ନିଜ ଭିଣୋଇଙ୍କ ସହିତ ଯୁବତୀଙ୍କର ଥିଲା ଅବୈଧ ସମ୍ପର୍କ, ବାହାଘର ଦିନ ସମସ୍ତଙ୍କ ଆଗରେ ସେକ୍ସ ଭିଡିଓ ଦେଖାଇ ପର୍ଦାଫାଶ କଲେ ଭାବି ସ୍ବାମୀ

ବେଜିଂ,୧୪।୧: ଚୀନରେ ଏକ କପଲଙ୍କ ପ୍ରେମ, ଧୋକା ଓ ବିବାହର ଅଦ୍ଭୁତ ମାମଲା ଦେଖିବାକୁ ମିଳିଛି। ପ୍ରେମରେ ମିଳିଥିବା ଧୋକାର ପ୍ରତିଶୋଧ ନେବାପାଇଁ ଜଣେ ଯୁବକ ଏଭଳି କଲେ ଯେ, ତାହା ଚୀନର ଗଣମାଧ୍ୟମରେ ପାଲଟିଗଲା ମୁଖଁ ଚର୍ଚ୍ଚାର ବିଷୟ। ଏହି କପଲ ଗତ ୨ ବର୍ଷ ହେବ ରିଲେସନସିପରେ ଥିଲେ ଓ ୬ ମାସ ପୂର୍ବରୁ ଦୁହିଁଙ୍କର ବିବାହ ହୋଇଥିଲ। ବିବାହ ପାଇଁ ଘରେ  ସାରା ପରିବାର ଓ ବନ୍ଧୁବାନ୍ଧକ ଭରି ରହିଥିଲେ ଓ କପଲଙ୍କ ଏଣ୍ଟ୍ରିକୁ ନେଇ ସ୍ବତନ୍ତ୍ର ବନ୍ଦୋବସ୍ତ ମଧ୍ୟ କରାଯାଇଥିଲା।

ବିବାହ ଦିନରେ କପଲଙ୍କ ପାଇଁ ସ୍ବତନ୍ତ୍ର ଭାବରେ ବନ୍ଧୁବାନ୍ଧବ ଭର୍ତ୍ତି ହୋଇଥିବା ଏକ ବଡ ହଲରେ କିଛି ଇଣ୍ଟେ୍ରାଡ୍ରକ୍ସନ୍ ଭିଡିଓ ଦେଖାଯାଇଥିଲା। ତେବେ ଗୋଟେ ଭିଡିଓ ଚାଲିବାପରେ କୁହାଯାଇଥିଲା ଆମେ ଆପଣଙ୍କୁ ଏଭଳି ଏକ ଭିଡିଓ ଦେଖାଇବାକୁ ଯାଉଛୁ, କିଭଳି ଏହି କପଲ ପରସ୍ପରର ଏତେ ନିକଟତର ହେଲେ?ତେବେ ଯେଉଁ ଭିଡିଓ ସ୍କ୍ରିନରେ ଚାଲିଥିଲା, ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଭିଡିଓ ଏକ ସେକ୍ସ ଭିଡିଓ ଥିଲା, ଯେଉଁଥିରେ ବିବାହ କରିବାକୁ ଯାଉଥିବା ଝିଅ ଏବଂ ତାଙ୍କ ଭିଣୋଇଙ୍କ ଭିତରେ ସେକ୍ସ କରୁଥିବା ସମୟର ଦୃଶ୍ୟ ରହିଥିଲା।

