ବନ୍ଦ ହୋଇଯିବ ଚୀନ୍‌ର ଫେକ୍‌ ନ୍ୟୁଜ୍‌ କମ୍ପାନୀ –ଭାରତର ଆଉ ଏକ ଡିଜିଟାଲ ଷ୍ଟ୍ରାଇକ୍‌

ନୂଆଦିଲ୍ଲୀ – ପୁଣି ଚୀନ୍‌କୁ ଟାର୍ଗେଟ୍‌ରେ ରଖି ଭାରତ ସ୍ପଷ୍ଟ କରିଛି ତାର ଆଭିମୁଖ୍ୟ । ପୂର୍ବରୁ ଚାଇନାର ମୋବାଇଲ୍‌ ଆପ୍‌କୁ ଦେଶରେ ବ୍ୟାନ୍‌ କରିବା ପରେ ପୁଣି ଆରମ୍ଭ କରିଛି ଏକ ଡିଜିଟାଲ ଷ୍ଟ୍ରାଇକ୍‌ । ଦେଶର ହିତକୁ ଆଖି ଆଗରେ ରଖି ଭାରତ ଦୃଢ଼ ପଦକ୍ଷେପ ନେଇଛି ।  ସରକାର ନ୍ୟୁଜ୍‌ ଏଗ୍ରିଗେଟର୍ସ ଓ ନ୍ୟୁଜ୍‌ ଏଜେନ୍ସିକୁ ଡିଜିଟାଲ ମିଡ଼ିଆରେ ୨୬ ପ୍ରତିଶତ ବିଦେଶୀ ନିବେଶ( ଏଫ୍‌ଡିଆଇ)ର ନିୟମକୁ ପାଳନ କରିବାକୁ ଆଦେଶ  ଦେଇଛନ୍ତି । ଜାରି କରାଯାଇଥିବା ନିୟମ ମୁତାବିକ୍‌ କମ୍ପାନୀର ସିଇଓ ଜଣେ ଭାରତୀୟ ହେବା ଆବଶ୍ୟକ ଏବଂ ସବୁ ବିଦେଶୀ କର୍ମଚାରୀ ଯିଏ ୬୦ ଦିନରୁ ଅଧିକ କାମ କରୁଛନ୍ତି , ତାଙ୍କୁ ସିକ୍ୟୁରିଟି କ୍ଲିୟରେନ୍ସ ନେବାକୁ ନେବ ।

୨୬ ପ୍ରତିଶତ ଏଫ୍‌ଡିଆଇ ନିୟମ ଚୀନ୍‌  ଓ ଅନ୍ୟ ବିଦେଶୀ କମ୍ପାନୀଗୁଡ଼ିକ ପାଇଁ ଖୁବ୍‌ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଯାହାକି ଭାରତର ଡିଜିଟାଲ ମିଡ଼ିଆରେ ନିବେଶ କରୁଛନ୍ତି ।

 ଡେଲି ହଣ୍ଟ , ହେଲୋ. ୟୁଏସ୍‌ ନ୍ୟୁଜ୍‌ , ଅପେରା ନ୍ୟୁଜ୍‌ , ନ୍ୟୁଜ୍‌ଡଗ୍‌ ଭଳି ଅନେକ ଚୀନ୍‌ ଓ ବିଦେଶ କମ୍ପାନୀ ବର୍ତ୍ତମାନ ସମୟରେ ଭାରତରେ କାମ କରୁଛନ୍ତି ।  ସେମାନେ ଭାରତ ପାଇଁ ମଧ୍ୟ କ୍ଷତିକାରକ ହୋଇପାରନ୍ତି ଏବଂ ୨୦୧୬ର ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ ପରି  ଭାରତରେ ମଧ୍ୟ ପ୍ରଭାବ ପକାଇ ପାରନ୍ତି ।

