ପାକିସ୍ତାନର ଜାତୀୟ ଦିବସକୁ ବହିଷ୍କାର କଲା ଭାରତ, ଯିବେନି କୌଣସି ପ୍ରତିନିଧି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ପାଳିବାକୁ ଥିବା ଜାତୀୟ ଦିବସରେ କୌଣସି ସରକାରୀ ପ୍ରତିନିଧି ସାମିଲ ହେବେ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର।  ଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନର ଜାତୀୟ ଦିବସ ଅବସରରେ ଜମ୍ମୁ-କଶ୍ମୀରର ବିଚ୍ଛିନ୍ନତାବାଦୀ ନେତାଙ୍କୁ ନିମନ୍ତ୍ରଣ କରିଥିବାରୁ ଏହି ନିଷ୍ପତ୍ତି ସରକାର ନେଇଛନ୍ତି। ତେବେ ଚଳିତଥର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଆଜି ଏହି ଜାତୀୟ ଦିବସ ଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନ ପାଳନ କରୁଛି।

 ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ   ଦୁଇ ଦେଶ ମଧ୍ୟରେ ବିବାଦ ଓ ତିକ୍ତତା ବଢ଼ି ଚାଲିଛି। ଆତଙ୍କବାଦୀ ଆକ୍ରମଣ ପଛରେ ବିଚ୍ଛିନ୍ନତାବାଦୀ ନେତାଙ୍କ ସମର୍ଥନ ରହିଥିବା ଜଣାପଡ଼ିବା ପରେ ଭାରତ ନିଜ ଆଭିମୁଖ୍ୟ  ଆହୁରି କଠୋର କରିଛି। ଏହି କାର୍ଯ୍ୟକ୍ରମରେ ବିଚ୍ଛିନ୍ନତାବାଦୀ ନେତା ଯୋଗଦେବା ନେଇ ଗତ ୫ ବର୍ଷ ଧରି ଏନଡିଏ ସରକାର ବିରୋଧ କରିଆସୁଛି।  ସବୁଥର ଭାରତର କେହି ନା କେହି ମନ୍ତ୍ରୀ ଯୋଗ ଦେଇଥାନ୍ତି। କିନ୍ତୁ ପ୍ରଥମ ଥର ଭାତର ସରକାର ପାକିସ୍ତାନର ରାଷ୍ଟ୍ରୀୟ ଦିବସ କାର୍ଯ୍ୟକ୍ରମରେ ସାମିଲ ନହେବାକୁ ଅଧିକାରୀଙ୍କୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ୧୯୪୦ ମାର୍ଚ୍ଚ ୨୩ରେ ଜିନ୍ନାଙ୍କ ନେତୃତ୍ଵରେ ମୁସଲିମ ଲିଗ ଦଳ ସମସ୍ତ ମୁସଲିମ ବହୁଳ ଅଞ୍ଚଳକୁ ମିଶାଇ ଏକ ସ୍ବାଧୀନ ମୁସଲିମ ରାଜ୍ୟ ଗଠନ ହେବା ନେଇ ଘୋଷଣା ହୋଇଥିଲା। ମୁସଲିମ ଲିଗ ପକ୍ଷରୁ ଏହି ଘୋଷଣା ଲାହୋର ଅଧିବେଶନରେ କରାଯାଇଥିଲା।  ଏହି ମୁସଲିମ ରାଜ୍ୟ ପାକିସ୍ତାନ ନାମରେ ନାମିତ ହୋଇଛି। ବ୍ରିଟେନ ଶାସନ କାଳରେ ଏହାକୁ ମୁସଲିମମାନଙ୍କ ପାଇଁ ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଏ। କାରଣ ଦୀର୍ଘ ବର୍ଷ ଧରି ମୁସଲିମ ଧର୍ମାବଲମ୍ବୀମାନେ ନିଜର ଏକ ସ୍ବତନ୍ତ୍ର ରାଜ୍ୟ ବା ଦେଶ ଗଠନ ପାଇଁ ଦାବି କରୁଥିଲେ। ପ୍ରତିବର୍ଷ ପାକିସ୍ତାନ ପକ୍ଷରୁ ଏହି ଦିବସକୁ ଜାତୀୟ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରାଯାଏ।  

  ​‌

   ସମ୍ବନ୍ଧିତ ଖବର


ଆସନ୍ତା ବର୍ଷ ଏହି ମାସ ସୁଦ୍ଧା ଲଞ୍ଚ ହେବ କରୋନାର ସ୍ୱଦେଶୀ ଭ୍ୟାକସିନ୍, ଭାରତ ବାୟୋଟେକ୍‌ର ସୂଚନା

ନିର୍ବାଚନ ପୂର୍ବରୁ ଗୁଳିକାଣ୍ଡ : ଶିବହରରେ ପ୍ରାର୍ଥୀଙ୍କୁ ଗୁଳିକରି ହତ୍ୟା, ଚିକିତ୍ସା ବେଳେ ଆଉ ୨ ଜଣଙ୍କର ମୃତ୍ୟୁ

ନବରାତ୍ରୀରେ ନରବଳି; ୮ ଦିନ ଉପବାସ ରହିବା ପରେ ପୂଜାଘରେ ନିଜ ସ୍ତ୍ରୀକୁ ବଳି ଦେଲା ଗୁଣିଆ ସ୍ବାମୀ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ମହାକାଶରୁ ଆସିଲା ଭୋଟ୍, ଜିରୋ ଗ୍ରାଭିଟିରେ ଜାଣନ୍ତୁ କିଭଳି ହେଲା ସମ୍ଭବ?

ମୋଦିଙ୍କ ‘ମନ କୀ ବାତ୍’ : ‘ଦୀପାବଳୀରେ ସୈନିକଙ୍କ ପାଇଁ ଲଗାନ୍ତୁ ଗୋଟିଏ ଦୀପ, ‘ଭୋକାଲ ଫର ଲୋକାଲ’କୁ ଗୁରୁତ୍ବ

ପୃଥିବୀ ପୃଷ୍ଠରୁ ୪୦୮ କିମି ଉଚ୍ଚରେ ଥାଇ ରାଷ୍ଟ୍ରପତିଙ୍କ ପାଇଁ ମତଦାନ କଲେ ମହିଳା ମହାକାଶଚାରୀ