PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଳପଡ଼ା : କୁମାରୁଣି ନିକଟରେ ବସ୍ ଓଲଟି ୩ ଗୁରୁତର , ଅଳ୍ପକେ ବର୍ତ୍ତିଲେ ୪୬ଯାତ୍ରୀ , ସମସ୍ତ ଗୁରୁତର କେନ୍ଦ୍ରାପଡ଼ା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି
  • ||

ସାଧୁ-ସନ୍ୟାସୀଙ୍କ ପାଇଁ ରାତ୍ର ରହଣୀ ସ୍ଥାନ ତିଆରି କରନ୍ତୁ ସରକାର: ପଞ୍ଜାବ ହାଇକୋର୍ଟ

ହରିୟଣା: କୁରୁକ୍ଷେତ୍ରର ବ୍ରହ୍ମ ସରୋବର ଏବଂ ସନ୍ନହୀତ ସରୋବର ନିକଟରେ ସାଧୁ, ଭିକାରୀ ଏବଂ ବାସହୀନ ଶ୍ରମିକମାନଙ୍କୁ ଶୀତଦିନେ କାକର ଭିଜା ରାତିରେ ଖୋଲା ଆକାଶତଳେ ରାତି କାଟିବାକୁ ପଡୁଛି । ଏମାନଙ୍କର ସାମ୍ବିଧାନିକ ତଥା ମାନବିକ ଅଧିକାରର ସୁରକ୍ଷା ପାଇଁ ଦାଖଲ ହୋଇଥିବା ଜନସ୍ବାର୍ଥ ମାମଲାରେ ହୋଇକୋର୍ଟ ଏକ ଶୁଣାଣି କରିଛନ୍ତି ।  ପଞ୍ଜାବ-ହରିୟାଣା ହାଇକୋର୍ଟ ସେମାନଙ୍କ ପାଇଁ ରାତ୍ରି ଆଶ୍ରୟସ୍ତଳ କରିବାକୁ ହରିୟାଣା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଡଭୋକେଟ୍ ସଞ୍ଜୀବ ଗୁପ୍ତା ଏବଂ ସଚିନ୍ ଜୈନଙ୍କ ମାଧ୍ୟମରେ ସେକ୍ଟର ୧୩, କୁରୁକ୍ଷେତ୍ରର ୭୩ ବର୍ଷିୟ ସରୋଜ ଜେନା ଏହି ଆବେଦନ କରି ହାଇକୋର୍ଟଙ୍କୁ ଗରିବ ଲୋକଙ୍କ ଅବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ । ସେ କହିଥିଲେ ଯେ ବହୁ ସଂଖ୍ୟାରେ ଭିକ୍ଷୁକ ଏବଂ ଭୂମିହୀନ ଲୋକ ବ୍ରହ୍ମ ସରୋବର ଏବଂ ସନ୍ନହୀତ ସରୋବର କୂଳରେ  ରାତି କଟାଉଛନ୍ତି ।

ପୂର୍ବରୁ ସେମାନେ ଏଠାରେ ନିର୍ମିତ ହୋଇଥିବା ବୁଥରେ ରାତି କଟାଉଥିଲେ କିନ୍ତୁ ପ୍ରଶାସନ ସେମାନଙ୍କୁ ଏଠାରୁ ହଟାଇ ଦେଇଥିଲା ଯେଉଁଥିପାଇଁ ସେମାନେ ବର୍ତ୍ତମାନ ଖୋଲା ଆକାଶ ତଳେ ଶୋଇବାକୁ ବାଧ୍ୟ ହେଉଛନ୍ତି । ଆବେଦନକାରୀ କହିଛନ୍ତି ଯେ ସେ ଏହି ଲୋକଙ୍କୁ କମ୍ବଳ ବଣ୍ଟନ କରିଥିଲେ ଏବଂ ପରଦିନ ସକାଳେ ସେଠାରେ ପହଞ୍ଚିବା ପରେ ସେମାନେ ଦେଖିଲେ ଯେ ସେମାନେ କାକରରେ ଓଦା ହୋଇଥିବା କମ୍ବଳରେ ଥରି ଉଠୁଛନ୍ତି । ଯେତେବେଳେ ଆବେଦନକାରୀ ତାଙ୍କ ସହ କଥା ହୋଇଥିଲେ, ସେ କହିଥିଲେ ଯେ ଆମେ ନେତାଙ୍କ ଭୋଟ୍ ବ୍ୟାଙ୍କ ନୁହଁ, ତେଣୁ ଆମକୁ ଭଗବାନଙ୍କ ଦୟାରେ ଛାଡି ଦିଆଯାଇଛି ।

ସମ୍ବନ୍ଧିତ ଖବର