ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ସ୍ତ୍ରୀଙ୍କୁ ଛାଡିଥିବା ୪୫ ଜଣ ଏନ୍ଆରଆଇଙ୍କ ପାସପୋର୍ଟ ରଦ୍ଦ କଲେ ସରକାର

ନୂଆଦିଲ୍ଲୀ,୪।୩:କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧି କହିଛନ୍ତି ସରକାର ୪୫ଜଣ ପ୍ରବାସୀ ଭାରତୀୟ(ଏନ୍ଆରଆଇ)ଙ୍କ ପାସପୋର୍ଟ ରଦ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି। ଏହି ସମସ୍ତେ ନିଜର ସ୍ତ୍ରୀଙ୍କୁ ଛାଡିଦେଇଛନ୍ତି। ମେନକା କହିଛନ୍ତି ଏହି ମାମଲାକୁ ଦେଖିବା ପାଇଁ ଗଠନ କରାଯାଇଥିବା ଇଣ୍ଟିଗ୍ରେଟେଡ୍ ନୋଡାଲ ଏଜେନ୍ସି ଏନ୍ଆରଆଇ ଲୋକଙ୍କ ବିବାହ ମାମଲାରେ ଫେରାର ଥିବା ସ୍ବାମୀଙ୍କ ପାଇଁ ଲୁକ୍-ଆଉଟ୍ ସର୍କୁଲାର ଜାରି କରିଛନ୍ତି ଓ ବୈଦେଶିକ ମନ୍ତ୍ରଣାଳୟ ୪୫ଟି ପାସପୋର୍ଟକୁ ରଦ୍ଦ କରିଦେଇଛି। ଏଜେନ୍ସିର ମୁଖ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ସଚିବ ରାକେଶ ଶ୍ରୀବାସ୍ତବ ଅଛନ୍ତି। ମେନକା କହିଛନ୍ତି ସରକାର ଏଭଳି ମହିଳାଙ୍କୁ ନ୍ୟାୟ ଦେବା ପାଇଁ ରାଜ୍ୟସଭାରେ ଏକ ବିଲ୍ ଆଗତ କରିଛି ଯେଉଁମାନଭ୍କୁ ତାଙ୍କର ସ୍ବାମୀମାନେ ଛାଡିକି ଚାଲିଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.