ଅଗଷ୍ଟ ୨୦୧୯ରେ କ୍ୟାବିନେଟ୍‌ ଡିଜିଟାଲ ମିଡ଼ିଆରେ ୨୬ ପ୍ରତିଶତ ଏଫ୍‌ଡିଆଇକୁ ମଞ୍ଜୁରୀ  ଦେଇଥିଲେ । Department for Promotion of Industry and Internal Trade (DPIIT)  ନୂଆ ନିର୍ଦ୍ଦେଶ ମୁତାବିକ୍‌  ଏବେ ଏହି ସବୁ କମ୍ପାନୀ ଗୁଡ଼ିକୁ ଏକ ବର୍ଷ ଭିତରେ  କେନ୍ଦ୍ର ସରକାରଙ୍କର ମଞ୍ଜୁରୀ ନେଇ ୨୬ ପ୍ରତିଶତ ବିଦେଶୀ ଇନଭେଷ୍ଟମେଣ୍ଟ କ୍ୟାପ୍‌ର ପାଳନ କରିବାକୁ ହେବ । ସବୁ ଡିଜିଟାଲ ମିଡ଼ିଆ ନ୍ୟୁଜ୍‌ ସଂସ୍ଥାଗୁଡ଼ିକୁ ସେୟରହୋଲ୍ଡିଂ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏକ ବର୍ଷର ସମୟ ଦିଆଯିବ ।

DPIITର କହିବା ହେଲା ଆମେ ଷ୍ଟକ୍‌ହୋଲ୍ଡର୍ସଙ୍କ ତରଫରୁ  ଏହି ନିଷ୍ପତ୍ତି ଉପରେ କିଛି ସ୍ପଷ୍ଟୀକରଣ ମାଗିଥିଲୁ । ଏହି ପ୍ରଶ୍ନ  ଉପରେ ବିଚାର ବିମର୍ଷ କରିବା ପରେ ନିଷ୍ପତ୍ତି ନିଆଯାଇଥିଲା କି ୨୬ ପ୍ରତିଶତ ବିଦେଶୀ ନିବେଶର ନିଷ୍ପତ୍ତି କିଛି ସ୍ଥିରୀକୃତ କମ୍ପାନୀ ଗୁଡ଼ିକ ଉପରେ ଲାଗୁ ହେବ , ଯେଉଁ ଗୁଡ଼ିକ ଭାରତରେ ରେଜିଷ୍ଟର କରିଛନ୍ତି ଓ ବର୍ତ୍ତମାନ ରହିଛନ୍ତି ।

   ସମ୍ବନ୍ଧିତ ଖବର


ବିହାର ନିର୍ବାଚନୀ ପ୍ରତିଶ୍ରୁତିରେ କରୋନା ଭାକ୍‌ସିନ୍‌ – ମାଗଣାରେ ଲୋକଙ୍କୁ କୋଭିଡ୍‌-୧୯ ଟିକା ମିଳିବା ନେଇ ସ୍ପଷ୍ଟ କଲେ ନିର୍ମଳା ସୀତାରମଣ

୬ଦିନ ପର୍ଯ୍ୟନ୍ତ ଦୁଇ ନାବାଳିକା ଭଉଣୀଙ୍କୁ ଗଣଦୁଷ୍କର୍ମ କଲେ ୧୫ ଦୁର୍ବୃତ୍ତ: ପୋଲିସ ଚୁପ୍, ବିକ୍ଷୋଭ ପ୍ରଦର୍ଶନ କଲେ ଲୋକେ

ମେଡିକାଲରୁ ଡିସଚାର୍ଜ ହେଲେ କପିଲ ଦେବ, ଚେତନ ଶର୍ମା କହିଲେ..

ନିର୍ବାଚନ ବିଜ୍ଞାପନରୁ ନୀତୀଶ କୁମାରଙ୍କ ଚେହେରା ଗାଏବ , କେବଳ ରହିଛି ପିଏମ୍‌ ମୋଦିଙ୍କ ଫଟୋ !

ଦଶାନନ ରାବଣଙ୍କର ଏହି ସ୍ଥାନରେ ଅଛି ଶହେ ବର୍ଷ ତଳର ପୁରୁଣା ମନ୍ଦିର, ବର୍ଷକୁ ଥରେ ମିଳିଥାଏ ଦର୍ଶନ

ଆସନ୍ତା ବର୍ଷ ଏହି ମାସ ସୁଦ୍ଧା ଲଞ୍ଚ ହେବ କରୋନାର ସ୍ୱଦେଶୀ ଭ୍ୟାକସିନ୍, ଭାରତ ବାୟୋଟେକ୍‌ର ସୂଚନା