ମାତ୍ର ଗୋଟିଏ କଲରେ ମିଳିଯିବ ଚୋରି ବା ହଜି ଯାଇଥିବା ମୋବାଇଲ: ଆପଣ ଜାଣନ୍ତିକି ଏହି ସରକାରୀ ସୁବିଧା ବିଷୟରେ

ନୂଆଦିଲ୍ଲୀ ୨୨/୮ : ଆଜିର ସମାଜରେ ଲୋକମାନେ ଅଧିକ ସ୍ମାର୍ଟ ମୋବାଇଲର ବ୍ୟବହାର କରୁଥିବା ବେଳେ ସ୍ମାର୍ଟ ଫୋନକୁ ନେଇ ବିଭିନ୍ନ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେହିପରି କିଛି ଲୋକ କମ୍  ଦାମରେ ଫୋନ ଧରିବାକୁ ପସନ୍ଦ କରୁଥିବା ବେଳେ  କେହି କେହି ଅଧିକ ଫିଚର୍‌ ଥିବା ସ୍ମାର୍ଟ ଫୋନକୁ ବ୍ୟବହାର କରିଥାନ୍ତି।  ସ୍ମାର୍ଟ ଫୋନ ବ୍ୟବହାର ବଢ଼ୁଥିବାରୁ ରକ୍ଷଣବେକ୍ଷଣ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି।

ସାଧାରଣତଃ କିଛି ଲୋକ ନିଜ ଫୋନକୁ ଭୁଲ ବଶତଃ ହଜାଇଦେଉ ଥିବା ବେଳେ ଲୋକଙ୍କ ଅଜାଣତରେ ମଧ୍ୟ ଫୋନ ଚୋରି ହୋଇଥିବା ଦେଖିବାକୁ ମିଳିଥାଏ। ଫୋନ ଚୋରି ହେବା ଫଳରେ ବହୁ ସମସ୍ୟାର ସମ୍ମୁଖୀନ ପଡିଥାଏ ।ମୋବାଇଲ ହଜିଯିବା ପରେ ପୋଲିସ ନିକଟରେ ମୋବାଇଲ ଚୋରି  ରିପୋର୍ଟ ଦେବାକୁ ପଡିଥାଏ।

ସାଧାରଣ ଲୋକଙ୍କ ମୋବାଇଲ ଚୋରିର ସମସ୍ୟାକୁ ଦୂର କରିବା ପାଇଁ ସରକାର ସେଣ୍ଟ୍ରାଲ ଇକ୍ୟୁମେଣ୍ଟ୍ ଆଇଡିଣ୍ଟିଟି ରେଜିଷ୍ଟନ୍ ସ୍ଥାପନ କରାଯାଇଛି।ଏହା ଦ୍ବାରା ମୋବାଇଲ ଚୋରି ସମସ୍ୟା ଦୂର କରିହେବ। ସରକାରଙ୍କ ତରଫରୁ ୧୪୪୨୨ (14422) ଟ୍ରୋଲ ଫି ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି। ଟ୍ରୋଲ ଫି ନମ୍ବର କଲ୍ କରି  ହଜିଯାଇଥିବା ମୋବାଇଲ କିମ୍ବା ଚୋରି ହୋଇଥିବା ଫୋନର ମାମଲା ରୁଜୁ କରିପାରିବେ ।ମାମଲା ଦାୟର ହେବା ପରେ ପୁଲିସ୍  ଫୋନର ନେଟ୍ଓ୍ବର୍କ କାମ କରିବା ବନ୍ଦ  କରିଦେବ ।ଫୋନ ବନ୍ଦ ରହିବା ଫଳରେ ପୁଲିସ ଚୋରି ହୋଇଥିବା ମୋବାଇଲ ସମ୍ପର୍କରେ ସଠିକ୍ ତଥ୍ୟ ପାଇପାରିବେ।

ସରକାରଙ୍କ ତରଫରୁ ଜାରି ହୋଇଥିବା ହେଲ୍ପ ଲାଇନ୍ ନମ୍ବର ବ୍ୟତିତ  ମୋବାଇଲ ଆପ୍ ମାଧ୍ୟମରେ କଥା ହେବା ସହ ଫୋନ୍ ଚୋରିର ମାମଲା ରୁଜୁ କରିପାରିବେ। ତେଣୁ ଟେଲିକମ୍ କମ୍ପାନୀ ଏବଂ ପୋଲିସ ମଧ୍ୟରେ ସମନ୍ବୟ ରଖିବା ପାଇଁ ମୋବାଇଲ ସର୍ଭିସ ସେବାର ଆରମ୍ଭ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ମହାରାଷ୍ଟ୍ରରେ ଦୂରସଂଚାର ବିଭାଗ ତଫରୁ ଏହି ସେବ ଉପଲବ୍ଧ କରାଯାଇଛି। ଏହି ବର୍ଷ ଶେଷ ସୁଦ୍ଧା ସମସ୍ତ ରାଜ୍ୟ  ମୋବାଇଲ ଉପଭୋକ୍ତାଙ୍କୁ ଏହି ସେବା ଯୋଗାଇ ଦେବେ ।

   ସମ୍ବନ୍ଧିତ ଖବର


ଗୋଟିଏ ଦିନରେ ୫ ହଜାର ଟଙ୍କା ପଯ୍ୟନ୍ତ ଖସିଗଲା ସୁନା-ରୂପା ଦାମ୍‌…

ଆଉ ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାରେ ରହିବନି ଆଳୁ-ପିଆଜ, ୬୫ ବର୍ଷ ପୁରୁଣା ନିୟମରେ ହେଲା ପରିବର୍ତ୍ତନ

ଆସିଗଲା ନୂଆ ବ୍ୟାଙ୍କିଙ୍ଗ୍ ଆଇନ୍: ସଂସଦରେ ମଞ୍ଜୁରୀ ମିଳିବା ପରେ ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପଡିବ ପ୍ରଭାବ?

ଫୋର୍ବସର ପ୍ରଭାବଶାଳୀ ପରିବାର – ତାଲିକାରେ ଭାରତର ଡଲାର୍‌ ଇଣ୍ଡଷ୍ଟ୍ରିଜ୍‌

ଅକ୍ଟୋବରରୁ ଟିଭି ମହଙ୍ଗା

ମଣ୍ଡି ବାହାରେ ବିକିପାରିବେ ଚାଷୀ -ସଂସଦରେ ଦୁଇ କୃଷି ବିଲ୍‌କୁ ମଞ୍ଜୁରି