ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

ରାଜ୍ୟର ଜରୁରିଶୂନ୍ୟ ୨୫ ବିଭାଗ କର୍ମଚାରୀଙ୍କୁ ଅଫିସ ଆସିବା ମନା, ଜରୁରିକାଳୀନ ବିଭାଗ କର୍ମଚାରୀ ଆସିବେ

ଭୁବନେଶ୍ୱର ୨୩/୩: ରାଜ୍ୟର ୫ ଜିଲ୍ଲା ଓ ୮ ସହରରେ ଲକଡାଉନ୍‌ ଆରମ୍ଭ ହୋଇଥିଲା ବେଳେ କେଉଁ ବିଭାଗର କର୍ମଚାରୀ ଅଫିସ ଆସିବେ ଏବଂ କେଉଁ ବିଭାଗ ଆସିବେନି ସେ ନେଇ ସାଧାରଣ ପ୍ରଶାସନ ବିଭାଗ ନିଷ୍ପତ୍ତି ନେଇଛି । ସରକାରଙ୍କ ସମସ୍ତ ବିଭାଗକୁ ୩ ଭାଗରେ ବିଭକ୍ତ କରାଯାଇଛି । ଜରୁରିକାଳୀନ ବିଭାଗ, ଆଂଶିକ ଜରୁରି ଓ ଜରୁରି ଶୂନ୍ୟ ବିଭାଗ ଭାବେ ଚିହ୍ନଟ କରାଯାଇଛି । ଜରୁରିଶୂନ୍ୟ ୨୫ ବିଭାଗର କର୍ମଚାରୀ ଲକ୍‌ଡାଉନ ବେଳେ ଅଫିସ ନ ଆସିବାକୁ କୁହାଯାଇଛି ।

ଜରୁରି ବିଭାଗର କର୍ମଚାରୀ ଅଫିସ ଆସିବେ । ତେବେ ବିଭାଗ ଅଧୀନସ୍ଥ ନିର୍ଦ୍ଦେଶାଳୟ ଓ ସଂସ୍ଥାର କର୍ମଚାରୀ ଆସିବେ ନା ନାହିଁ ବିଭାଗୀୟ ସଚିବ ନିଷ୍ପତ୍ତି ନେବେ । ସରକାରଙ୍କର ଖାଦ୍ୟ ଯୋଗାଣ, ସାଧାରଣ ପ୍ରଶାସନ, ଗୃହ ଓ ନଗର ଉନ୍ନୟନ,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସ୍ୱତନ୍ତ୍ର ରିଲିଫ କମିଶନର ଓ ଓସଡମାକୁ ଏହାର ଅନ୍ତର୍ଭୁକ୍ତ କରାଯାଇଛି । ସେହିଭଳି ଆଂଶିକ ଜରୁରି ବିଭାଗର ସଚିବ ଓ ପ୍ରମୁଖ ଅଧିକାରୀ ଅଫିସ ଆସିବେ । ବିଭାଗର ନିର୍ଦ୍ଦେଶାଳୟ ଓ ସଂସ୍ଥାର କର୍ମଚାରୀ ଆସିବେ ନା ନାହିଁ ସଚିବ ନିଷ୍ପତ୍ତି ନେବେ । ତେବେ ଉଦ୍ୟୋଗଗୁଡ଼ିକ ଅଳ୍ପ କର୍ମଚାରୀରେ କାମ ଚଳାଇବାକୁ କୁହାଯାଇଛି । ଏହା ଅଧୀନରେ ବାଣିଜ୍ୟ ଓ ପରିବହନ, ଇଲେକଟ୍ରୋନିକ ଓ ଆଇଟି, ଶକ୍ତି, ଅର୍ଥ, ସୂଚନା ଓ ଲୋକସଂପର୍କ, ପଞ୍ଚାୟତିରାଜ, ରାଜସ୍ୱ, ଅନୁସୂଚିତ ଜାତି ଓ ଜନଜାତି ଏବଂ ପୂର୍ତ୍ତ ବିଭାଗ ରହିଛି ।

ଜରୁରିଶୂନ୍ୟ ବିଭାଗର କର୍ମଚାରୀମାନେ ଅଫିସ ଆସିବେନି । ସେମାନେ ଘରୁ ଟେଲିଫୋନରେ କାମ ତଦାରଖ କରିବାକୁ କୁହାଯାଇଛି । ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ସେମାନଙ୍କୁ ଆଗକୁ ଅବଗତ କରାଯିବ । ଏହା ଅଧୀନରେ କୃଷି, ସମବାୟ, ଅବକାରୀ, ଜଙ୍ଗଲ ଓ ପରିବେଶ, ହସ୍ତତନ୍ତ ଓ ବୟନଶିଳ୍ପ, ଉଚ୍ଚଶିକ୍ଷା, ଆଇନ, ଶିଳ୍ପ, ଏମଏସଏମଇ, ସଂସଦୀୟ ବ୍ୟାପାର, ଗ୍ରାମ୍ୟ ଉନ୍ନୟନ, ବିଦ୍ୟାଳୟ ଓ ଗଣଶିକ୍ଷା, ଇସ୍ପାତ ଓ ଖଣି, ପର୍ଯ୍ୟଟନ, ଜଳସମ୍ପଦ, ବିଜ୍ଞାନ ଓ କାରିଗରୀ, ଯୋଜନା ଓ ସଂଯୋଜନ, ଶ୍ରମ, ମହିଳା ଓ ଶିଶୁ ବିକାଶ, କ୍ରୀଡ଼ା ଓ ଯୁବ ସେବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.