PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜିଠାରୁ ଡବ୍ଲ୍ୟୁଇଏଫ୍‌ ବାର୍ଷିକ ବୈଠକ, ଜଳବାୟୁ ପରିବର୍ତ୍ତନ ଉପରେ ହେବ ଆଲୋଚନା: ଏଜେଣ୍ଡାରେ ବିଶ୍ୱ ଆର୍ଥିକ ସୁଧାର
  • ||
  • ଭୁବନେଶ୍ଵର: ରାଜ୍ୟରେ ସାମାନ୍ୟ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୧୫ ଜଣ କରୋନା ପଜିଟିଭ
  • ||
  • ସାଂସଦ ଅପରାଜିତା ଷଢଙ୍ଗୀଙ୍କ ଫେସବୁକ ଆକାଉଣ୍ଟକୁ ହ୍ୟାକ୍‌, କଟକ କ୍ରାଇମବ୍ରାଞ୍ଚ୍‌ରେ ଦେଲେ ଏତଲା
  • ||
  • ବ୍ରହ୍ମଗିରି: ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଡ୍ରାଇଭର୍ ସମେତ ୨ ମୃତ
  • ||
  • ସରିଲା ଆବେଦନ, ଜୁଲାଇ ୧୭ରେ ନିଟ୍‌ ପ୍ରବେଶିକା ପରୀକ୍ଷା ଦେବେ ୧୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ପୁଣି ବିବାଦରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ରାତି ଅଧିଆ ହେଲା ଜିପିଆର୍‌ଏସ୍ ସର୍ଭେ
  • ||
  • ଦେଶବ୍ୟାପୀ ଖାଉଟିଙ୍କୁ ବଡ ଆଶ୍ବସ୍ତି: ପେଟ୍ରୋଲ ୯.୫୦ ଏବଂ ଡିଜେଲ ଲିଟର ପ୍ରତି କମିଲା ୭ଟଙ୍କା
  • ||
  • ନୂଆଦିଲ୍ଲୀ: ବ୍ରଜରାଜନଗର ଉପନିର୍ବାଚନ ପରେ ଓଡ଼ିଶା ପିସିସି ସଭାପତି ଘୋଷଣା: ଏ. ଚେଲ୍ଲାକୁମାର
  • ||
  • କଟକ : ଆଜିଠୁ ମାଟ୍ରିକ ଖାତା ଦେଖା, ରାଜ୍ୟର ୫୮ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||

ଆସିବ ନୂଆ ୨୦ ଟଙ୍କିଆ କଏନ୍: ଗୋଲାକାର ନୁହେଁ ବହୁଭୂଜ ବିଶିଷ୍ଟି, ଏଥିରେ ରହିବ ୧୨ଟି ପାର୍ଶ୍ବ

ନୂଆଦିଲ୍ଲୀ,୮।୩: ସରକାର ପ୍ରଥମ ଥର ପାଇଁ ଏକ ନୂଆ ୨୦ ଟଙ୍କିଆ କଏନ୍ ପ୍ରଚଳନ କରିବାକୁ ଯାଉଛନ୍ତି। ଏହି କଏନ ଗୋଲାକାର ନହୋଇ ବହୁଭୁଜ ବିଶିଷ୍ଟ ହେବ। ଏହି ବହୁଭୁଜ କଏନ୍‌ର ୧୨ଟି ପାର୍ଶ୍ବ ରହିବ। କଏନ୍‌ର ବାହ୍ୟପାର୍ଶ୍ବ ବ୍ୟାସ ୨୭ ମିଲିମିଟର ରହିବାକୁ ଥିବାବେଳେ ଓଜନର ୮.୫୪ ଗ୍ରାମ୍ ରହିବ।

ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ନୂଆ ଧାତବ ମୁଦ୍ରାଟି ତମ୍ବା, ଦସ୍ତା ଏବଂ ନିକେଲକୁ ନେଇ ପ୍ରସ୍ତୁତ ହେବ। ଧାତବ ମୁଦ୍ରାର ବାହ୍ୟ ପାର୍ଶ୍ବରେ ୬୫ ପ୍ରତିଶତ ତମ୍ବା, ୧୫ ପ୍ରତିଶତ ଦସ୍ତା ଏବଂ ୨୦ ପ୍ରତିଶତ ନିକେଲ ରହିବାକୁ ଥିବାବେଳେ ଆଭ୍ୟନ୍ତରୀଣ ପାର୍ଶ୍ବରେ ୭୫ ପ୍ରତିଶତ ତମ୍ବା, ୨୦ ପ୍ରତିଶତ ଦସ୍ତା ଏବଂ ୫ ପ୍ରତିଶତ ନିକେଲ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜନ ଔଷଧୀ ଦିବସ ପରିପ୍ରେକ୍ଷୀରେ ଦୃଷ୍ଟିହୀନଙ୍କ ପାଇଁ ନୂଆଦିଲ୍ଲୀରେ ଏକ ଉତ୍ସବରେ ଦୃଷ୍ଟିହୀନଙ୍କ ପାଇଁ ନୂଆ ସିରିଜ୍‌ର ୧ ଟଙ୍କିଆ, ୨ ଟଙ୍କିଆ, ୫ ଟଙ୍କିଆ ଏବଂ ୧୦ ଟଙ୍କିଆ ଏବଂ ୨୦ ଟଙ୍କିଆ କଏନ ଉନ୍ମୋଚନ କରିଛନ୍ତି।

ଦୃଷ୍ଟିହୀନଙ୍କ ପାଇଁ ନୂଆ କଏନ ଉନ୍ମୋଚନ କରାଯାଇଥିବାବେଳେ ୨୦ ଟଙ୍କିଆ କଏନ ସମ୍ପର୍କରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ୨୦ ଟଙ୍କିଆ କଏନର ସମ୍ମୁଖ ଭାଗରେ ଅଶୋକ ସ୍ତମ୍ଭ ସମେତ ସତ୍ୟମେବ ଜୟତେ ଲେଖା ରହିବ। ବାମପଟେ ହିନ୍ଦୀରେ ‘ଭାରତ’ ଏବଂ ଡାହାଣ ପଟେ ଇଂରାଜୀରେ ‘ଇଣ୍ଡିଆ’ ଲେଖାଯିବ। ୨୦ ଟଙ୍କିଆ କଏନର ପଛ ପାର୍ଶ୍ବରେ ସଂଖ୍ୟାରେ ୨୦ ଲେଖାଯିବ। ଏହି ଲେଖାର ଉପରେ ଟଙ୍କାର ପ୍ରତୀକ ରହିବ। ଏଥିସହିତ ଭାରତର କୃଷି ପ୍ରାଧାନ୍ୟକୁ ଦର୍ଶାଇବାକୁ ଯାଇ କଏନରେ ବାମପାର୍ଶ୍ବରେ ଶସ୍ୟର ଏକ ଡିଜାଇନ ରହିବ। ଡାହାଣ ପଟର ଉପର ଭାଗରେ ହିନ୍ଦୀରେ ୨୦ ଏବଂ ତଳେ ଇଂରାଜୀ ଅକ୍ଷରରେ ଟ୍ବେଣ୍ଟି ରୁପିଜ୍ ଲେଖା ରହିବ। କଏନ କେନ୍ଦ୍ରର ବାମପାର୍ଶ୍ବରେ ପ୍ରସ୍ତୁତିର ବର୍ଷ ରହିବ।

ସମ୍ବନ୍ଧିତ ଖବର