ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଟୁଇଟ୍:‌ ଗଣମାଧ୍ୟମକୁ ଭୟ ଦେଖାଉଛନ୍ତି ମମତା

କୋଲକାତା ୦୧/୫: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକ ମନ୍ତବ୍ୟକୁ ସମାଲୋଚନା କରି ଗୁରୁବାର ଟୁଇଟ୍‌ କରିଛନ୍ତି । ସାଧାରଣ ଜନତା ଯେତେବେଳେ ଅବର୍ଣ୍ଣନୀୟ ଦୁର୍ଦ୍ଦଶାରେ ରହିଛନ୍ତି, ସେତିକିବେଳେ କାହିଁକି ଝଗଡ଼ା ବଢ଼ାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଛନ୍ତି । ଗତ ୧୦ରୁ ୧୨ ଦିନ ହେଲା ରାଜଭବନ ବନାମ ନବାନ୍ନ ମଧ୍ୟରେ ଟଣାଓଟରା ଚାଲିଛି । କରୋନା ସଂକ୍ରମଣର ମୁକାବିଲାରେ ରାଜ୍ୟ ସରକାର ଭୂମିକା ନେଇ ବାରମ୍ବାର ନାନା ଧରଣର ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜ୍ୟପାଳ ।

ଗୁରୁବାର ସକାଳେ ଟୁଇଟ୍‌ କରି ରାଜ୍ୟପାଳ ଲେଖିଛନ୍ତି ଯେ, କୋଭିଡ୍‌-୧୯ର ମୁକାବିଲାରେ ସବୁ ଦଳ ମିଳିମିଶି କାମ କରିବାକୁ ଆବେଦନ ଜଣାଉଛି । ଏହାପରେ ଟାର୍ଗେଟ ମୁଖ୍ୟମନ୍ତ୍ରୀ । ବିରୋଧୀମାନଙ୍କ ଆଚରଣ ମୃତଦେହ ଅପେକ୍ଷାରେ ଥିବା ଶକୁନ ପରି । ମମତା ବାନାର୍ଜୀଙ୍କ ଏହି ମନ୍ତବ୍ୟରେ ସେ ବ୍ୟଥିତ ବୋଲି ଲେଖିଛନ୍ତି ରାଜ୍ୟପାଳ ଶ୍ରୀ ଧନଖଡ଼ । ସେ ଲେଖିଛନ୍ତି, ବର୍ତ୍ତମାନ ପରିସ୍ଥିତି ମୁଣ୍ଡ ଉପର ଛାତ ଭାଙ୍ଗି ପଡ଼ିବା ଅବସ୍ଥା ଥିବା ବେଳେ ଖୁଚୁରା ରାଜନୀତି ବନ୍ଦ କରନ୍ତୁ । ଗଣମାଧ୍ୟମକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭୟ ଦେଖାଇ ନିୟନ୍ତ୍ରଣ କରିବାକୁ ଚେଷ୍ଟା ହେଉଛି ବୋଲି ସେ ଅନୁଭବ କରୁଛନ୍ତି । କାରଣ ଗଣମାଧ୍ୟମକୁ ଠିକ୍‌ ଭାବେ ଆଚରଣ କରିବାକୁ ମୁଖ୍ୟମନ୍ତ୍ରୀ ଯେଭଳି କହୁଛନ୍ତି ସେଥିରୁ ଏହା ବୁଝାପଡ଼ୁଛି । ରାଜ୍ୟପାଳ ଲେଖିଛନ୍ତି, କୌଣସି ତଥ୍ୟ ଲୁଚାଇବା ଉଚିତ ନୁହେଁ ।

ଗଣମାଧ୍ୟମ ଗଣତନ୍ତ୍ରର ମେରୁଦଣ୍ଡ ଓ ଅତ୍ୟାବଶ୍ୟକ ଅଙ୍ଗ । ସେହି ସମ୍ପଦ ଉପରେ ଚାପ କାହିଁକି ଦିଆଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ଏହାର ଜବାବ ମୁଖ୍ୟମନ୍ତ୍ରୀ ଦେଇ ନାହାନ୍ତି । ମନ୍ତ୍ରୀ ସୁଜିତ ବସୁ କହିଛନ୍ତି, ରାଜ୍ୟପାଳ ଅସଲ ବିଜେପିର ମୁଖପାତ୍ର ହୋଇ କାମ କରୁଛନ୍ତି, ତାଙ୍କୁ ଗୁରୁତ୍ୱ ଦେବା ଦରକାର ନାହିଁ ।

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର