ବନ୍ଦ ହେବନି ପ୍ଲାଷ୍ଟିକ୍ ପାଣି ବୋତଲ ! ନୂଆ ଯୋଜନା କରୁଛନ୍ତି ସରକାର

ନୁଆଦିଲ୍ଲୀ ୧୮/୯: କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ରୂପେ ପ୍ଲାଷ୍ଟିକ୍ ପାଣି ବୋତଲ ଉପରେ ପ୍ରତିବନ୍ଧକ ଲଗାଇବେନି । ସୂଚନା ଅନୁସାରେ ଯଦି ସରକାର ବୋତଲ ଉପରେ ପ୍ରତିବନ୍ଧକ ଲଗାଉଛନ୍ତି ତେବେ ହଜାର ହଜାର ଲୋକ ନିଜ ଚାକିରୀ ହରାଇପାରନ୍ତି । ତେଣୁ ସରକାର ବୋତଲ ବନ୍ଦ ପାଣି ପାଇଁ କମ୍ପୋଜିଷ୍ଟେବଲ୍ ପ୍ଲାଷ୍ଟିକକୁ ପ୍ରୋତ୍ସାହନ ଦେବେ । ମନ୍ତ୍ରୀ ବିଳାସ ପାସୱାନ୍ ମଙ୍ଗଳବାର କହିଛନ୍ତି ଯେ ମାତ୍ର ଗୋଟିଏ ଥର ବ୍ୟବହାର ହୋଇପାରୁଥିବା ପ୍ଲାଷ୍ଟିକର ବିକଳ୍ପ ନମିଳିବା ପର୍ଯ୍ଯନ୍ତ ପାଣି ବୋତଲ ବନ୍ଦ ହେବନି ।

ପ୍ଲାଷ୍ଚିକ୍ ପାଣି ବୋତଲ ଉପରେ ପ୍ରତିବନ୍ଧକ ଲାଗିବନି
ରାମ ବିଳାସ ପାସୱାନଙ୍କ କହିବାନୁସାରେ ବର୍ତ୍ତମାନ ଯାହାକୁ ପାଣି ବୋତଲର  ବିକଳ୍ପ କୁହାଯାଉଛି ତାହା ଅଧିକ ମହଙ୍ଗା । ସେ କହିଛନ୍ତି ଯେ ତୁରନ୍ତ ବନ୍ଦବୋତଲ ପାଣି ଉପରେ ରୋକ ଲଗାଯାଇ ପାରିବ ନାହିଁ । କାରଣ ଏଥିରେ ଅନେକ ଲୋକଙ୍କ ରୋଜଗାର ଜଡିତ ରହିଛି ।

ଦେଶରେ ଗୋଟିଏ ଥର ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ଉପରେ ରୋକ ଲଗାଇବା ପାଇଁ ସରକାର ବୋତଲବନ୍ଦ ପାଣି ବିକୁଥିବା କମ୍ପାନୀର ପିଇଟିରେ ନିର୍ମିତ ବୋତଲର ବ୍ୟବହାରକୁ ମଞ୍ଜୁରୀ ଦେଇପାରନ୍ତି । ପିଇଟିର ବୋତଲକୁ ଏକାଧିକ ଥର ବ୍ୟବହାର କରାଯାଇହେବ । ସେ କହିଛନ୍ତି ଯେ ପ୍ଲାଷ୍ଟିକ୍ ପାଣି ସରକାରୀ କାର୍ଯ୍ୟାଳୟରେ ବନ୍ଦ କରିଦିଆଯାଇଛି । ସରକାର କଞ୍ଜୋଷ୍ଟିବଲ୍ ପ୍ଲାଷ୍ଟିକ୍ ବୋତଲ ପାଣିକୁ ପ୍ରୋତ୍ସାହନ ଦେବେ । କଞ୍ଜୋଷ୍ଟିବଲ୍ ପ୍ଲାଷ୍ଟିକ୍ ପରେବଶର କ୍ଷତି କରେନାହିଁ ।

   ସମ୍ବନ୍ଧିତ ଖବର


ରାଷ୍ଟ୍ରୀୟ ଏକତା ଦିବସ: ଲୌହ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରେଡରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି

ଲଦାଖ୍‌ରେ ଯବାନଙ୍କୁ ସାଲ୍ୟୁଟ୍‌ କରିଥିବା ଶିଶୁକୁ ୨.୫ଲକ୍ଷ ଦେଲା ବିଜେପି ସାଂସଦ

ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!