PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଚଢ଼ାଉ , ତାଙ୍କର ସହଯୋଗୀ ଓ ସଂପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ , ସହଯୋଗୀଙ୍କ ଘରୁ ୨୦ ଲକ୍ଷ ଟଙ୍କା ଜବତ , ବିଭିନ୍ନ କାଗଜପତ୍ର ମଧ୍ୟ ଜବତ କଲା ଭିଜିଲାନ୍ସ ଟିମ୍
  • ||
  • ଜମ୍ମୁ-କଶ୍ମୀରରେ ୨ ଅଣକାଶ୍ମୀରୀଙ୍କୁ ହତ୍ୟା କଲେ ଆତଙ୍କବାଦୀ , ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର
  • ||
  • କଟକ ଜଗତପୁର ଶିଳ୍ପାଞ୍ଚଳରେ ଅଗରବତୀ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ , ଏସ୍ଏସ୍ ଏଣ୍ଟରପ୍ରାଇଜର୍ସ ନାମକ କାରଖାନାରେ ନିଆଁ , ନିଆଁ ଆୟତ୍ତ ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ , ଫ୍ୟାକ୍ଟ୍ରିରେ ତିଆରି ହେଉଥିଲା ମଙ୍ଗଲଦୀପ୍ ବ୍ରାଣ୍ଡର ଅଗରବତୀ
  • ||
  • ରାୟଗଡା ସହର ଉପକଣ୍ଠ ନାଗାବଳି ନଦୀରେ ପାରଳାଖେମୁଣ୍ଡି ସହରର ଦୁଇ ଜଣ ପର୍ଯ୍ୟଟକ ନିଖୋଜ ।
  • ||
  • ପାରଳାଖେମୁଣ୍ଡି : ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପାଇଲଟ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭରଙ୍କ ସମେତ ୫ ଆହତ
  • ||
  • ବ୍ରହ୍ମପୁର : ଗୋପାଳପୁର ବିଧାୟକ ଓ ସମର୍ଥକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ||
  • ଭୋଗରାଇ : ବେଳାଭୂମି ନିକଟ ହୋଟେଲରେ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ୍
  • ||
  • ଭୁବନେଶ୍ୱର : ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୨୮୫କୁ ବୃଦ୍ଧି
  • ||
  • ଚଣ୍ଡିଖୋଲ : ପାରିବାରିକ କଳହର କରୁଣ ପରିଣତି, ବୋହୂକୁ ପଥରରେ ଛେଚି ହତ୍ୟା କଲା ଶାଶୂ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବାଲିଗୁଡା : ବିଦ୍ୟୁତ ତାର ଲାଗି ଯୁବକଙ୍କ ମୃତ୍ୟୁ ଘଟଣାରେ ତୁମୁଡିବନ୍ଧ ଠାରେ ଜାତୀୟ ରାଜପଥ ଅବରୋଧ, ମୁନିଗୁଡା ଓ ଭବାନୀପାଟନାକୁ ଯାତାୟତ ଠପ୍
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୩ ଦିନ ବର୍ଷା, ଆସନ୍ତାକାଲି ମୟୂରଭଞ୍ଜ ଓ ବାଲେଶ୍ୱରରେ ପ୍ରବଳ ବର୍ଷବ
  • ||
  • ଭୁବନେଶ୍ୱର : ଆଜିଠୁ ଓଜେଇଇ କାଉନ୍‌ସିଲିଂ, ୫ ନଭେମ୍ବରରେ ପ୍ରଥମ ପର୍ଯ୍ୟାୟ ଆଲର୍ଟମେଣ୍ଟ
  • ||
  • ଅଲ୍‌ ଅମିରତ୍‌ : ଆଜିଠୁ ଟି-୨୦ ବିଶ୍ବକପ୍, ସଙ୍ଘର୍ଷପୂର୍ଣ୍ଣ ହେବ ବାଂଲାଦେଶ-ସ୍କଟ୍‌ଲାଣ୍ଡ ମୁକାବିଲା
  • ||

ବନ୍ଧା ହେଲା ଧୋକ୍କାବାଜ୍‌ ବର: ହାତଗଣ୍ଠି ବଦଳରେ ପଡ଼ିଲା ହାତକଡ଼ି ,ଦ୍ୱିତୀୟ ବିବାହ କରିବାକୁ ଆସି ଫସିଲେ ଯୁବକ

