ପୋଲିସ ଧକ୍କା ଦେଇ ତଳେ ପକାଇବା ପରେ ଲାଠିରେ ମାଡ ମାରିଥିଲା: ରାହୁଲ

ନୂଆଦିଲ୍ଲୀ,୧।୧୦: ହାଥରସ୍ ଗଣଦୁଷ୍କର୍ମ ମାମଲାକୁ ନେଇ କଂଗ୍ରେସର ଆକ୍ରୋଶ ବଢିବାରେ ଳାଗିଛି। ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ଯିବା ସମୟରେ ଉତ୍ତର ପ୍ରଦେଶ ପୋଲିସ ଦୁହିଁଙ୍କୁ ଯମୁନା ଏକ୍ସପ୍ରେସ୍ ଓ୍ବେରେ ଅଟକାଇଥିଲା। ଏହି ସମୟରେ ରାହୁଲଙ୍କ ଥିବା ହଜାର ହଜାର କର୍ମୀଙ୍କର ପୋଲିସ ସହ ଧସ୍ତାଧସ୍ତି ହୋଇଥିଲେ। ଏହି ସମୟରେ ଏକ ଫଟୋରେ ଦେଖିବାକୁ ମିଳୁଛି ରାହୁଲ ତଳେ ପଡିଯାଇଥିଲେ। ତାଙ୍କର ସୁରକ୍ଷାରେ ଥିବା ଜବାନମାନେ ତାଙ୍କୁ ଉଠାଇଥିଲେ। ରାହୁଲଙ୍କ ଅଭିଯୋଗ ଅନୁସାରେ ତାଙ୍କୁ ପୋଲିସ ଧକ୍କା ଦେଇ ତଳେ ପକାଇବା ପରେ ଲାଠିରେ ମାଡ ମାରିଥିଲା।

ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ରାହୁଲ କହିଛନ୍ତି, ପୋଲିସ ମୋତେ ପ୍ରଥମେ ଧକ୍କା ଦେଲା, ଏହାପରେ ଲାଠିରେ ମାରିବା ପରେ ପୁଣି ତଳକୁ ଠେଲି ଦେଲା। ମୁଁ ପଚାରିବାକୁ ଚାହେଁ କ’ଣ ଏହି ଦେଶରେ କେବଳ ମୋଦିଙ୍କୁ ପାଦରେ ଚାଲିବାର ଅଧିକାର ଦିଆଯାଇଛି। ଆମ ଭଳି ସାଧାରଣ ଲୋକ ପାଦରେ ଚାଲିପାରିବୁ ନାହିଁ। ଆମର ଗାଡି ରୋକାଗଲା ତେଣୁ ଆମେ ପାଦରେ ଚାଲିଚାଲି ଗଲାବେଳେ ଏଭଳି ହେଲା। ଅନ୍ୟପକ୍ଷେ ବିଜେପି ଏହାକୁ ରାଜନୈତିକ ଡ୍ରାମା ବୋଲି କହିଛି।  ବିଜେପି ମୁଖପାତ୍ର ଚନ୍ଦ୍ରମୋହନ କହିଛନ୍ତି, ଭାଇ-ଭଉଣୀ ରାଜନୈତିକ ଫାଇଦା ପାଇଁ ରାସ୍ତା ଉପରେ ଡ୍ରାମା କରୁଛନ୍ତି।

   ସମ୍ବନ୍ଧିତ ଖବର


କେତେ ନିଷ୍ଠୁର ଏହି ଦେଶର ସରକାର: ଅଜଣା ରୋଗ ଚିକିତ୍ସାରେ ବିଫଳ ହେବାରୁ ରୋଗୀଙ୍କୁ ଦେଉଛନ୍ତି ମୃତ୍ୟୁଦଣ୍ଡ…

ଆଫଗାନିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୨ ପୋଲିସ କର୍ମଚାରୀ ମୃତ

ହାଇଦ୍ରାବାଦର ଆଇନ ଛାତ୍ରୀ ୪୦୪୨ ଚାଉଳରେ ଲେଖିଲେ ଭଗବତ୍ ଗୀତା, ଲାଗିଲା ଏତେ ସମୟ

WHO ମୁଖ୍ୟ ହିନ୍ଦୀରେ ଟୁଇଟ କରି ଭାରତକୁ ଧନ୍ୟବାଦ ଦେଲେ, ଜାଣନ୍ତୁ କ’ଣ..

ଫ୍ଲିଫକାର୍ଟ କରିଦେଉଛି ଭାଗ୍ୟଶାଳୀ, ମାତ୍ର ୩ ଦିନ ଭିତରେ କୋଟିପତି ହେଲେଣି ୭୦ ଜଣ ଲୋକ…

କରୋନା କଟକଣାକୁ ଫୁ… ଭିଡିଓ ଭାଇରାଲ