ଗାଡି ସ୍କ୍ରାପ୍‌ ନୀତି ବିଜ୍ଞପ୍ତି ଜାରି: ଅତି ପୁରୁଣା ଗାଡି ବଦଳରେ ରିହାତି ପାଇବେ ଗ୍ରାହକ

ନୂଆଦିଲ୍ଲୀ ୯/୧୧:କେନ୍ଦ୍ର ସରକାର ଏକ ସ୍କ୍ରାପ ପ୍ରକ୍ରିୟାକରଣ ନୀତିର ବିଜ୍ଞପ୍ତି ଜାରି କରିଛନ୍ତି। ଏହି ନୀତି ଅଧୀନରେ ଜୀବନକାଳ ସରି ଆସୁଥିବା ଗାଡି ତଥା ଅନ୍ୟାନ୍ୟ ହ୍ୱାଇଟ୍‌ ଗୁଡ୍‌ ସ୍କ୍ରାପ୍‌ ସଂଗ୍ରହ କରାଯିବ । ଏହାକୁ ପ୍ରକ୍ରିୟାକରଣ କରାଯିବା ପରେ ଇସ୍ପାତ ଶିଳ୍ପ ଦ୍ୱାରା ଏହା ବ୍ୟବହାର ହେବ । ଏହି ନୀତି ଅଧୀନରେ ସଡ଼କ ଏବଂ ରାଜପଥ ମନ୍ତ୍ରାଳୟ ଓ ଭାରୀ ଶିଳ୍ପ ବିଭାଗ ଏକତ୍ର ଭାବେ କାର୍ଯ୍ୟ କରିବେ । ଅକାମୀ ଗାଡି ସ୍କ୍ରାପ୍‌ ସଂଗ୍ରହ ପ୍ରକ୍ରିୟାକୁ ଗାଡି ନିର୍ମାତାମାନଙ୍କ ଜରିଆରେ ପ୍ରୋତ୍ସାହିତ କରିବେ ।

ନୂଆ ଗାଡି କିଣିବା ସମୟରେ ଅତି ପୁରୁଣା ଗାଡି ବଦଳରେ ଗ୍ରାହକଙ୍କୁ ରିହାତି ଦିଆଯିବ । ଏହାକୁ ନୀତିରେ ବାଧ୍ୟତାମୂଳକ କରାଯାଇଛି । ଏହି ନୀତି ଜରିଆରେ ସଡ଼କରୁ ଅତି ପୁରୁଣା ତଥା ପ୍ରଦୂଷଣକାରୀ ଗାଡିଗୁଡିକ ହଟିଯିବ।

   ସମ୍ବନ୍ଧିତ ଖବର


ପଛକୁ ହଟିଲା ଚୀନ୍‌ ସେନା … ଭାରତର ବିଚକ୍ଷଣ ରଣନୀତିରେ ଡ଼ରିଗଲା

ଡାର୍କ ନେଟ୍‌ରେ ଏକ ଲକ୍ଷରୁ ଅଧିକ ଭାରତୀୟଙ୍କୁ ପରିଚୟ ଓ ତଥ୍ୟ ଲିକ୍‌

ଏତେ ଶସ୍ତା ହେଲା ସୁନା ! ବିବାହ ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର

ଏସେନ୍ସିଆଲ କମୋଡିଟି ଆକ୍ଟରେ ବଡ ପରିବର୍ତ୍ତନ, ମିଳିବ ଏହି ଫାଇଦା

କରୋନାରେ ସେକ୍ସକୁ ନେଇ ନୂଆ ନିୟମ ! ନିଜ ଘରେ ବାହାର ବ୍ୟକ୍ତିଙ୍କ ସହ ରଖିପାରିବନି ଶାରୀରିକ ସଂପର୍କ

କରୋନାକୁ ହରାଇଲା ଅଢ଼େଇ ମାସର ଶିଶୁ !