PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି : ମାଓ ଯୋଜନା ପଣ୍ଡ, ରାସ୍ତାରୁ ପାଇପ୍ ବୋମା ଉଦ୍ଧାର
  • ||
  • ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୦୩୧ କରୋନା ପଜିଟିଭ୍, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?
  • ||
  • ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ଦିନକରେ ଚାଲିଗଲା ଆଉ ୪୩ ଜଣ ଆକ୍ରାନ୍ତଙ୍କ ଜୀବନ
  • ||
  • ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାହାଘର, ଶିଶୁପାଳଙ୍କୁ ହରାଇ ଋକ୍ମିଣୀଙ୍କୁ ହରଣ କରିବେ
  • ||
  • ଆଜିଠୁ କ୍ୟାମ୍ପେନ୍‌ ମୋଡରେ ହେବ ଟିକାକରଣ, ଦିନକୁ ୩ ଲକ୍ଷ ଲୋକଙ୍କୁ ଦିଆଯିବ ଟିକା
  • ||
  • ଦେବସ୍ନାନ ପୂର୍ଣ୍ଣିମା: ଘରେ ପହଞ୍ଚିବ ଅବଢ଼ା
  • ||

କଳାଭୂମି-ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟର କଳାକୃତି ଦ୍ରବ୍ୟ ଏବଂ ଲିଖିତ କାଗଜପତ୍ର ପ୍ରମାଣକୁ ଡିଜିଟକରଣ କରିବାକୁ ଚୁକ୍ତିପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର ୩୦/୦୮:  ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍‌) ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ପରିଚାଳିତ ଏବଂ ଆମେରିକାନ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ଇଣ୍ଡିଆନ୍‌ ଷ୍ଟଡିଜ୍‌ର ସେଣ୍ଟର ଫର ଆର୍ଟ ଆଣ୍ଡ ଆରକ୍ୟେଲୋଜିର ଆଜି ବୁଝାମଣାର ଚୁକ୍ତି(ଏମ୍‌.ଓ.ୟୁ) ସ୍ୱାକ୍ଷର କରିଛନ୍ତି ।

କଳାଭୂମି ୨୦୧୮ ମସିହା ମାର୍ଚ୍ଚ ମାସରେ ଉଦ୍‌ଘାଟନ ହୋଇଥିଲା । ଏଥିରେ ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତ ସଂରକ୍ଷଣ କରାଯାଇ ରଖାଯାଇ ଅଛି, ଯାହା ଦେଶବିଦେଶର ଲୋକଙ୍କୁ ଆକର୍ଷଣ କରୁଅଛି । କଳାକୃତି ଦ୍ରବ୍ୟର ବିଧିବଦ୍ଧ ଲିଖିତ କାଗଜପତ୍ର ଏହି ଅଞ୍ଚଳକୁ ଜ୍ଞାନବର୍ଦ୍ଧନ ଏବଂ ଅଗ୍ରଣୀ କରିଛି । ଏହି ଜ୍ଞାନ ଉତ୍ପନ କରିବା ପାଇଁ କଳାଭୂମିରେ ଡିଜିଟିକରଣ ଆବଶ୍ୟକ । ଏହି ପ୍ରକ୍ରିୟା ଦ୍ୱାରା କଳାକୃତି ଦ୍ରବ୍ୟର ଆଲୋକ ଚିତ୍ର, ଲିଖିତ କାଗଜପତ୍ର ପ୍ରମାଣ ଏବଂ ସୂଚୀ ପତ୍ର ବିଶ୍ୱଦରବାରରେ ପରିଚିତ କରାଯାଇପାରିବ ।

ଏ.ଆଇ.ଆଇ.ଏସ୍‌ ହେଉଛି ଏକ ସ୍ୱୟଂଶାସିତ ସହାୟତା ସଂଗଠନ, ଯାହାକି ଆମେରିକାରେ ଥିବା ୮୯ ଜଣାଶୁଣା ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚତମ ଶିକ୍ଷା ଅନୁଷ୍ଠାନମାନଙ୍କ ମଧ୍ୟରେ ଅନ୍ୟତମ । ଏହା ୧୯୬୧ ମସିହାରେ ପ୍ରତିଷ୍ଠା ହୋଇଥିଲା । ଭାରତ ଏବଂ ଆମେରିକାର ଶିକ୍ଷାଗତ ସଂପର୍କକୁ ପ୍ରୋତ୍ସାହନ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ଭାରତ ସରକାରଙ୍କର ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ମାନ୍ୟତା ପାଇଥିବା ଏ.ଆଇ.ଆଇ.ଏସ୍‌ ହେଉଛି ଏକ ଗବେଷଣା ଓ ଶିକ୍ଷାଗତ ଅନୁଷ୍ଠାନ ।

୧୯୬୫ ମସିହାରୁ ଭାରତରେ ସିଏ ଆଣ୍ଡ ଏ ଅଫ୍‌ ଏ.ଆଇ.ଆଇ.ଏସ୍‌ ଅତୀତ କୀର୍ତ୍ତି, ସ୍ଥାନ, ସଂଗ୍ରହାଳୟ ଦ୍ରବ୍ୟ, ମନ୍ଦିର ଏବଂ ବିଭିନ୍ନ ସ୍ଥାନର ଆଲୋକ ଚିତ୍ରକୁ ବହନ କରିଆସୁଅଛି । କଳାଭୂମିର ତତ୍ତ୍ୱାବଧାନରେ ଉପରୋକ୍ତ ଅଭିଜ୍ଞତାରେ ଯାନ୍ତ୍ରିକ ବିଶେଷଜ୍ଞତା ସିଏ ଆଣ୍ଡ ଏ କ୍ଷେତ୍ରରେ ଡିଜିଟିକରଣ ଏବଂ ଲିଖିତ କାଗଜପତ୍ର ପ୍ରମାଣର ଚୁକ୍ତି ସିଏ ଆଣ୍ଡ ଏ ସହିତ ହେବାକୁ ଯାଉଛି । ଏହି ଚୁକ୍ତି ଛାୟାପତ୍ର ପ୍ରମାଣ ନିମନ୍ତେ ଏବଂ ସଂଗ୍ରହାଳୟର ମନୁଷ୍ୟ ନିର୍ମିତ ଦ୍ରବ୍ୟର ମେଟାଡାଟା ପ୍ରସ୍ତୁତି ନିମନ୍ତେ କରାଯାଉଛି ।

କଳାଭୂମି-ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ତରଫରୁ ଶ୍ରୀ ସିତିକାନ୍ତ ଷଡଙ୍ଗୀ, ମେମ୍ବର ସେକ୍ରେଟାରୀ, ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍‌) ବୁଝାମଣାର ଚୁକ୍ତିପତ୍ର (ଏମ୍‌.ଓ.ୟୁ) ସ୍ୱାକ୍ଷର କରିଛନ୍ତି । କଳାଭୂମି ଓଡ଼ିଶାର ହସ୍ତଶିଳ୍ପ ସଂଗ୍ରହାଳୟ ଏବଂ ସିଏ ଆଣ୍ଡ ଏ, ଏ.ଆଇ.ଆଇ.ଏସ୍‌ ଦ୍ୱାରା ବୁଝାମଣାର ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି ।