ପୀଡ଼ିତା ହିନ୍ଦୁ ଓ ମୁସଲିମ୍ ମହିଳାଙ୍କୁ ୬ହଜାର ଟଙ୍କାର ସହାୟତା ପ୍ରଦାନ କରିବେ ସରକାର

ଉତ୍ତରପ୍ରଦେଶ ୨୫।୯: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଦିନ ରାଜ୍ୟର ମହିଳାମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସ୍ବାମୀଙ୍କଠାରୁ ପୀଡ଼ିତା ହିନ୍ଦୁ ଓ ମୁସଲିମ୍ ମହିଳାଙ୍କୁ ବାର୍ଷିକ ୬ହଜାର ଟଙ୍କା ସହାୟତା ପ୍ରଦାନ କରିବେ ବୋଲି ସରକାର ଘୋଷଣା କରିଛନ୍ତି। ଏହି ନିର୍ଦ୍ଦେଶ ସରକାରଙ୍କ ଦ୍ବାରା ଜାରି କରାଯାଇଛି।

ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି। ତିନ୍ ତଲାକ ଦ୍ବାରା ପ୍ରଭାବିତ ହୋଇଥିବା ମହିଳାମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏଥି ସହିତ କାର୍ଯ୍ୟକ୍ରମ ମାଧ୍ୟମରେ ତିନ୍ ତଲାକରେ ପୀଡ଼ିତା ରାଷ୍ଟ୍ରୀୟ ମହିଳା ଖେଳାଳୀ ସୁମେଲା ଜାବେଦଙ୍କୁ ଚାକିରୀ ଦେବା ପାଇଁ ଘୋଷଣା କରାଯାଇଛି। ଏହା ସହିତ ତାଙ୍କୁ ତାଙ୍କ କେସ୍ ଲଢ଼ିବା ପାଇଁ ମାଗଣାରେ ସୁବିଧା ଦେବା ପାଇଁ ମଧ୍ୟ କୁହାଯାଇଛି।

   ସମ୍ବନ୍ଧିତ ଖବର


ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ

ମିସ୍ ଇଣ୍ଡିଆ ୟୁନିଭର୍ସ -୨୦୨୦ ମୁକୁଟ ଜିତିଲେ ବୈଷ୍ଣବୀ ସିଂ, ମେଧାବୀ ଛାତ୍ରୀ ସହ ଜଣେ ଭଲ ମଡେଲର

ମୁଣ୍ଡରେ ଓଢଣୀ ଦେଇ ଓ ହାତ ଯୋଡି ନିର୍ବାଚନ ପ୍ରଚାରରେ ଲାଲୁଙ୍କ ବୋହୂ, ବାପା ଚନ୍ଦ୍ରିକା ରାୟଙ୍କ ପାଇଁ ମାଗୁଛନ୍ତି ଭୋଟ୍

କୋକେଇରେ ବସି ନିର୍ବାଚନ ପ୍ରଚାର, ଏପର୍ଯ୍ୟନ୍ତ ୧୧ ଥର ହାରି ସାରିଲେଣି