ଆକାଶ ଓ ଶ୍ଲୋକାଙ୍କ ବାହାଘର ପାଇଁ ୫୦ ହଜାର ପୋଲିସ କର୍ମଚାରୀଙ୍କୁ ମିଠା ପ୍ୟାକେଟ ଦେଲେ ମୁକେଶ ଅମ୍ବାନୀ

ମୁମ୍ବାଇ,୮।୩: ରିଲାୟନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀଙ୍କ ବିବାହ ଆସନ୍ତାକାଲି ହେବାକୁ ଯାଉଛି। ଏହି ଖୁସିର ସମୟକୁ  ଅମ୍ବାନୀ ପରିବାର ମୁମ୍ବାଇର ପୋଲିସ କର୍ମଚାରୀଙ୍କ ସହ ପାଳିବାର ନିଷ୍ପତ୍ତି ନେଇଛନ୍ତି। ମୁମ୍ବାଇରେ ମୁତୟନ ଥିବା ୫୦ ହଜାର ପୋଲିସ କର୍ମଚାରୀଙ୍କୁ ଅମ୍ବାନୀ ପରିବାର ପକ୍ଷରୁ ମିଠା ଡବା ପଠାଇ ଦିଆଯାଇଛି।

source: https://hindi.news18.com

କୁହାଯାଉଛି ଯେ ଏହି ମିଠା ଡବା ପ୍ରତି ଥାନାରେ ଯାଇ ଦେଉଛନ୍ତି ରିଲାୟନ୍ସ ଇଣ୍ଡଷ୍ଟ୍ରୀର କର୍ମଚାରୀ। ପୋଲିସ କର୍ମଚାରୀଙ୍କୁ ଦିଆଯାଉଥିବା ଏହି ମିଠା ଡବା ସହ ମୁକେଶ ଅମ୍ବାନୀ, ତାଙ୍କ ସ୍ତ୍ରୀ ନିତା ଓ ପିଲାଙ୍କ ନାମର ଏକ କାର୍ଡ ରହିଛି। ମିଠା ପାଉଥିବା ପୋଲିସ କର୍ମଚାରୀମାନେ କହିଛନ୍ତି ଆମକୁ ଏହି ଡବା ଥାନାରୁ ମିଳିଛି।

source: https://hindi.news18.com

ଏହା ପୂର୍ବରୁ ଗତ ବୁଧବାର ଅମ୍ବାନୀ ପରିବାର ଓ ମେହତା ପରିବାର ଛୋଟଛୋଟ ପିଲାଙ୍କୁ ଖାଦ୍ୟ ଖୁଆଇଥିଲେ। ସୋସିଆଲ ମିଡିଆରେ ପିଲାଙ୍କୁ ଖାଦ୍ୟ ପରଷୁ ଥିବାର ଆକାଶ ଅମ୍ବାନୀଙ୍କ ଫଟୋ ଭାଇରାଲ ହୋଇଥିଲା। ‘ଅନ୍ନ ସେବନ କାର୍ଯ୍ୟକ୍ରମ’ ନାମରେ ଏହାକୁ ଜିଓ ଓ୍ବାର୍ଲ୍ଡ ସେଣ୍ଟରରେ ଆୟୋଜନ କରାଯାଇଥିଲା। ସେଠାରେ ଅମ୍ବାନୀ ପରିବାର ‘ଧୀରୁ ଭାଇ ଅମ୍ବାନୀ ସ୍କୋୟାର’ର ମଧ୍ୟ ଉଦଘାଟନ କରିଥିଲେ। ଉଲ୍ଳେଖନୀୟ ଯେ ଆକାଶ ଓ ଶ୍ଲୋକାଙ୍କ ମେହନ୍ଦି କାର୍ଯ୍ୟକ୍ରମ ୭ ମାର୍ଚରେ ଓ୍ବର୍ଲିର ନ୍ୟାସନାଲ ସ୍ପୋର୍ଟସ କ୍ଲବ ଅଫ୍ ଇଣ୍ଡିଆରେ ଆୟୋଜନ କରାଯାଇଥିଲା। ବିବାହ ଆସନ୍ତାକାଲି ହେବାକୁ ଥିବା ବେଳେ ୧୧ ତାରିଖରେ ଜିଓ ଓ୍ବାର୍ଲ୍ଡ ସେଣ୍ଟରରେ ବିବାହ ପାର୍ଟି ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମରେ ବଲିଉଡର ବହୁ ଫିଲ୍ମ ଷ୍ଟାର ଯୋଗ ଦେବେ।

   ସମ୍ବନ୍ଧିତ ଖବର


ଚୀନ୍‌ରେ ପ୍ରଜନନ କ୍ଷମତା ହରାଇବେ ପୁରୁଷ – ବ୍ୟାପୁଛି ଆଉ ଏକ ମାରାତ୍ମକ ରୋଗ

ଆଉ ୪ଟି ଉପଗ୍ରହ ପଠାଇବ ଭାରତ

ଭାରତର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏନଆଇସି ଏବେ ସାଇବର ଆକ୍ରମଣର ଶିକାର

୫ ରାଜ୍ୟରୁ ୬୦% ସକ୍ରିୟ ରୋଗୀ କରୋନା କାୟା

ରୁଷ ଟିକାକୁ ନେଇ ଅନିଶ୍ଚିତତା- ପ୍ରତି ୭ଜଣରୁ ଜଣଙ୍କ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା

ପ୍ରଶାସନର ବଡ ନିଷ୍ପତ୍ତି : ଏଣିକି ବିନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ କରିବାକୁ ପଡ଼ିବ କରୋନା ପରୀକ୍ଷା