ଅଯୋଧ୍ୟାରେ ତ୍ରେତୟା ଯୁଗ ଭଳି ପାଳନ ହେବ ଦିୱାଲୀ, ୩ ଲକ୍ଷ ୨୧ ହଜାର ଦୀପରେ ଝଲସିବ ପ୍ରଭୁ ଶ୍ରୀରାମଙ୍କ ନଗରୀ

ନୁଆଦିଲ୍ଲୀ ୨୨/୯: ଉତ୍ତର ପ୍ରଦେଶରେ ଯେବେଠାରୁ ଯୋଗୀ ଆଦିତ୍ୟନାଥଙ୍କ ସରକାର ଗଠନ ହୋଇଛି ସେବେଠାରୁ ଦିୱାଲୀ ପାଇଁ ରାଜ୍ଯବାସୀଙ୍କ ମନରେ ଉତ୍ସାହ ବଢିଯାଇଛି । ଏହାର କାରଣ ହେଉଛି ଦିୱାଲୀ ଅବସରରେ ଅଯୋଧ୍ଯାରେ ଦିୱାଲୀରେ ହେଉଥିବା ଦିପୋତ୍ସବର ଆୟୋଜନ । ଏଥର ମଧ୍ୟ ୟୁପି ସରକାର ଦିପୋତ୍ସବକୁ ନେଇ ବିଶେଷ ପ୍ରସ୍ତୁତି କରୁଛନ୍ତି । ଦିପାବଳୀ ଅବସରରେ ଏଥର ଅଯୋଧ୍ଯା ତ୍ରେତୟା ଯୁଗ ଭଳି ନଜର ଆସିବ । ଅର୍ଥାତ୍ ତ୍ରେତୟା ଯୁଗରେ ଯେଉଁଭଳି ପ୍ରଭୁ ଶ୍ରୀରାମଙ୍କୁ ସ୍ୱାଗତ କରାଯାଇଥିଲା ଠିକ୍ ସେମିତି ସ୍ୱାଗତ ଏଥର ମଧ୍ୟ କରାଯିବ ।

ଏଥର ଅଯୋଧ୍ଯାରେ ୨୪ରୁ ଆରମ୍ଭ କରି ୨୬ ଅକ୍ଟୋବର ପର୍ଯ୍ଯନ୍ତ ଦିପୋତ୍ସବର ଆୟୋଜନ କରାଯିବ । ସଂସ୍କୃତି ବିଭାଗ ଏଥର ୫ ଦେଶର ରାମଲୀଳା ମଞ୍ଚସ୍ଥ କରିବ । ଏଥିରେ ଫିଲିପିନ୍ସ ଓ ଚାଇନା ରାମଲୀଳା ଖାସ୍ ହେବ । ଦିପୋତ୍ସବରେ ଆୟୋଜିତ ଥାଇଲାଣ୍ଡର ରାମଲୀଳାରେ ପ୍ରଦେଶର କଳାକାର ଅଭିନୟ କରିବେ । କେବଳ ସେତିକି ନୁହେଁ ଏଥର ଦିୱାଲୀରେ ଥାଇଲାଣ୍ଡ, ଶ୍ରୀଲଙ୍କା, ଇଣ୍ଡୋନେସିଆର ପେଣ୍ଟିଂ କଳାକାର ରାମାୟଣ ଥିମ୍ ଉପରେ ଆର୍ଟ ପେଣ୍ଟିଂ କରିବେ । କହିରଖୁଛୁ ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ ଆସିବା ପରେ ଅଯୋଧ୍ୟାରେ ଖାସ୍ ଉପାୟରେ ଦିୱାଲୀ ପାଳନ ହୋଇଆସୁଛି ।

ଏଥର ଦେଶର ଅଲଗା ଅଲଗା ରାଜ୍ୟରୁ ତାଙ୍କ ସଂସ୍କୃତି ଉପରେ ଆଧାରିତ ମୁଖା ପିନ୍ଧି କଳାକାରଙ୍କୁ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଉଛି । ଚଳିତ ଦିୱାଲୀରେ ୩ ଲକ୍ଷ ୨୧ ହଜାର ଦୀପ ପ୍ରଜ୍ଜୋଳନ କରାଯାଇ ବିଶ୍ୱ ରେକର୍ଡ କରାଯିବ । ଏହି କାର୍ଯ୍ଯକ୍ରମରେ ସୁରିନାମ ଦେଶର ଉପରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଯାଇଛି ।  ମରିସସ୍, ତାନିଦାଦ, ଇଣ୍ଡୋନେସିଆ, ଥାଇଲାଣ୍ଡର ରାଷ୍ଟ୍ରଧ୍ଯକ୍ଷକୁ ମଧ୍ୟ ଡକାଯିବା ନେଇ ବିଚାର କରାଯାଉଛି ।

   ସମ୍ବନ୍ଧିତ ଖବର


ପାତାଳର ପ୍ରବେଶ ଦ୍ୱାର ପାତାଲକୋଟ୍‌, ଜାଣନ୍ତୁ କେଉଁଠି ରହିଛି ଏହି ରହସ୍ୟମୟ ସ୍ଥାନ

ମେହବୁବା ମୁଫତିଙ୍କ ମନ୍ତବ୍ୟକୁ ନେଇ ବିଜେପି କର୍ମୀଙ୍କ ହଙ୍ଗାମା, ଜମ୍ମୁରେ ପିଡିପି କାର୍ଯ୍ୟାଳୟରେ ଉଡାଇଲେ ତିରଙ୍ଗା

ଫେରୁଛି କରୋନାର ଦ୍ବିତୀୟ ଲହର: ସ୍ପେନରେ ମଇ ପର୍ଯ୍ୟନ୍ତ ଜରୁରୀକାଳୀନ ପରିସ୍ଥିତି ଲାଗୁ, ଶ୍ରୀଲଙ୍କାରେ ପାସେଞ୍ଜର ଟ୍ରେନ୍ ବନ୍ଦ

ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ୍, ସିବିଆଇ କୋର୍ଟ ଦେଇଥିଲେ ୩ ବର୍ଷର ଜେଲ ଦଣ୍ଡାଦେଶ

ଦୋହା ବିମାନ ବନ୍ଦରରେ ହଙ୍ଗାମା: ମହିଳାଙ୍କ କପଡା ଖୋଲି ଯାଞ୍ଚ କଲେ ଅଧିକାରୀ, ଜାଣନ୍ତୁ କ’ଣ ଥିଲା ପୁରା ଘଟଣା

ଶୁଙ୍ଘିକି କରୋନା ଭାଇରସକୁ ଚିହ୍ନଟ କରିବ କୁକୁର!ବିଶ୍ବର ଏହି ସବୁ ଦେଶ ଦେଉଛନ୍ତି ଟ୍ରେନିଂ