ସରକାରଙ୍କ ରାଡାରରେ ହ୍ବାଟସଆପର ନୂଆ ପ୍ରାଇଭେଟ୍ ପଲିସି, ଡାଟା ସେୟାରିଂ ଅପଡେଟ୍ ଉପରେ ରହିଛି ନଜର

ନୂଆଦିଲ୍ଲୀ,୧୪।୧: ହ୍ବାଟସଆପ୍‌ର ନୂଆ ପ୍ରାଇଭେଟ୍ ପଲିସିକୁ ନେଇ ଉଠିଥିବା ବିବାଦ ପରେ ଭାରତ ସରକାର ମାମଲାରେ ହସ୍ତକ୍ଷେପ କରିଛନ୍ତି। ସରକାର ଏହି ନୂଆ ପ୍ରାଇଭେଟ୍ ପଲିସିର ସେହି ଅପଡେଟସ୍( ନିୟମ ଏବଂ ବ୍ୟବସ୍ଥା)ର ଯାଞ୍ଚ କରିବାର ଆରମ୍ଭ କରିଦେଇଛନ୍ତି, ଯାହାଦ୍ବାରା କମ୍ପାନୀ ନିଜର ୟୁଜରଙ୍କୁ ୮ ଫେବୃଆରୀ ପର୍ଯ୍ୟନ୍ତ ସହମତି ଦେବାକୁ କହିଛି। ଖବର ଅନୁସାରେ, ସରକାର ଏ ବିଷୟରେ ତଥ୍ୟ ଏକାଠି କରୁଛନ୍ତି।’ ସରକାର ହ୍ବାଟସଆପର ଏହି ନୂଆ ପ୍ରାଇଭେଟ୍ ପଲିସି ଉପରେ ଯେଉଁ ଚିନ୍ତା ପ୍ରକାଶ ଯାଉଛି ତାହା ଉପରେ ନଜର ରଖିବା ଆରମ୍ଭ କରିଦଇଛନ୍ତି।

ଲୋକଙ୍କ ପକ୍ଷରୁ ଆଶଙ୍କା କରାଯାଉଛି ଯେ, ପ୍ରାଇଭେଟ୍ ପଲିସିର ନୂଆ ଅପଡେଟସ୍ ସ୍ବୀକାର କରାଯିବା ପରେ ତାଙ୍କର ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇପାରେ। ହ୍ବାଟସଆପ୍‌ର ନୂଆ ଅପଡେଟରେ ୟୁଜର୍ସଙ୍କ ସହିତ ବିଜନେସ୍, ଦିଆନିବର ଡାଟା ଫେସବୁକ୍ ସହିତ ସେୟାର କରିବାର ନିୟମ ରହିଛି। ଉଲ୍ଲେଖନୀୟ ଯେ, ହ୍ବାଟସଆପ୍ ବିଶ୍ବର ସବୁଠାରୁ ବଡ ମେସେଜିଂ ପ୍ଲାଟଫର୍ମ ଅଟେ ଓ ଏହା ଫେସବୁକର କମ୍ପାନୀ।

ନୂଆ ପ୍ରାଇଭେଟ୍ ପଲିସି ଉପରେ ସହମତି ମିଳିବା ପରେ ହ୍ବାଟସଆପ୍ ନିଜର ୟୁଜରଙ୍କ ଲୋକେସନ୍, ଫୋନ ନମ୍ବର, କଣ୍ଟାକ୍ଟ ଲି୍‌ଟ ଓ ୟୁଜର ପାର୍ଟନ ସହିତ ଅନ୍ୟଡାଟା ଫେସବୁକ୍, ଇନଷ୍ଟାଗ୍ରାମ୍ ଏବଂ ମେସେଞ୍ଜର ସହିତ ସେୟାର କରିବାର ଅଧିକାର ମିଳିଯିବ। ହ୍ବାଟସଆପର ଏହି ନୂଆ ପ୍ରାଇଭେଟ୍ ପଲିସି ବିରୋଧରେ ଭାରତ ସହିତ ବିଶ୍ବର ବହୁ ଅନ୍ୟଦେଶ ସ୍ବର ଉତ୍ତୋଳନ କରିବା ଆରମ୍ଭ କରିଦେଇଛନ୍ତି।