ପୁଣି ସାଙ୍ଘାତିକ ଅଭିଯୋଗ : ଡ୍ରାଇଭରଙ୍କ ନାଁରେ ୨୮ କୋଟିର GST ଠକେଇ ଅଭିଯୋଗ‌ରେ ନୋଟିସ୍‌ ଜାରି

ରାଉରକେଲା ୨୯।୧୦: ରାଉରକେଲାରେ ପୁଣି ଜିଏସ୍‌ଟି ଠକେଇ ଅଭିଯୋଗ । ୨୮ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗରେ ନୋଟିସ୍‌ ଜାରି କରାଯାଇଛି । କଟକ ସେଣ୍ଟ୍ରାଲ ଜିଏସ୍‌ଟି କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।

ଖବର ଅନୁଯାୟୀ, ରାଉରକେଲା ସେକ୍ଟର-୨୦ ସି ବ୍ଲକ କ୍ବାଟର୍‌ ନଂ-୧୭ ରେ ରହୁଥିବା ରାଜେନ୍ଦ୍ର ପଲେଇଙ୍କୁ ନୋଟିସ୍ ହୋଇଛି । ତେବେ ରାଜେନ୍ଦ୍ର ବୃତ୍ତିରେ ଜଣେ ଡ୍ରାଇଭର । ଆର୍‌.ପି ଏଣ୍ଟରପ୍ରାଇଜେସ୍‌ ନାଁ ରେ ଫେକ କମ୍ପାନୀ ଖୋଲି ଫେକ ଇନଭଏସ, ଫେକ ବିଲ କରି ଠକେଇ ହୋଇଛି । ପାଖାପାଖି ୨୮ କୋଟି ୨୮ଲକ୍ଷ ଟଙ୍କାର ଠକେଇ ହୋଇଥିବା  ଅଭିଯୋଗ ଆସିଛି । ତେବେ ନୋଟିସ ସଂପର୍କରେ ରାଜେନ୍ଦ୍ରଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନାହିଁ ।

ତେବେ ଗତି କିଛି ଦିନ ମଧ୍ୟରେ ରାଉରକେଲାରେ ଜିଏସ୍‌ଟି ଠକେଇର ଅନେକ ମାମଲା ସାମ୍ନାକୁ ଆସିଛି । ଅନେକ ଅଫିସ, ଘରେ ରେଡ୍‌ କରାଯାଇଥିବା ବେଳେ ଅନେକଙ୍କୁ ମଧ୍ୟ ଜିଏସ୍‌ଟି ଠକେଇ ଅଭିଯୋଗରେ ରେଡ଼୍ କରାଯାଉଛି ।

   ସମ୍ବନ୍ଧିତ ଖବର


କଟକ IIFL ଶାଖାରୁ ଲୁଟ୍ ଘଟଣା : ଜଣେ ମହିଳାଙ୍କ ସମେତ ୪ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା

୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣା: ଅଭିଯୋଗପତ୍ର ପ୍ରତ୍ୟାହାର କଲେ ମୃତକଙ୍କ ପରିବାର

ଆଉ ୫ ଦିନ ପରେ ନାଗାର୍ଜୁନ ବେଶ: ହରଚଣ୍ଡୀ ସାହି ଚକ୍ରକୋଟରେ ବେଶ ପ୍ରସ୍ତୁତି ଦେଖିଲେ ଅଧିକାରୀ

କୋଣାର୍କ ମହୋତ୍ସବ ବନ୍ଦ ଲାଗି ହାଇକୋର୍ଟରେ ମାମଲା ରୁଜୁ

ଆତ୍ମହତ୍ୟା ଧମକ ଦେଲେ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି