PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

୫ ଟ୍ରିଲିୟନ ଡଲାର ଅର୍ଥନୀତି ପାଇଁ ପାଗଭିଡ଼ା: ଭିତ୍ତିଭୂମିରେ ବ୍ୟୟ ହେବ ୧୦୨ ଲକ୍ଷ କୋଟି

ନୂଆଦିଲ୍ଲୀ ୦୧/୦୧: ୨୦୨୫ ସୁଦ୍ଧା ଦେଶକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ପାଗ ଭିଡ଼ିଛନ୍ତି ସରକାର। ଏହି କ୍ରମରେ ଆସନ୍ତା ୫ ବର୍ଷରେ ଭିତ୍ତିଭୂମି କ୍ଷେତ୍ରରେ ୧୦୨ ଲକ୍ଷ କୋଟି ଟଙ୍କା ବ୍ୟୟ କରାଯିବ । ମଙ୍ଗଳବାର ୧୦୨ ଲକ୍ଷ କୋଟି ଟଙ୍କାର ଜାତୀୟ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଉନ୍ମୋଚନ ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ଦେଶର ଜିଡିପିକୁ ୫ ଟ୍ରିଲିୟନ ଡଲାରରେ ପହଞ୍ଚାଇବାରେ ସହାୟକ ହେବ ବୋଲି ସୀତାରମଣ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଜାତୀୟ ଭିତ୍ତିଭୂମି ପ୍ରକଳ୍ପ ବାବଦ ଖର୍ଚ୍ଚ ହେବାକୁ ଥିବା ୧୦୨ ଲକ୍ଷ କୋଟି ଟଙ୍କାକୁ ୨୧ଟି ମନ୍ତ୍ରାଳୟ ମଧ୍ୟରେ ଆବଣ୍ଟନ କରାଯିବ। ଏହା ଜରିଆରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଭିତ୍ତିଭୂମି ବିକାଶ କରାଯିବ। ଗତ ୬ ବର୍ଷରେ କେନ୍ଦ୍ର ଓ ରାଜ୍ୟ ସରକାର ଭିତ୍ତିଭୂମି ବିକାଶରେ ୫୧ ଲକ୍ଷ କୋଟି ଟଙ୍କା ବ୍ୟୟ କରିଛନ୍ତି, ଯାହା କି ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୫-୬% ହେବ।

ଏହି ପରିପ୍ରେକ୍ଷୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ସୀତାରମଣ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସ୍ୱାଧୀନତା ଦିବସ ବକ୍ତବ୍ୟରେ ଭିତ୍ତିଭୂମିରେ ୧୦୦ ଲକ୍ଷ କୋଟି ଟଙ୍କା ନିବେଶ ବିଷୟରେ ଉଲ୍ଲେଖ କରିଥିଲେ। ଏହା ପରେ ଏକ ଟାସ୍କଫୋର୍ସ ୪ ମାସ ଭିତରେ ୭୦ ଜଣ ଅଂଶୀଦାରଙ୍କ ପରାମର୍ଶ ନେଇ ୧୦୨ ଲକ୍ଷ କୋଟିର ପ୍ରକଳ୍ପଗୁଡ଼ିକୁ ଚିହ୍ନଟ କରିଛି । ପାଇପ୍‌ଲାଇନ୍‌ରେ ୩ ଲକ୍ଷ କୋଟି ଟଙ୍କାର ଆଉ କେତେକ ପ୍ରକଳ୍ପକୁ ଯୋଡ଼ାଯାଇପାରେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ଶକ୍ତି, ରେଳ, ସହରାଞ୍ଚଳ ଜଳସେଚନ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରକଳ୍ପଗୁଡ଼ିକୁ ଚିହ୍ନଟ କରାଯାଇଛି। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଦେଶକୁ ୨୦୨୫ ସୁଦ୍ଧା ୫ ଟ୍ରିଲିୟନ୍‌ ଡଲାର ଅର୍ଥନୀତିରେ ରୂପାନ୍ତର କରିବା ପାଇଁ ସରକାର ଭିତ୍ତିଭୂମି ବିକାଶ ଉପରେ ଜୋର ଦେଉଛନ୍ତି । ଉକ୍ତ ଦିଗରେ ଜାତୀୟ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଉନ୍ମୋଚନ କରାଯାଇଛି।
୧୦୨ ଲକ୍ଷ କୋଟି ଟଙ୍କା ମଧ୍ୟରୁ ୨୫ ଲକ୍ଷ କୋଟି ଟଙ୍କା ଶକ୍ତି, ୨୦ ଲକ୍ଷ କୋଟି ଟଙ୍କା ସଡ଼କ ଏବଂ ୧୪ ଲକ୍ଷ କୋଟି ଟଙ୍କା ରେଳ ପ୍ରକଳ୍ପରେ ବିନିଯୋଗ ହେବ ।

ସରକାରୀ ଘରୋଇ ସହଭାଗିତା (ପିପିପି) ପଦ୍ଧତିରେ ପ୍ରକଳ୍ପଗୁଡ଼ିକର ବିକାଶ କରାଯିବ। ଯୋଜନାଗୁଡ଼ିକରେ କେନ୍ଦ୍ର ଏବଂ ରାଜ୍ୟ ସରକାର ୩୯% ଲେଖାଏଁ ନିବେଶ କରିବେ। ଘରୋଇ କ୍ଷେତ୍ରର ସହଭାଗିତା ୨୨% ରହିବ । ୨୦୨୫ ସୁଦ୍ଧା ଘରୋଇ କ୍ଷେତ୍ରର ଭାଗୀଦାରି ବଢ଼ାଇବାର ଲକ୍ଷ୍ୟ ରଖାଯାଇଥିବା ଅର୍ଥମନ୍ତ୍ରୀ ଦର୍ଶାଇଛନ୍ତି । ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି ଯେ, ଘରୋଇ କ୍ଷେତ୍ରରୁ ନିବେଶ ଆକୃଷ୍ଟ ପାଇଁ ସରକାର ୨୦୨୦ ଦ୍ୱିତୀୟାର୍ଦ୍ଧରେ ଅନ୍ତର୍ଜାତୀୟ ନିବେଶକ ସମ୍ମିଳନୀ ଆୟୋଜନ କରିବେ। ଏଥିରେ ଦେଶବିଦେଶର ଅନେକ ପୁଞ୍ଜିପତି ଯୋଗଦେବେ । ଭାରତରେ ନିବେଶ ନେଇ ରହିଥିବା ସୁଯୋଗ ବାବଦରେ ସେମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଯିବ । ଏଫ୍‌ଡିଆଇ (ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ) ଟାଣିବାରେ ଏହି ସମ୍ମିଳନୀ ସହାୟକ ହେବ ।