ଏହି ଗାଁରେ ଓହ୍ଲାଇଲା ଏଲିୟନ ! ଲୋକେ ଦେଖି ହୋଇଗଲେ ଆତଙ୍କିତ

ନୋଏଡ଼ା – ଉତ୍ତର ପ୍ରଦେଶରେ ଏକ ବିଚିତ୍ର ଘଟଣା ଘଟିଛି। ଏଠାରେ ଶନିବାର ଦିନ ଲୋକେ ଗ୍ରେଟର ନୋଏଡା ଆକାଶରେ ଏଲିୟନକୁ ଉଡ଼ୁଥିବାର ଦେଖିବାକୁ ମିଳିଥିଲା । ହଠାତ୍‌ ସ୍ଥାନୀୟ ଲୋକେ ପୁଲିସକୁ ଏହି ରହସ୍ୟମୟ ବସ୍ତୁ ବିଷୟରେ ସୂଚନା ଦେଇଥିଲେ। ପରେ ଜଣା ପଡ଼ିଥିଲା କି ଏହି କାଳ୍ପନିକ ସୁପରହୀରୋ କ୍ୟାରେକ୍ଚର ଆଇରନ୍‌ ମ୍ୟାନ୍‌ ଆକାରର ଏକ ବେଲୁନ୍ ଅଟେ ।

ଅଧିକାରୀମାନେ କହିଛନ୍ତି କି , ସ୍ଥାନୀୟ ଲୋକମାନେ ଭାବିଥିଲେ କି ଏହା ଏକ ଏଲିୟନ ଏବଂ ଯେତେବେଳେ ଭଟ୍ଟା ପରସୌଲ ଗାଁ ପାଖରେ  ଏକ କେନାଲରେ ଏହି ବେଲୁନ୍‌ଟି ପଡ଼ିଥିଲା । ଆଉ ଏହାକୁ ଦେଖିବାକୁ ଲୋକେ ଭିଡ଼ ଜମେଇଥିଲେ ।

ନୋଏଡା ପୁଲିସ୍‌ ଶନିବାର ଦିନ ଉକ୍ତ ଘଟଣା ବିଷୟରେ କହିଥିଲେ କି ଦନକୌର ଅଞ୍ଚଳର ଭଟ୍ଟା ପାରସୌଲ ଗାଁ ପାଖରେ ରୋବୋଟ ଆକାରର ଏକ ବେଲୁନ୍‌ ମିଳିଥିଲା । ଏହାର ଗ୍ୟାସ୍‌ ସରି ସରି ଆସୁଥିଲା । ଏଣୁ ଏହା ତଳକୁ ଖସି ପଡ଼ିଥିଲା।

ଦନକୌରର ଏସ୍ଏଚ୍‌ଓ ଅନିଲ୍‌ କୁମାର ପାଣ୍ଡେ କହିଥିଲେ କି ,ଏହା ବାୟୁପୂର୍ଣ୍ଣ ଏକ ବେଲୁନ୍‌ ଥିଲା , ଯାହା ଆକାଶରେ ଉଡୁଥିଲା , ପରେ ଗ୍ୟାସ୍‌ ସରିଯିବା ଯୋଗୁଁ ତଳକୁ ଆସି ଯାଇଥିଲା  ଏବଂ କେନାଲ ପାଖ ଏକ ବୁଦାରେ ଲାଖି ଯାଇଥିଲା।

ବେଲୁନ୍‌ର ଏକ ଅଂଶ କେନାଲର ବହି ଯାଉଥିବା ଜଳକୁ ସ୍ପର୍ଶ କରୁଥିଲା , ଆଉ ଏଥିରେ ବେଲୁନଟି ହଲୁଥିଲା ।  ଏହି ଜିନିଷ ବିଷୟରେ ଜ୍ଞାନ ନଥିବାରୁ ଲୋକେ ଦେଖି ଆତଙ୍କିତ ହୋଇଥିଲେ ।  ଏହାର ଆକାର ଏକ ବିଚିତ୍ର ଜୀବ ଭଳି ଲାଗୁଥିଲା । ଲୋକେ ଏହାକୁ ଏଲିୟନ ବୋଲି କହିଥିଲେ ।

   ସମ୍ବନ୍ଧିତ ଖବର


ରୋହିତଙ୍କୁ ନେଇ ଚର୍ଚ୍ଚା: ଆହତ କାରଣରୁ ଟିମ୍‌ ଇଣ୍ଡିଆରୁ ବାଦ ପଡ଼ିଲେ ହିଟ୍‌ମ୍ୟାନ୍, ପରେ ଭାଇରାଲ ହେଲା ରୋହିତଙ୍କ ନେଟ୍‌ ପ୍ରାକ୍ଟିସ୍‌ ସମୟର ଫଟୋ

ପୁଲଓ୍ବାମାରେ ଏନକାଉଣ୍ଟର: ଜଣେ ଆତଙ୍କବାଦୀ ନିହତ, ଆଉ ଜଣେ ଆତଙ୍କୀ କଲା ଆତ୍ମସମର୍ପଣ

ପୁଣି କମିଲା ସୁନା ଦର, କେତେ କମିଲା ଜାଣନ୍ତୁ

ଲୁବିଏନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ମହେଶ ଭଟ୍ଟ- ୧କୋଟିର ମାନହାନି ମାମଲା ରୁଜୁ କଲେ

AstraZenecaର ଟିକା ବୃଦ୍ଧଙ୍କ ପାଇଁ ପ୍ରଭାବଶାଳୀ ହେବ! ବଢ଼ାଇବ ରୋଗ ପ୍ରତିରୋଧକ ଶକ୍ତି

ବ୍ୟକ୍ତିଙ୍କର ଅଭିନବ ପ୍ରତିବାଦ – ଅନ୍ତଃବସ୍ତ୍ର ପିନ୍ଧି ଷ୍ଟୋର୍‌କୁ ଯିବାର ଭିଡ଼ିଓ ଭାଇରାଲ