ଖୁସି ଖବର! ସରକାରୀ କର୍ମଚାରୀଙ୍କୁ ମିଳିପାରେ ଘରୁ କାମ କରିବାର ବିକଳ୍ପ, ବର୍ଷରେ ମିଳିବ ଏତେ ଦିନ

ନୂଆଦିଲ୍ଲୀ,୧୪।୫: କରୋନା ଭାଇରସ କାରଣରୁ ଆଜିକାଲି ସାରା ଦେଶରେ ଅଫିସ ବନ୍ଦ ରହିଛି। ସରକାରୀ ଅଫିସ ଗୁହିକରେ ଖୁବ୍ କମ ସଂଖ୍ୟାରେ କର୍ମଚାରୀଙ୍କୁ ଦେଖିବାକୁ ମିଳୁଛି। କେବଳ ଜରୁରୀ ସେବାରେ ଥିବା କର୍ମଚାରୀ ଅଫିସକୁ ଯାଉଛନ୍ତି। କୌଣସି ପ୍ରାଇଭେଟ୍ ଅଫିସରେ ଆଜିକାଲି ଓ୍ବାର୍କ ଫ୍ରମ ହୋମ୍ ଅର୍ଥାତ ଘରୁ ଷ୍ଟାଫମାନେ କାମ କରୁଛନ୍ତି। ଏହା ଭିତରେ ସରକାରୀ ଅଫିସରେ କାମ କରୁଥିବା ଲୋକଙ୍କ ପାଇଁ ଭଲ ଖବର। ସରକାର ଏବେ ତାଙ୍କୁ ଘରେ କାମ କରିବାର ବିକଳ୍ପ ଉପରେ ବିଚାର କରୁଛନ୍ତି।

ସରକାର ଓ୍ବାର୍କ ଫର୍ମ ହୋମକୁ ନେଇ ଡ୍ରାଫ୍ଟ ପେପର ପ୍ରସ୍ତୁତି କରୁଛନ୍ତି। ଏହା ଅନୁସାରେ ସରକାରୀ ଅଫିସରେ କାମ କରୁଥିବା ଷ୍ଟାଫଙ୍କୁ ବର୍ଷରେ ୧୫ ଦିନ ଘରୁ କାମ କରିବାର ସୁଯୋଗ ମିଳିବ। ସରକାର ଯେଉଁ ଡ୍ରାଫ୍ଟ ପ୍ରସ୍ତୁତ କରୁଛନ୍ତି ସେଥିରେ କୁହାଯାଇଛି, କରୋନା ଭାଇରସରୁ ରଦା ପାଇବା ପାଇଁ ସୋସିଆଲ ଡିଷ୍ଟାନ୍ସିଂର ପାଳନ କରିବା ଦରକାର। ଏଥିପାଇଁ କାମ କରିବାର ସିଡ୍ୟୁଲରେ ଅନେକ ପରିବର୍ତ୍ତନ କରିବାକୁ ହେବ।

ଡିପାଟମେଣ୍ଟ ଅଫ୍ ପର୍ସନାଲ ଆଣ୍ଡ ଟ୍ରେନିଂ (DoPT)ନ୍ୟୁ-ଅଫିସରେ  କାମ ଆରମ୍ଭ କରିଦେଇଛନ୍ତି। ୭୫ ମନ୍ତ୍ରଣାଳୟ ଏହି ସିଷ୍ଟମ ସହିତ ପୂର୍ବରୁ ଯୋଡି ହୋଇସାରିଛନ୍ତି। ଏହାଛଡା ୫୭ ମନ୍ତ୍ରଣାଳୟ ନିଜର ୮୦ ପ୍ରତିଶତ କାମ ଏହି ପୋର୍ଟାଲ ଜରିଆରେ କରୁଛନ୍ତି।  DoPT ସରକାରଙ୍କୁ ପ୍ରସ୍ତାବ ପଠାଇଛି ଯେ, ସେକ୍ସନ ଲେଭଲ ଅଫିସରଭ୍କୁ ମଧ୍ୟ ଏବେ ଭିପିଏନ୍ ନମ୍ବର ଦିଆଯାଉ। ଯାହାଫଳରେ ସେ ଏକ ସୁରକ୍ଷିତ ନେଟଓ୍ବର୍କରେ ଫାଇଲକୁ ଦେଖିପାରିବେ। ଏହା ପୂର୍ବରୁ ଏହି ସୁବିଧା କେବଳ ଉପ-ସଚିବ ଓ ବଡ ଅଧିକାରୀଙ୍କୁ ଦିଆଯାଇଥିଲା।

ଡ୍ରାଫ୍ଟ ପ୍ରପୋଜାଲରେ ଡାଟା, ଡେକ୍ସଟପ୍ ଓ ଲାପଟପର ରିମ୍ବର୍ସମେଣ୍ଟ ଉପରେ ମଧ୍ୟ ବିଚାର କରାଯାଉଛି। ଯେଉଁ ଲୋକମାନେ ଘରୁ କାମ କରିବେ ତାଙ୍କୁ ଫୋନରେ ରହିବାକୁ ପଡିବ। ଏହାଛଡା ଡ୍ରାଫ୍ଟରେ ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର (NIC) କୁ କୁହାଯାଇଛି ଧ୍ୟାନ ରଖନ୍ତୁ ଯେପରି ଷ୍ଟାଫଙ୍କୁ କୌଣସି ଡିଭାଇରସରେ କୌଣସି ଅସୁବିଦା ନହୁଏ। ଏହା ସହିତ (NIC) ଭିଡିଓ କନଫରରେନ୍ସିଂ ସେବା ମଧ୍ୟ ଦିଆଯାଇଛି। ୨୧ ମଇ ପର୍ଯ୍ୟନ୍ତ ସମସ୍ତ ଡିପାର୍ଟମେଣ୍ଟକୁ ଡ୍ରାଫ୍ଟ ପ୍ରପୋଜାଲ ପ୍ରସ୍ତୁତ କରିବାକୁ କୁହାଯାଇଛି।

   ସମ୍ବନ୍ଧିତ ଖବର


ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

ଚାଲିଗଲା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜୀବନ, କରୋନା ଯୋଦ୍ଧାଙ୍କୁ ଝୁରିଲେ ଲୋକେ

୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…

ରୁଟି ଅମ୍ମାଙ୍କ ଭିଡିଓ ଭାଇରାଲ: ୨୦ ଟଙ୍କାରେ ଲୋକଙ୍କୁ ଖୁଆନ୍ତି, ସରୁନି ଦୁଃଖ…

ବିହାର ନିର୍ବାଚନର ଏକ ରୋଚକ ତଥ୍ୟ, ୪ଟି ମେଣ୍ଟ କିନ୍ତୁ ମୁଖ୍ୟମନ୍ତ୍ରୀ ହେବାକୁ ୬ ଦାବିଦାର