ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଗୁରୁତର

ଭୁବନେଶ୍ୱର,୨୯/୧୨: ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଗୁରୁତର ଅସୁସ୍ଥ। ରବିବାର ରାତିରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଛି। ଏହି ଖବର ପ୍ରଚାର ପରେ ସଙ୍ଗୀତ ତଥା ଶାନ୍ତନୁ ପ୍ରେମୀ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଲାଗି ବିଭିନ୍ନ ମନ୍ଦିରରେ ଦୀପ ଜାଳିବା ସହ ପୂଜାର୍ଚ୍ଚନା କରିଛନ୍ତି । ଡାକ୍ତରଖାନା ପକ୍ଷରୁ ମିଳିଥିବା ସୂଚନା ମୁତାବକ ୮୪ବର୍ଷୀୟ ଶ୍ରୀ ମହାପାତ୍ର ନିମୋନିଆ ଏବଂ କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ।

ଶ୍ରୀ ମହାପାତ୍ରଙ୍କ ଭାଇ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର କହିଛନ୍ତି, ଗତ ଗୁରୁବାର ମୁଁ ତାଙ୍କ ସହିତ ପାଖାପାଖି ଘଣ୍ଟାଏ କାଳ ବସି କଥା ହୋଇଛି। ସେ ଠିକ୍‌ଠାକ୍‌ ଥିଲେ। ଏମିତିରେ ପ୍ରାୟ ଦେଢ଼ ବର୍ଷ ହେବ ସେ ବାହାରକୁ ଯିବା ଆସିବା କରୁନଥିଲେ। ଶ୍ୱାସକ୍ରିୟାରେ ସମସ୍ୟା ହେଉଥିବାରୁ ଘରେ ଅକ୍ସିଜେନ୍‌ର ବ୍ୟବସ୍ଥା କରାଯାଇଥିଲା। ଶୁକ୍ରବାରଠାରୁ ଅସୁସ୍ଥ ହୋଇପଡ଼ିଲେ । ରବିବାର ଅକ୍ସିଜେନ୍‌ ନେଇପାରିଲେ ନାହିଁ। ଘରେ ତାଙ୍କର ଚିକିତ୍ସା କରୁଥିବା ଡାକ୍ତରଙ୍କ ପରାମର୍ଶକ୍ରମେ ରବିବାର ରାତି ୧୧ଟାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲୁ। ଏବେ ଡାକ୍ତରଖାନାରେ ଡ. ମହେନ୍ଦ୍ର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଗୋଟିଏ ଟିମ୍‌ ତାଙ୍କ ଚିକିତ୍ସା ଜାରି ରଖିଛନ୍ତି।

ଶ୍ରୀ ମହାପାତ୍ର ଓଡ଼ିଆ ସିନେମା ଜଗତରେ ସଙ୍ଗୀତ ଜଗତରେ ଟ୍ରେଣ୍ଡ୍‌ ସେଟର୍‌ ଥିଲେ । ଆଜି ପର୍ଯ୍ୟନ୍ତ ସେ ସଙ୍ଗୀତ ସାଧନାରେ ଲିପ୍ତ ରହିଥିଲେ। ଯେତେବେଳେ ସମୟ ପାଉଥିଲେ ହାର୍‌ମୋନିୟମ୍‌ ଧରି ସୁର୍‌ କରିବାରେ ବ୍ୟସ୍ତ ରହୁଥିଲେ। ବଲିଉଡର ମହମ୍ମଦ ରଫିଙ୍କଠାରୁ ଆରମ୍ଭ କରି ଲତା ମଙ୍ଗେସକର, ଉଷା ମଙ୍ଗେସକର, ମାନ୍ନା ଦେ, ସୁରେଶ ୱାଡ଼େକର, ଅନୁରାଧା ପୌଡ଼ୱାଲ, ଉଷା ଉଥୁପ, କବିତା କ୍ରିଷ୍ଣାମୂତ୍ତିଙ୍କ ପର୍ଯ୍ୟନ୍ତ ଅନେକଙ୍କ କିମ୍ବଦନ୍ତୀଙ୍କ କଣ୍ଠରେ ସେ ଓଡ଼ିଆ ଗୀତ ଗାଇ ଇତିହାସ ରଚିଛନ୍ତି। କେବଳ ଏତିକି ନୁହେଁ, ମଡର୍ଣ୍ଣ ଓଡ଼ିଆ ବାଲାଡ, ଆକାଶବାଣୀରେ ମଡର୍ଣ୍ଣ ଲୁଲାବେ, ପ୍ରଥମ କୱାଲି ଏବଂ ଭାଙ୍ଗରା ଟ୍ୱିନ୍‌କୁ ନେଇ ଫ୍ୟୁଜନ୍‌ ଗୀତ କରିବାରେ ପ୍ରଥମ ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଶ୍ରୀ ମହାପାତ୍ର।

ବାରିପଦାରେ ଜନ୍ମିତ ଏହି ପ୍ରତିଭା ଜଣେ ଜିଓଫିଜିଷ୍ଟ ଥିଲେ। ଆଇଆଇଟି ଖଡ଼ଗପୁରରୁ ପାସ୍‌ କରିଥିଲେ। ପରେ ଓଡ଼ିଶା ମାଇନିଂ କର୍ପୋରେସନ୍‌ରେ ଚାକିରି କରିଥିଲେ। କିନ୍ତୁ କେବେ ସଙ୍ଗୀତକୁ ଛାଡ଼ି ନାହାନ୍ତି । ପାଖାପାଖି ୧୯୦୦ ଗୀତର ସଂଯୋଜନା କରିଛନ୍ତି। ସେଥିରେ ୫୩ଟି ଫିଚର୍‌ ଓ ଟେଲି ଫିଲ୍ମ, ୧୦ ଯାତ୍ରା, ୬୦ ଆକାଶବାଣୀ ନାଟକ, ୧୦ ନୃତ୍ୟନାଟିକା ରହିଛି। ତାଙ୍କ ନିର୍ଦ୍ଦେଶିତ ଲୋକପ୍ରିୟ ଗୀତ ମଧ୍ୟରେ ‘ସେଇ ଚୁନା ଚୁନା’, ‘ମୟୂରୀ ଗୋ’, ‘ମୁଁ ତ ଥିଲି ଏକୁଟିଆ’, ‘ଏଇ ଜୀବନଟା ଏକ ନାଟକ’, ‘ଆଗୋ ଚନ୍ଦ୍ରିକା’ ଓ ‘ନୂପୂର ବଜାଏ କିଏ’ ଆଦି ଅନ୍ୟତମ । ସଙ୍ଗୀତ ଜଗତକୁ ଅନବଦ୍ୟ ଅବଦାନ ଲାଗି ତାଙ୍କୁ ୨୦୧୧ରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ଡିଲିଟ୍‌ ସମ୍ମାନରେ ସମ୍ମାନିତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.