ଏହି ଭିଡିଓ ଦେଖିବା ପରେ ଯେଉଁଠି ବିବାହ କରିବାକୁ ଯାଉଥିବା ଝିଅ ଜଣକଙ୍କର ପାଦ ତଳୁ ମାଟି ଖସିଗଲା ଭଳି ଲାଗିଥିଲା ସେହି ସମୟରେ ବିବାହ କରିବାକୁ ଆସିଥିବା ପୁଅଟି ରାଗରେ ଝିଅକୁ କହିଥିଲେ, ତୁମକୁ କ’ଣ ଲାଗିଥିଲା ମୋତେ କିଛି ଜଣାପଡିବନି? ଏହା କହି ଝିଅ ଉପରକୁ ବୁକେ(ଫୁଲତୋଡା) ଫୋପାଡି ଦେଇ ପଳାଇଯାଇଥିଲ ପୁଅଟି।ଚାଇନାର ଗଣମାଧ୍ୟର ଖବର ଅନୁସାରେ, ଯୁବକ ଜଣଙ୍କୁ ବିବାହ ପୂର୍ବରୁ ଜଣାପଡିଯାଇଥିଲା ଯେ, ତାଙ୍କ ସହ ବିବାହ କରିବାକୁ ଯାଉଥିବା ଝିଅଟିର ନିଜର ଭିଣୋଇ ସହିତ ଅବୈଧ ସମ୍ପର୍କ ରହିଛି। ଏହି କପଲ ବିବାହ ପରେ ସିଫ୍ଟ ହେବାପାଇଁ ଏକ ନୂଆ ଘର ନେଇଥିଲେ। ଯୁବକ ଜଣକ ଏହି ଘରେ ଏକ ସିକ୍ରେଟ କ୍ୟାମେରା ଲଗାଇଥିଲେ। ଘରର ଚାବି ଦୁହିଁଙ୍କ ପାଖରେ ଥିଲା।

ନୂଆ ଘରକୁ ମହିଳା ଜଣକ ନିଜର ଭିଣୋଇ ସହ ଅଧିକାଂଶ ସମୟ ଯାଉଥିଲେ। ତେବେ ଘର ଭିତରେ ଲାଗିଥିବା ସିକ୍ରେଟ କ୍ୟାମେରାରୁ ଯୁବକ ଜଣକ ଯେତେବେଳେ ଫୁଟେଜ୍ ବାହାର କରିଥିଲେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ତାଙ୍କର ଭାବି ପତ୍ନୀ ନିଜର ଭିଣୋଇଙ୍କ ସହ ସେକ୍ସ କରୁଥିବାର ସେ ଏହି ଫୁଟେଜରେ ଦେଖିଥିଲେ।

ଯୁବକ ଜଣକ ନିଜ ବିବାହ କରିବା ଦିନରେ ତାଙ୍କ ଭାବି ପତ୍ନୀଙ୍କର ଅସଲ ମୁଖା ଖୋଲିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ସେ ଯୁବତୀ ଓ ତାଙ୍କ ଭିଣୋଇଙ୍କର ସେକ୍ସ ଭିଡିଓକୁ ସମସ୍ତଙ୍କ ସାମନାରେ ଦେଖାଇବା ସହିତ ଇଣ୍ଟରନେଟରେ ମଧ୍ୟ ଭାଇରାଲ କରିଦେଇଥିଲେ। ଯୁବକ ଜଣକ ତାଙ୍କ ନିର୍ବନ୍ଧ ଭାଙ୍ଗିବା ସହ ବିବାହ କରିବାକୁ ମନା କରିଦୋଇଥିଲେ। ଅନ୍ୟପକ୍ଷେ ଯୁବତୀଜଣକ ଦାବି କରିଛନ୍ତି ତାଙ୍କର ସବୁ ସେକ୍ସ ଭିଡିଓ ସୋସିଆଲ ମିଡିଆରୁ ହଟାଇ ଦିଆଯାଉ।

   ସମ୍ବନ୍ଧିତ ଖବର


ଘରକୁ ଫେରିଲେ ପ୍ରେମିକ-ପ୍ରେମିକା : ବାହାଘର ପୂର୍ବରୁ କନ୍ୟାର ମା’ ସହ ବରର ବାପା ହୋଇଥିଲେ ଫେରାର, ଏବେ ଗ୍ରହଣ କରୁନାହାନ୍ତି ସ୍ବାମୀ

୧୩୨କୁ ଟପିଲା କରୋନା ମୃତ୍ୟୁ ସଂଖ୍ୟା:୧୭ ଦେଶକୁ ବ୍ୟାପିଲା ଭାଇରସ, ୬୦୦୦ ଆକ୍ରାନ୍ତ ଚିହ୍ନଟ୍

ନାସିକ: କୂଅରେ ଖସିପଡିଲା ଯାତ୍ରୀବାହୀ ବସ୍, ୨୦ ମୃତ

୩୧ ଜାନୁୟାରୀ ପରେ ବେକାର ହୋଇଯିବ ଡାକଘର ସଞ୍ଚୟ ଖାତାର ଏଟିଏମ୍ କାର୍ଡ