଥାନାର ତାଲିକା ?

ସୂଚନାଯୋଗ୍ୟ ଯେ ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୋଲିସ ଷ୍ଟେସନ ତାଲିକା ଆରମ୍ଭ କରିଥିଲେ । ପିଏମ ମୋଦୀ କହିଛନ୍ତି ଯେ ପୋଲିସ ଷ୍ଟେସନ ଗ୍ରେଡିଂ ପାଇଁ ମିଳିଥିବା ସୂଚନାକୁ ଆଧାର କରି ସେମାନଙ୍କ କାର୍ଯ୍ୟଦକ୍ଷତାର ମୂଲ୍ୟାଙ୍କନ ପାଇଁ ଏକ ମାନକ ସ୍ଥିର କରାଯିବା ଉଚିତ ।

ସୂଚନା ଅନୁଯାୟୀ, ନିମ୍ନଲିଖିତ ଅପରାଧର ସମାଧାନ ଆଧାରରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଏହି ତାଲିକା ପ୍ରସ୍ତୁତ କରାଯାଇଥିଲା:

ସମ୍ପତ୍ତିଗତ ଅପରାଧ

ମହିଳାଙ୍କ ପ୍ରତି ଅପରାଧ

ଦୁର୍ବଳ ଶ୍ରେଣୀର ଲୋକଙ୍କ ଉପରେ ହୋଇଥିବା ଅପରାଧ