ଟଙ୍କା ଗଣିନପାରିବାରୁ ବିବାହ ପାଇଁ ମନା କଲା କନ୍ୟା, ଫେରିଆସିଲା ବର

ନୁଆଦିଲ୍ଲୀ ୨୩।୧୧: ବର ଟଙ୍କା ଗଣି ନପାରିବାରୁ ବିବାହ ପାଇଁ ମନା କରିଦେଲା କନ୍ୟା । ଟଙ୍କା ଗଣିବା ତ ଦୂରର କଥା, ବରକୁ ନିଜ ନାଁ ମଧ୍ୟ ଲେଖିଆସୁନଥିଲା । ପ୍ରାୟ ୨ ଘଣ୍ଟାର ଆଲୋଚନା ପରେ ଶେଷରେ ବରକୁ ବିବାହ ପାଇଁ ମନା କରିଦେଲେ ଯୁବତୀ । ଏମିତି ଘଟିଛି ଉତ୍ତର ପ୍ରଦେଶ ଶାହଜାହାଁପୁର ସହରରେ । ବିନା ବୋହୂରେ ବର ଫେରିଆସିଛି ।

ଶାହଜହାଁପୁର ସହରରେ ବାସ କରୁଥିବା ଜଣେ ଓକିଲଙ୍କ ପୁଅର ବିବାହ ଶାହାବାଦ ଥାନା ଅନ୍ତର୍ଗତ ଏକ ଗାଁରେ ବାସ କରୁଥିବା ଜଣେ ଚାଷୀଙ୍କ କନ୍ୟା ସହ ନିର୍ଦ୍ଧାରିତ ହୋଇଥିଲା । ମଙ୍ଗଳବାର ରାତିରେ ବରଯାତ୍ରୀ ଆସିଲା ଏବଂ କନ୍ୟା ପକ୍ଷ ଜାକଜମକରେ ଆଦର ସତ୍କାର ମଧ୍ୟ କଲେ । ବିବାହର ଆୟୋଜନ ଶାହାବାଦରେ ସ୍ଥିତ ଏକ ମ୍ୟାରେଜ୍ ଲନରେ ସ୍ଥିର ହୋଇଥିଲା ।

ବୁଧବାର ସକାଳେ କନ୍ୟା ପକ୍ଷର କିଛି ସମ୍ପର୍କୀୟ ବରକୁ ମୁହଁଦେଖା ଟଙ୍କା ଦେଇଥିଲେ । କିନ୍ତୁ ଯେତେବେଳେ ବରକୁ ଟଙ୍କା ଗଣିବାକୁ କୁହାହେଲା ସେ ସଙ୍କୋଚର ସହିତ ଟଙ୍କା ଉଠାଇଲା କିନ୍ତୁ ଗଣି ପାରିଲାନି । ଯେତେବେଳେ ଏହି ଖବର କନ୍ୟା କାନରେ ପଡିଲା ସେ ଆଶ୍ଚର୍ଯ୍ୟ ହୋଇଗଲା । ସେ ବର ପାଖକୁ ଆସି ନିଜ ନାଁ ଲେଖିବା ପାଇଁ କହିଲା କିନ୍ତୁ ସେ ସେତକ ମଧ୍ୟ କରିପାରିଲାନି ।

ଏହା ପରେ ଯୁବତୀ ଜଣକ ବିବାହ ପାଇଁ ମନା କରିଦେଲେ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ଏବଂ ଉଭୟ ପକ୍ଷଙ୍କୁ ଥାନାକୁ ଡକାଇଆଣିଲା । ଥାନା ଏସପି କୁହନ୍ତି ଯେ ଦେବାନେବା ନେଇ ଉଭୟ ପକ୍ଷ ପରସ୍ପର ମଧ୍ୟରେ ସ୍ପଷ୍ଟ କରିଦେଇଥିଲେ । ତେବେ କନ୍ୟା ପକ୍ଷ କହିଲେ ଯେ ବର ପକ୍ଷରୁ ଆସିଥିବା କିଛି ଗହଣା ନକଲି ଥିଲା ସେଥିପାଇଁ ଏହି ବିବାହ ପାଇଁ ସେମାନେ ମନା କରିଛନ୍ତି । କିନ୍ତୁ ପ୍ରକୃତ କାରଣ ହେଉଛି ଯେ ଯୁବତୀ ଜଣକ ଯୁକ୍ତ ୩ ପାସ୍ କରିଛନ୍ତି ଅଥଚ ଯୁବକ ଜଣକ ହାଇସ୍କୁଲ୍ ମଧ୍ୟ ପାସ୍ କରିନାହାଁନ୍ତି ।

   ସମ୍ବନ୍ଧିତ ଖବର


କଥାକୁହା ବିଲେଇ କହୁଛି ଇଂଲିଶ୍, ଭିଡିଓ ଭାଇରାଲ

ଉନ୍ନାଓ ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତ ବିଧାୟକଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ବିଜେପି ସାଂସଦ ସାକ୍ଷୀ ମହାରାଜ ହେଲେ ଟ୍ରୋଲ, ପ୍ରିୟଙ୍କା ଗାନ୍ଧି ଦେଲେ ଏଭଳି ପ୍ରତିକ୍ରିୟା

ପୋକସୋ ଆକ୍ଟ ନେଇ ରାଷ୍ଟ୍ରପତିଙ୍କ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ, ଶିଶୁ ଦୁଷ୍କର୍ମକାରୀଙ୍କୁ ରାଜକ୍ଷମା ଆବେଦନରୁ ବାଦ୍ ଦିଆଯାଉ

ଏଣିକି ପୋଷ୍ଟମ୍ୟାନ୍ ଓ ଗ୍ରାମୀଣ ଡାକ ସେବକ ବିକ୍ରି କରିବେ ଇନସ୍ୟୁରାନ୍ସ ପଲିସି, ଗାଇଡଲାଇନ୍ ଜାରି