ଅକ୍ଟୋବରରୁ ଦୁଗ୍ଧ ପ୍ୟାକେଟ୍ ଫେରାଇଲେ ମିଳିବ ରିହାତି

ନୁଆଦିଲ୍ଲୀ ୨୨/୮: ସାରା ଦେଶରେ ପ୍ଲାଷ୍ଟିକର ବ୍ୟବହାର କମାଇବା ପାଇଁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକକୁ ବ୍ୟାନ୍ କରିବା ପାଇଁ ଭାରତ ସରକାର ବଡ ପଦକ୍ଷେପ ଉଠାଇଛନ୍ତି । ‘ସେ ନୋ ଟୁ ପ୍ଲାଷ୍ଟିକ୍’ ଅଭିଯାନକୁ ଆଗକୁ ବଢାଇବା ପାଇଁ ପଶୁପାଳନ ଓ ମତ୍ସ୍ୟ ସମ୍ପଦ ମନ୍ତ୍ରାଳୟ ବଡ ଯୋଜନା କରୁଛି ।

ଯୋଜନା ଅନୁସାରେ ଦୁଗ୍ଧ, ଓ ଦୁଗ୍ଧରୁ ପ୍ରସ୍ତୁତ ହେଉଥିବା ଉତ୍ପାଦନକୁ ପ୍ୟାକ୍ କରିବାରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକରୁ ରିସାଇକିଲ୍ କରିବା ପାଇଁ ଯୋଜନା କରାଯାଉଛି । ଏଥିରେ ପ୍ୟାକିଂରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକକୁ ଗ୍ରାହକମାନେ ଫେରାଇଦେଲେ ସେଗୁଡିକୁ ରିସାଇକିଲ୍ କରାଯିବ ଏବଂ ପ୍ଲାଷ୍ଟିକ୍ ଫେରାଇବା ଫଳରେ ଗ୍ରାହକଙ୍କୁ ଦୁଗ୍ଧ, ଦହି, ପନିର, ଲସି ଏବଂ ଆଇସକ୍ରିମ ଭଳି ଖାଦ୍ଯସାମଗ୍ରୀରେ ରିହାତି ମଧ୍ୟ ମିଳିବ । ଅର୍ଥାତ୍ ଏହି ଯୋଜନାରେ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିବା ସହିତ ପ୍ଲାଷ୍ଟିକ ଯୋଗୁଁ ହେଉଥିବା ପ୍ରଦୂଷଣରୁ ମଧ୍ଯ ମୁକ୍ତି ମିଳିବ ।

୨ ଅକ୍ଟୋବରରୁ ଯୋଜନା ଲାଗୁ ହୋଇପାରେ
ପଶୁପାଳନ ଓ ମତ୍ସ ବିଭାଗ ତରଫରୁ ପ୍ଲାଷ୍ଟିକର ବ୍ୟବହାରକୁ କମାଇବା ପାଇଁ ରିଡ୍ଯୁସ୍, ରିବେଟ୍ ଓ ରି-ୟୁଜ୍ ମଡେଲକୁ ଧ୍ୟାନରେ ରଖି ରୋଡ୍ ମ୍ୟାପ୍ ପ୍ରସ୍ତୁତ କରୁଛି । ଏହି ଯୋଜନାକୁ ୨ ଅକ୍ଟୋବରରେ ଲାଗୁ କରାଯାଇପାରେ ।

ପିଏମ୍ ମୋଦି ପ୍ଲାଷ୍ଟିକ୍ ବ୍ୟାନ୍ କରିବା ପାଇଁ କରିଥିଲେ ଅପିଲ୍
୧୫ ଅଗଷ୍ଟରେ ଲାଲ୍ କିଲ୍ଲାରୁ ପ୍ରଧାନମନ୍ତ୍ରୀ ୨ ଅକ୍ଟୋବରରୁ ପ୍ଲାଷ୍ଟିକୁ ବ୍ୟାନ୍ କରିବା ପାଇଁ ଅପିଲ୍ କରିଥିଲେ । ‘ସେ ନୋ ଟୁ ପ୍ଲାଷ୍ଟିକ୍ କ୍ୟାମ୍ପେନ୍’ ନେଇ ପଶୁପାଳନ ମନ୍ତ୍ରାଳୟ ଦେଶର ଅନେକ ମିଲ୍କ କର୍ପୋରେଟିଭ୍ ଫେଡେରେସନ ଓ ପ୍ରାଇଭେଟ୍ ଡାଏରୀ ପ୍ରଡ୍ୟୁସର ସହିତ ମିଟିଂ କରିଛି । ଏଥିରେ ଦୁଗ୍ଧ ଏବଂ ଏହା ସହ ଜଡିତ ଉତ୍ପାଦନର ପ୍ୟାକେଜିଂରେ ପ୍ଲାଷ୍ଟିକ୍ର ବ୍ୟବହାର କମ୍ କରିବା, ପ୍ୟାକେଜିଂରେ ବ୍ୟବହାର ପ୍ଲାଷ୍ଟିକକୁ ରିକଲେକ୍ଟ କରି ତାର ରିସାଇକ୍ଲିନ୍ଂ କରିବା ଉପରେ ମଧ୍ୟ ବିଚାର କରାଯାଇଛି । ସରକାରଙ୍କ ଏହି ଯୋଜନାରେ ଚେଷ୍ଟା କରାଯାଉଛି ଯେ ଗ୍ରାହକମାନେ ରାପରକୁ ଅଳିଆ ଗଦାରେ ନପକାଇ ସାଇତିକି ରଖିବା ପରେ ପୁଣି ମିଲ୍କ ବୁଥରେ ଫେରାଇଦେବେ । ଏଥିରେ ସେମାନଙ୍କୁ କିଛି ରିହାତି ମିଳିବା ସହିତ ପ୍ରଦୂଷଣରୁ ମଧ୍ଯ ମୁକ୍ତି ମିଳିବ ।

   ସମ୍ବନ୍ଧିତ ଖବର


ନିର୍ବାଚନ ଲଢିବାକୁ ଟିକେଟ୍ ନମିଳିବାରୁ ବ୍ୟବସାୟୀଙ୍କ ଆତ୍ମହତ୍ୟା, ସୁସାଇଡ୍ ନୋଟରେ ଲେଖିଲେ -୨ କୋଟି ଟଙ୍କା ମାଗୁଥିଲେ…

ମନ୍ତ୍ରୀ ହେବାପରେ ତେଜସ୍ବୀ ଯାଦବଙ୍କୁ ମିଳିଥିଲା ୪୨ ହଜାର ବିବାହ ପ୍ରସ୍ତାବ, ଝିଅମାନଙ୍କ ସ୍ବପ୍ନର ରାଜକୁମାର ଥିଲେ ତେଜସ୍ବୀ…

ଶ୍ରମିକ ଓ ଛୋଟ ଦୋକାନୀଙ୍କ ପାଇଁ ଖୁସି ଖବର, ସରକାର ଆଣୁଛନ୍ତି ଏହି ନୂଆ ଯୋଜନା

ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର