ପ୍ରମୁଖ ଖବର
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଜମ୍ମୁ ବସଷ୍ଟାଣ୍ଡରେ ଗ୍ରେନେଡ୍ ଆକ୍ରମଣ, ୨୮ ଆହତ

ଜମ୍ମୁ,୭।୩; ଜମ୍ମୁରେ ଗୁରୁବାର ସକାଳେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଜମ୍ମୁ ବସଷ୍ଟାଣ୍ଡରେ ଠିଆ ହୋଇଥିବା ଏକ ବସ୍ ଉପରେ ଗ୍ରେନେଡ ମାଡ ହୋଇଛି। ଏହାପରେ ଏକ ବଡଧରଣର ବିସ୍ଫୋରଣ ହୋଇଥିଲା।  ଏଥରେ ୨୮ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ସକାଳ ୧୧ଟା ୩୦ ମିନିଟରେ ହୋଇଥିଲା। ଆହତଙ୍କୁ ଜମ୍ମୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଜମ୍ମୁ-କଶ୍ମୀର ପୋଲିସର ଆଇଜିପି ଏମକେ ସିହ୍ନା ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

{"id":6560,"width":737,"height":414}
source: https://aajtak.intoday.in

ଗ୍ରେନେଡ ଫୋପାଡିବା ପରେ ଏହି ବସ୍ ଭିତରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଖବର ମିଳିବା ପରେ ଜମ୍ମୁ-କଶ୍ମୀର ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରିଛି। ଯେଉଁ ସ୍ଥାନରେ ବିସ୍ଫୋରଣ ହୋଇଛି ତାହା ଖୁବ୍ ଜନଗହଳି ପୂର୍ଣ୍ଣ ଅଞ୍ଚଳ। ଏଭଳି ପରିସ୍ଥିତିରେ ପୋଲିସ ସେଠାରେ ପହଁଞ୍ଚି ଲୋକଙ୍କୁ ହଟାଇ ଦେଇଛି। କେବଳ ବସ୍ ଷ୍ଟାଣ୍ଡ ନୁହେଁ ସାରା ସହରର ସୁରକ୍ଷାକୁ ବଢାଇ ଦିଆଯାଇଛି। ପୋଲିସ ଏନେଇ ସିସିଟିଭି ଫୁଟେଜରୁ ଯାଞ୍ଚ ଆରମ୍ଭ କରିଛି।

{"id":6565,"width":745,"height":496}
source: https://kashmirreader.com

ଏହି ବିସ୍ଫୋରଣ ରାଜ୍ୟ ପରିବହନ ବସରେ ହୋଇଥିଲା। ଯେଉଁ ସମୟରେ ଏହି ବିସ୍ଫୋରଣ ହୋଇଥିଲା, ବସ୍ ଜମ୍ମୁ ବସଷ୍ଟାଣ୍ଡରେ ଛିଡା ହୋଇଥିଲା। କିଛି ଯାତ୍ରୀ ଏହି ସମୟରେ ବସ୍ ଭିତରେ ଥିଲେ। ବିସ୍ଫୋରଣ ସ୍ଥଳ ନିକଟରେ ଥିବା ବଡ ଫଳ ବଜାର ରହିଥିଲା। ପୋଲିସ ଏବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ ପଚରା କରି ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ବସ୍ ଭିତରେ ଯାତ୍ରୀ ରହିଥିବା ବେଳେ ତାଙ୍କ ଉପରକୁ   ଗ୍ରେନେଡ ହମଲା ହୋଇଛି। ଉଲ୍ଳେଖନୀୟ ଯେ ଗତ ଫେବୃଆରୀ ୧୪ରେ ପୁଲଓ୍ବାମାରେ ଆତଙ୍କବାଦୀମାନେ  ସିଆରଫିଏଫ୍ କନଭୟ ଉପରେ ଆଇଇଡି ବିସ୍ଫୋରଣ କରିଥିଲେ। ଯେଉଁଥିରେ ୪୦ ଜଣ ଯବାନ ଶହୀଦ ହୋଇଥିଲେ। ଏହି ଘଟଣାକୁ ଅଳ୍ପ କିଛି ଦିନ ହୋଇଥିବା ବେଳେ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ କରିଛନ୍ତି।

ଅଧିକ ପଢନ୍ତୁ ଜମ୍ମୁ ବସଷ୍ଟାଣ୍ଡରେ ଗ୍ରେନେଡ୍ ଆକ୍ରମଣ: ଅଭିଯୁକ୍ତ ଗିରଫ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.