ଗ୍ରାହାମ୍‌ ଷ୍ଟେନ୍ସ ହତ୍ୟା ମାମଲା: ଦାରା ସିଂର ମୁଖ୍ୟ ସହଯୋଗୀ ବୁଦ୍ଧଦେବ ନାୟକକୁ ଗିରଫ କଲା ସିବିଆଇ

ଭୁବନେଶ୍ବର୨୧/୯: ବହୁଚର୍ଚ୍ଚିତ ୧୯୯୯ ମସିହା ଗ୍ରାହମଷ୍ଟେନ ଓ ତାଙ୍କ ଦୁଇ ଶିଶୁପୁତ୍ରଙ୍କୁ ପୋଡ଼ି ହତ୍ୟା  ମାମଲାରେ ୨୦ବର୍ଷ ପରେ ଦାରାସିଂର ପ୍ରମୁଖ ସହଯୋଗୀ ବୁଦ୍ଧଦେବ ନାୟକକୁ ଗିରଫ କରିଛି ସିବିଆଇ । ଗ୍ରହାମଷ୍ଟେନ୍ ପରିବାର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଦାରା ସିଂ ଘନିଷ୍ଠ ସହଯୋଜି ବୁଦ୍ଧଦେବ ରହିଥିବା ଜଣାପଡିଛି।

ପୁଲିସ୍ ସୂଚନା ମୁତାବିକ ଗତକାଲି ବିଳମ୍ବିତ ରାତିରେ ଠାକୁରମୁଣ୍ଡା ସ୍ଥିତ ନିଶ୍ଚିତପୁର ଗ୍ରାମରୁ ବୁଦ୍ଧଦେବ ଲୁଚି ଥିବା ସୂଚନା ମିଳିବା ପରେ ସିବିଆଇଏକ ଟିମ୍ ଚଢ଼ଉ କରି ଦାର ସିଂର ସହଜଯୋଜକୁ ବୁଦ୍ଧଦେବକୁ ଗିରଫ ହୋଇଛି । ସେ ନିଜ ଘରେ ଶୋଇଥିବାବେଳେ ଠାକୁରମୁଣ୍ଡା ପୋଲିସ ଏବଂ ସିବିଆଇ ବିଳମ୍ବିତ ରାତିରେ ଅଚାନକ ଚଢ଼ାଉ କରିଥିଲେ । ବୁଦ୍ଧଦେବ ନାୟକଙ୍କୁ ଗିରଫ କରିବା ପରେ ଅଧିକ ତଦନ୍ତ ପାଇଁ ଭୁବନେଶ୍ବର ସିବିଆଇ କାର୍ଯ୍ୟାଳୟକୁ ନିଆଯାଇଥିବା ସୂଚନା ମିଳିଛି ।

୨୦ବର୍ଷ ପରେ ଦାରାସିଂର ସହଯୋଗୀ ବୁଦ୍ଧଦେବ ନାୟକ ସିବିଆଇ ଦ୍ବାରା ଗିରଫ ହୋଇଛି । ଅଷ୍ଟ୍ରେଲିଆ ମିସନାରୀ ଗ୍ରାହମଷ୍ଟେନ ଓ ତାଙ୍କର ୨ ନାବାଳକ ପୁତ୍ରଙ୍କୁ ଜୀବନ୍ତ ପୋଡି ମାରିବା ଘଟଣା ପରେ ଫେରାର ଥିଲା ବୁଦ୍ଧଦେବ ।

   ସମ୍ବନ୍ଧିତ ଖବର


ଏରିଆ ଅଧିକ ଦାୟିତ୍ବ ବେଶି, କିନ୍ତୁ ତେଲ ସରିଯିବା ଭୟରେ କମିଛି ପିସିଆର୍ ପାଟ୍ରୋଲିଂ: ପୋଲିସ ଗାଡି ନଦେଖି ବଢ଼ିଛି ଅପରାଧୀଙ୍କ ସାହସ

କୁମାର ପୁନେଇଁ ଜହ୍ନ ଗୋ… ଫୁଲ ବଉଳ ବେଣୀ: ଆଜି ସନ୍ଧ୍ୟାରେ କୁମାରୀ ପାଳିବେ କୁମାର ପୂର୍ଣ୍ଣମା

ଗାଡ଼ି ପାର୍କିଂରୁ ନେଇ ଚାଳକଙ୍କୁ ମାଡ଼ ମାରି ରକ୍ତାକ୍ତ କଲା ପୁଲିସ୍‌, ଅନ୍ୟ କାର୍‌ ଚାଳକ ଧାରଣାରେ ବସିବା ପରେ ଭୁଲ୍ ମାଗିଲେ ପୁଲିସ୍ ବାବୁ

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ

ରାସ୍ତା ଉପରେ ଜଳିଗଲା ୧୨ ଚକିଆ ଟ୍ରକ୍, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ

ବାଇକ ଆରୋହୀଙ୍କ ଉପରେ ଚଢିଗଲା ହାଇଓ୍ୱା ଟ୍ରକ, ଘଟଣାସ୍ଥଳରେ ଚାଲିଗଲା ଜୀବନ