PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ପେଟ୍ରୋଲ ଲିଟର ପିଛା ୭୫ ଟଙ୍କା ଓ ଡିଜେଲ ୬୮ ଟଙ୍କାକୁ ଖସି ଆସିପାରେ; କାଲି ଜିଏସ୍‌ଟି ପ୍ୟାନେଲ ବୈଠକ

pic-financialexpress.com

ନୂଆଦିଲ୍ଲୀ: ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଆସୁଛି। ଏଣୁ ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଉଥିବା ଜନତାଙ୍କୁ ଆଶ୍ୱସ୍ତି ଦେବାକୁ ତେଲ ଦରରେ କମ୍‌ କରିବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି। ଦୀର୍ଘ ଦିନ ହେଲା ବର୍ଦ୍ଧିତ ସ୍ଥିତିରେ ଥିବା ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦରକୁ ହ୍ରାସ କରିବା ପାଇଁ ସରକାରୀ ସ୍ତରରେ ବିଚାରବିମର୍ଶ ଚାଲିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ୪୫ତମ ଜିଏସ୍‌ଟି ପ୍ୟାନେଲର ବୈଠକ ବସିବ। ଏହି ସମୟରେ ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟିରେ ସାମିଲ କରିବାକୁ ଆଲୋଚନା ହୋଇପାରେ ବୋଲି କୁହାଯାଉଛି। ଆଉ ଯଦି ଏହି ବୈଠକରେ ସର୍ବସମ୍ମତିକ୍ରମେ ପେଟ୍ରୋଲ ଓ ଡିଜେଲ ଜିଏସ୍‌ଟି ପରିସରରେ ଆସିବ ତେବେ ଦେଶବାସୀ ମହଙ୍ଗାମାଡ଼ରୁ ନିସ୍ତାର ପାଇପାରନ୍ତି।

ଆଉ ଯଦି ତୈଳ ଦର ଉପରେ ଜିଏସ୍‌ଟି ଲାଗୁ ହେବ ତେବେ ସାରା ଦେଶରେ ପେଟ୍ରୋଲର ଲିଟର ପିଛା ଦର ୭୫ ଟଙ୍କା ଓ ଡିଜେଲ ଦର ୬୮ ଟଙ୍କାକୁ ଖସି ଆସିପାରେ। ଫଳରେ ତେଲର ସେଞ୍ଚୁରି ମାଡ଼ରୁ ମୁକ୍ତି ମିଳିବ। ଆଉ ପେଟ୍ରୋଲ ଓ ଡିଜେଲ ଦର କମିଲେ ତତ୍‌ ସମ୍ପର୍କିତ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକର ଦର ବି କମିଯିବ। ଫଳରେ ଲୋକେ ମହଙ୍ଗାମାଡ଼ରୁ ନିସ୍ତାର ପାଇବେ।

ସୂଚନା ଥାଉକି, ଜୁନ୍‌ ମାସରେ କେରଳ ହାଇକୋର୍ଟ ପେଟ୍ରୋଲିୟମ ଜାତୀୟ ଦ୍ରବ୍ୟକୁ ଜିଏସ୍‌ଟି ପରିସର ଭୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କୁ ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜିଏସ୍‌ଟି ମନ୍ତ୍ରୀ ସମୂହ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି। ଆସନ୍ତାକାଲି ଜିଏସ୍‌ଟି ବୈଠକରେ ଏହି ପ୍ରସ୍ତାବକୁ ଏକ ତୃତୀୟାଂଶ ସଦସ୍ୟଙ୍କ ଅନୁମୋଦନ ମିଳିଲେ, ପେଟ୍ରୋଲିୟମ ଜାତୀୟ ଦ୍ରବ୍ୟ ଜିଏସ୍‌ଟି ପରିସର ଭୁକ୍ତ ହେବ।