PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ସରକାରୀ ଅଫିସ୍‌ରେ କରୋନା ଚଡ଼କ : ମହିଳା ଓ ଶିଶୁ ବିକାଶ ବିଭାଗରୁ ୫ ଆକ୍ରାନ୍ତ ଚିହ୍ନଟ, ବିଭିନ୍ନ ସରକାରୀ ଅଫିସ୍ ବନ୍ଦ

ଭୁବନେଶ୍ୱର,୧୭/୦୮: ସରକାରୀ ଅଫିସ୍‌ରେ କରୋନା ଚଡ଼କ ପଡିଲାଣି । ସାଧାରଣ ଲୋକଙ୍କ ପାଇଁ ସରକାରୀ ଅଫିସ୍‌ ଯିବା ବାରଣ କରାଯାଇଛି । ତା ସତ୍ତେ୍ୱ ସଂକ୍ରମଣ ଥମୁନି । ପୂର୍ବରୁ ସଚିବାଳୟ, ନ’ ତାଲାରେ କରୋନା ପଶିଥିଲା। ଏବେ ସଚିବାଳୟର ମହିଳା ଓ ଶିଶୁ ବିକାଶ ବିଭାଗରେ କରୋନା ପଶିଛି । ସେହିଭଳି ଭୁବନେଶ୍ୱର ଉପଜିଲ୍ଲାପାଳ ଅଫିସ୍‌, ତହସିଲ ଅଫିସ୍‌ ଓ ସବ୍‌ରେଜେଷ୍ଟ୍ରି ଅଫିସ୍‌କୁ ୪୮ଘଣ୍ଟା ପାଇଁ ବନ୍ଦ କରାଯାଇଛି ।

ମହିଳା ଓ ଶିଶୁ ବିକାଶ ବିଭାଗର ୫ଜଣ କର୍ମଚାରୀ ଆକ୍ରାନ୍ତ ବାହାରିଛନ୍ତି । ଭୁବନେଶ୍ୱର ଉପଜିଲ୍ଲାପାଳ ଅଫିସ୍‌ରୁ ଜଣେ ଓ ତହସିଲ ଅଫିସ୍‌ରୁ ୩ଜଣ ସଂକ୍ରମିତ ଧରାପଡ଼ିଛନ୍ତି । ସବ୍‌ରେଜିଷ୍ଟ୍ରାର୍‌ ଅଫିସ୍‌ରୁ ୬ଜଣ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । ଏଥିପାଇଁ ଏହି ୩ ଅଫିସ୍‌କୁ ତତ୍କାଳ ବନ୍ଦ କରିବାକୁ ବିଏମ୍‌ସି ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ୪୮ଘଣ୍ଟା ପାଇଁ ଏହି ତିନୋଟି ଅଫିସ୍‌ ବନ୍ଦ ରହିବ । ଏହି ଅବଧି ଭିତରେ ସମସ୍ତ ଦପ୍ତର ସମେତ ପୂରା ବିଲ୍ଡିକୁ ବିଶୋଧନ କରାଯିବ । ତିନି ଦିନ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ୱର୍କ ଫ୍ରମ୍‌ ହୋମ ବା ଘରୁ ଅଫିସ୍‌ କାମ କରିବାକୁ ନିର୍ଦ୍ଦେଶ ଦେବାକୁ ବିଏମ୍‌ସି ଦକ୍ଷିଣ ପୂର୍ବ ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ଚିଠି ଲେଖି ଜଣାଇଛନ୍ତି ।

ସେହିଭଳି ଇଡକଲ ହାଉସ୍‌ରୁ ୩ କରୋନା ଆକ୍ରାନ୍ତ ବାହାରିଛନ୍ତି । ରାଜ୍ୟ ଶିଶୁ ସୁରକ୍ଷା ସମିତି(ଷ୍ଟେଟ୍‌ ଚାଇଲ୍ଡ ପ୍ରୋଟେକ୍ସନ ସୋସାଇଟି)ରୁ ୨ଜଣ କର୍ମଚାରୀ ସଂକ୍ରମିତ ହୋଇଥିବା ବିଏମ୍‌ସି ସୂତ୍ରରୁ ଜଣାପଡ଼ିଛି । କଳ୍ପନା ଫାୟାର ଷ୍ଟେସନରୁ ଜଣେ, ବିଜୁପଟ୍ଟନାୟକ ପୁଲିସ ଏକାଡେମୀରୁ ଜଣେ ଓ ବାଳକାଟି ସିଏଚଚିରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାବାଦ୍‌ ରବିବାର ଓୟୁଏଟି ଡାଏରି ଫାର୍ମରୁ ଜଣେ, ନ ତାଲାରେ ଥିବା ଡିଏମ୍‌ଇଟି ଅଫିସ୍‌ରୁ ଜଣେ ଏଏସ୍‌ଓ, କଳ୍ପନା ଫାୟାର ଷ୍ଟେସନ୍‌ରୁ ଆଉ ଜଣେ, ମାଷ୍ଟରକ୍ୟାଣ୍ଟିନ୍‌ ରେଳଷ୍ଟେସନର ଜଣେ କର୍ମଚାରୀ ଓ ସିଆରପିଏଫ୍‌ର ଜଣେ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି ।

ପୂର୍ବରୁ ମଧ୍ୟ ସଚିବାଳୟର ଅର୍ଥ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗରୁ ଏକାଧିକ ଆକ୍ରାନ୍ତ ବାହାରିଥିଲେ । ବିଧାନସଭାର ୫ଜଣ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇ ସୁସ୍ଥ ହୋଇ ସାରିଲେଣି । ନ ତାଲାରେ ଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଅଫିସ୍‌ରୁ ମଧ୍ୟ ଅନେକ ବରିଷ୍ଠ ଅଧିକାରୀ ଆକ୍ରାନ୍ତ ହୋଇଛନ୍ତି । ବିଏମ୍‌ସିର ୧୦ରୁ ଅଧିକ କର୍ମଚାରୀ ଓ ସଫେଇ କର୍ମଚାରୀ, ସହରର ଏକାଧିକ ପୁଲିସ ଥାନା କର୍ମଚାରୀ ଓ ବିଡିଏ ଅଫିସ୍‌ରେ କରୋନା ପଶିସାରିଛି । ସରକାରୀ ଅଫିସ୍‌ରେ ସଂକ୍ରମଣ ଏଡ଼ାଇବାକୁ ଗତ କିଛି ଦିନ ତଳେ ସରକାର ଏକ ଗାଇଡଲାଇନ୍‌ ଜାରି କରିଥିଲେ । ତାହା ସରକାରୀ ଅଫିସ୍‌ରେ ସଂକ୍ରମଣ ମାଡ଼ିଚାଲିଛି ।