‘ଫନି’ ପାଇଁ ସମୁଦ୍ର ସ୍ନାନ ଉପରେ ଲାଗିଲା କଟକଣା; ସତର୍କ କରାଇଲା ଜିଲ୍ଲା ପ୍ରଶାସନ

ପୁରୀ ୧।୫: ‘ଫନି’ ପାଇଁ ପର୍ଯ୍ୟଟକଙ୍କ ଉପରେ ଲାଗିଛି କଟକଣା। କୌଣସି ପର୍ଯ୍ୟଟକ ସମୁଦ୍ରରେ ନ ଗାଧୋଇବା ପାଇଁ ବା ସଂଧ୍ୟାରେ ସମୁଦ୍ରକୂଳରେ ନବୁଲିବା ପାଇଁ ସତର୍କ କରାଇ ଦେଇଛି ଜିଲ୍ଲା ପ୍ରଶାସନ। ଏ ସଂପର୍କରେ ପୁରୀ ହୋଟେଲ୍‌ ଆସୋସିଏସନର ସାଧାରଣ ସମ୍ପାଦକଙ୍କୁ ଚିଠି ଲେଖିଛନ୍ତି ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ। ୧ ତାରିଖଠାରୁ ୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ସମସ୍ତ ଆବଶ୍ୟକତା ପାଇଁ ପ୍ରସ୍ତୁତ ରହିବାକୁ ସେଥିରେ ଦର୍ଶାଯାଇଛି।

ମଙ୍ଗଳବାର ଅପରାହ୍ନ ୬ଟା ସୁଦ୍ଧା ସାମୁଦ୍ରିକ ଝଡ଼ବାତ୍ୟା ‘ଫନି’ ପୁରୀଠାରୁ ପାଖାପାଖି ୬୮୦ କିମି ଦୂରରେ ରହିଥିଲା। ପାଣିପାଗ ବିଭାଗର ପୂର୍ବାନୁଯାୟୀ, ‘ଫନି’ ଭୟଙ୍କର ରୂପ ନେଇସାରିଛି। ଇତିମଧ୍ୟରେ ଜିଲ୍ଲା ପ୍ରଶାସନ ସମସ୍ତ ତଳିଆ ଅଞ୍ଚଳରେ ସତର୍କ ସୂଚନା ଜାରି କରିବା ସହ ତୁରନ୍ତ ସୁରକ୍ଷିତ ଉଚ୍ଚ ସ୍ଥାନ ଓ ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲି ଯିବା ପାଇଁ ଲୋକମାନଙ୍କୁ ନିର୍ଦ୍ଦେଶ ଦେଇଛି। କୃଷ୍ଣପ୍ରସାଦ ବ୍ଳକର ସାତପଡ଼ା, ଚିଲିକା, ଅସ୍ତରଙ୍ଗ, କୋଣାର୍କ, ଚନ୍ଦ୍ରଭାଗା, ପୁରୀ ଆଦି ସମୁଦ୍ରକୂଳ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ସତର୍କ ରହିବାକୁ ଓ ଆବଶ୍ୟକ ସ୍ଥଳେ ୧ ତାରିଖଠାରୁ ବାତ୍ୟା ଆଶ୍ରୟସ୍ଥଳକୁ ଚାଲି ଯିବାକୁ ପରାମର୍ଶ ଦିଆଯାଇଛି। ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନଯିବା ପାଇଁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ବେଶ ସ୍ପର୍ଶକାତରତା ଦେଖାଇଛି ପ୍ରଶାସନ। କୌଣସି ପରିସ୍ଥିତିରେ ପର୍ଯ୍ୟଟକଙ୍କର ଯେମିତି ସମସ୍ୟା ନହେବ ସେଥି ପ୍ରତି ସମସ୍ତ ପଦକ୍ଷେପ ନେବାକୁ ‌ହୋଟେଲ ମାଲିକ ସଂଘକୁ ନିର୍ଦ୍ଦେଶ ଦିଆଯାଇଛି।

   ସମ୍ବନ୍ଧିତ ଖବର


ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି

ଅବକାରୀ ଗୁଇନ୍ଦା ପଞ୍ଝାରେ ନିଶା ବେପାରୀ, ୪ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର୍‌ ଜବତ

ଡିସେମ୍ବର ପହିଲାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ଚାଉଳ ଡବାରୁ ମିଳିଲା ଚାରି ଲକ୍ଷ, ଟଙ୍କା ଚୋରି ଅଭିଯୋଗରେ ଜଣେ ଗିରଫ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