ବଜେଟ୍ ୨୦୨୨: ଶସ୍ତା ହେବ ଦୁଇଚକିଆ ଯାନ ! ସରକାର ଜିଏସଟି ଦର ହ୍ରାସ କରି ଗ୍ରାହକଙ୍କୁ ଦେଇପାରନ୍ତି ଆଶ୍ୱସ୍ତି

ନୂଆଦିଲ୍ଲୀ ୧୭/୧: କରୋନା ମହାମାରୀ ମଧ୍ୟରେ ଆଗାମୀ ମାସରେ ଆସିବାକୁ ଥିବା ବଜେଟ୍ ୨୦୨୨ରେ ଅଟୋମୋବାଇଲ୍ ଡିଲରଙ୍କ ସଙ୍ଗଠନ ଫାଡା(FADA) ଦୁଇଚକିଆ ଯାନରେ ଜିଏସଟି ଦରକୁ ହ୍ରାସ କରି ୨୮ ପ୍ରତିଶତ କରିବା ପାଇଁ ଦାବି କରିଛି । ସଙ୍ଗଠନର କହିବାନୁସାରେ କରୋନା କାଳରେ ଯାନର ଚାହିଦାରେ ଭାରି ମାତ୍ରାରେ ହ୍ରାସ ଦେଖାଦେଇଛି । ସରକାର ଯଦି ଜିଏସଟି ଦରରେ ହ୍ରାସ କରୁଛନ୍ତି ତେବେ ଏହି ଏହି ଦାବିରେ ମୋର୍ଚ୍ଚାକୁ ଆଶ୍ୱସ୍ତି ମିଳିବ ।
FADA କହିଛି ଯେ ଦୁଇଚକିଆ ଯାନ ବିଳାସପୂର୍ଣ୍ଣ ପ୍ରଡକ୍ଟ ନୁହେଁ । ଏଥିପାଇଁ ଜିଏସଟି ଦରରେ ହ୍ରାସର ଆବଶ୍ୟକତା ରହିଛି । ଦେଶର ୧୫ ହଜାରରୁ ଅଧିକ ଅଟୋମୋବାଇଲ୍ ଡିଲର୍ସଙ୍କ ପ୍ରତିନିଧିତ୍ୱ କରୁଥିବା ଆସୋସିଏସନ ଅର୍ଥ ମନ୍ତ୍ରାଳୟକୁ ଦୁଇ ଚକିଆ ଯାନରେ ଜିଏସଟିକୁ ୧୮ ପ୍ରତିଶତ ପର୍ଯ୍ୟନ୍ତ କମ୍ କରିବାର ଦାବି କରିଛି । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୧ ଫେବୃୟାରୀ ୨୦୨୨ରେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ବଜେଟ୍ ଆଗତ କରିବେ ।
ଫାଡା କହିଛି ଯେ ଦୁଇଚକିଆ ଯାନର ବ୍ୟବହାର ବିଳାସପୂର୍ଣ୍ଣ ବସ୍ତୁ ରୂପେ କରାଯାଏନି । ସାଧାରଣ ଲୋକ ନିଜ ଦୈନନ୍ଦିନ କାମ ପାଇଁ ଏହାକୁ ବ୍ୟବହାର କରନ୍ତି । ଏଥିପାଇଁ ୨୮ ପ୍ରତିଶତ ଜିଏସଟି ସହିତ ୨ ପ୍ରତିଶତ ସେସ୍ ଲଗାଇବା ଠିକ୍ ନୁହେଁ । ସେସ୍ ବିଳାସପୂର୍ଣ୍ଣ ବସ୍ତୁ ଉପରେ ଲଗାଯାଏ । ଆସୋସିଏସନ କହିଛି ଯେ କଞ୍ଚା ମାଲର ଦାମ୍ ବଢିବା ଯୋଗୁଁ ଗାଡି ଦାମ୍ ଲଗାତର ବଢୁଛି । ଯଦି ଜିଏସଟି ଦର କମ୍ ହେଉଛି ତେବେ ଏହାର ମୁକାବିଲା କରିବାରେ ସାହାଯ୍ୟ ମିଳିବ । ନିକଟରେ ଜାରି ଏକ ଅଧ୍ୟୟନ ଅନୁସାରେ ମୋଟରସାଇକେଲ-ସ୍କୁଟର ଏବଂ ମୋପେଡର ବିକ୍ରିରେ ଲଗାତର ହ୍ରାସ ଦେଖିବାକୁ ମିଳୁଛି । ଏପ୍ରିଲ ୨୦୨୧ରେ ଡିସେମ୍ବର ସୁଦ୍ଧା ଦୁଇଚକିଆ ଯାନର ବିକ୍ରି ଏକ ଦଶକର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଏପ୍ରିଲ-ଡିସେମ୍ବର ୨୦୨୧ରେ ୨୦୨୦ ତୁଳନାରେ କମ୍ ଯାନ ବିକ୍ରି କରାଯାଇଛି ।