ଅନୁଗୁଳ,୩୦ା୧(ବ୍ୟୁରୋ): ବାହାଘର ପାଇଁ ମନ୍ଦିରରେ ବିଶାଳ ଆୟୋଜନ ହୋଇଥିଲା । ମନ୍ଦିର ପରିସରରେ ଭିଡ଼ ଜମାଇଥିଲେ ବନ୍ଧୁବାନ୍ଧବ । ବାଜା ବଜେଇ, ରୋଷଣୀ ସଜେଇ ବର ମଝିକା ଶିବ ମନ୍ଦିର ସାମ୍ନାରେ ପହଞ୍ଚି ସାରିଥିଲା । ଆଉ ମାତ୍ର କେଇ ଘଣ୍ଟା ପରେ ହାତଗଣ୍ଠି ପଡ଼ିଥାନ୍ତା । ହେଲେ ସବୁକିଛି ଓଲଟପାଲଟ୍‌ କରିଦେଲା ପୁଲିସ । ବେଦିରେ ବସିବା ପରିବର୍ତ୍ତେ ବରକୁ ଥାନା ହାଜତକୁ ଯିବାକୁ ପଡ଼ିଲା । ହାତଗଣ୍ଠି ବଦଳରେ ପଡ଼ିଲା ହାତକଡ଼ି । ବୁଧବାର ଅନୁଗୁଳ ସହର ଉପକଣ୍ଠ ମଝିକା ଅଞ୍ଚଳରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।
ଦ୍ୱିତୀୟ ଥର ବିବାହ କରିବାକୁ ଯାଉଥିବା ଜଣେ ଧୋକ୍କାବାଜ୍‌ ବରକୁ ଆଜି ପୁଲିସ ଫିଲ୍ମ ଷ୍ଟାଇଲ୍‌ରେ ଗିରଫ କରିଛି । ଗିରଫ ବର ଜଣକ ହେଲେ ଅବନୀ ରାଉତ(୨୫) । ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା କଂସରା ଗ୍ରାମରେ । ପୁଲିସ ସୂତ୍ରରୁ ପ୍ରକାଶଯେ, ଅବନୀ ୫ ବର୍ଷ ହେଲା ହିନ୍ଦୋଳ ଥାନା ବିଲେଇଖଳି ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ୫ ବର୍ଷ କାଳ ଉଭୟ ମିଳାମିଶା କରିବା ସହ ଉଭୟ ପରିବାରର ସମ୍ମତି କ୍ରମେ ବିବାହ ପର୍ଯ୍ୟନ୍ତ କଥା ଯାଇଥିଲା । ମାତ୍ର ଅବନୀଙ୍କ ପରିବାର ଲୋକେ ୫ ଲକ୍ଷ ଟଙ୍କା ଯୌତୁକ ନଦେଲେ ବିବାହ ହେବ ନାହିଁ ବୋଲି ରୋକ୍‌ଠୋକ ଶୁଣାଇ ଦେଇଥିଲେ । ଏହାପରେ ସମ୍ପୃକ୍ତ ଯୁବତୀ ହିନ୍ଦୋଳ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୁଲିସ୍‌ ଅବନୀକୁ ଡକାଇ ବୁଝାସୁଝା କରିବା ପରେ ଉଭୟଙ୍କ ବାହାଘର ଗତବର୍ଷ ଅଗଷ୍ଟ୨୬ ତାରିଖରେ ହୋଇଥିଲା ।
ବାହାଘରର କିଛି ଦିନ ପରେ ଗୋଟିଏ ଫାଇନାନ୍ସ କମ୍ପାନୀରେ କାମ କରୁଥିବା ଅବନୀ ଅନୁଗୁଳ ପଳାଇ ଆସିଥିଲେ । ସମ୍ପୃକ୍ତ ଯୁବତୀ ବହୁବାର ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ ହେଁ ଅବନୀ ଧରାଛୁଆଁ ଦେଇ ନଥିଲେ । ଏଣୁ ଯୁବତୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ପରେ ଅବନୀ ଅନୁଗୁଳ ଗୀତାଗ୍ରାମର ଜଣେ ଯୁବତୀଙ୍କୁ ପ୍ରଲୋଭନ ଦେଖାଇ ବାହା ହେବାକୁ ଯାଉଥିବା ସେ ଶୁଣିବାକୁ ପାଇଥିଲେ । ଏଣୁ ସେ ହିନ୍ଦୋଳ ଥାନାରେ ଅଭିଯୋଗ କରିବା ସହିତ ଅନୁଗୁଳର କିଛି ସ୍ୱେଚ୍ଛାସେବୀଙ୍କୁ ଜଣାଇଥିଲେ । ଆଜି ଅବନୀ ଦ୍ୱିତୀୟ ଥର ବିବାହ କରୁଥିବା ଶୁଣିବାକୁ ପାଇବା ପରେ ସ୍ୱେଚ୍ଛାସେବୀମାନେ ପୁଲିସ୍‌କୁ ଖବର ଦେଇଥିଲେ । ଅବନୀ ବାହାଘର ପାଇଁ ମନ୍ଦିର ସାମ୍ନାରେ ପହଞ୍ଚିବା ପୂର୍ବରୁ ପୁଲିସ ତାଙ୍କୁ ଗିରଫ କରିଥିଲା । ମନ୍ଦିରରେ ଥିବା କନ୍ୟା ଘର ହଠାତ୍‌ କିଛି ବୁଝି ପାରିନଥିଲେ । ମାତ୍ର ପୁରା ଘଟଣା ଶୁଣିବା ପରେ ସମସ୍ତେ ନିଜ ନିଜ ରାସ୍ତାରେ ଚାଲି ଯାଇଥିଲେ । ଅପରପକ୍ଷରେ ହିନ୍ଦୋଳ ପୁଲିସ୍‌ ଅବନୀଙ୍କୁ ଗିରଫ କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ କୋର୍ଟ ଚାଲାଣ କରିଛି ।