ପ୍ରମୁଖ ଖବର
  • ନୀଳଗିରିରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମାରାଥନ ପ୍ରଚାର
  • ||
  • ଚିଲିକାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୁରୀ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଅପିଲ୍ କଲେ
  • ||
  • ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ରେସ୍, ମାହେଲା ଜୟବର୍ଦ୍ଧନେଙ୍କୁ ବିସିସିଆଇର ପ୍ରସ୍ତାବ
  • ||
  • ଜୁଲାଇ ୪ରେ ବ୍ରିଟେନରେ ସାଧାରଣ ନିର୍ବାଚନ, ଆସନ୍ତା ସପ୍ତାହରେ ଭଙ୍ଗ ହେବ ସଂସଦ
  • ||
  • ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ଗୁରୁବର ସନ୍ଧ୍ୟା ସରିବ ପ୍ରଚାର, ଶନିବାର ୫୮ ଆସନରେ ମତଦାନ
  • ||
  • କଣାସରେ ଘର ଭିତରକୁ ପଶିଗଲା ଟ୍ରାକ୍ଟର, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ମେ’ ୨୯ରେ ପୁଣି ଓଡ଼ିଶା ଆସିବେ ମୋଦି, ୨୬ରେଭଦ୍ରକରେ ଭୋଟ୍‌ ମାଗିବେ ରାହୁଲ, ବାଲେଶ୍ୱରକୁ ଖଡ୍‌ଗେ
  • ||
  • ରଥ ଖଳା ହାଲ୍‌ଚାଲ୍‌...ରଥ ଗୁଜରେ ନୃସିଂହ ମୁଖ ଅଙ୍କନ, ରୂପକାରଙ୍କ କାର୍ଯ୍ୟାରମ୍ଭ, ଅର ଅନୁକୂଳ କଲେ ବିଶ୍ୱକର୍ମା
  • ||
  • ସନ୍ଧ୍ୟାରେ ସରିବ ତୃତୀୟ ପର୍ଯ୍ୟାୟ ଭୋଟ୍‌ ପ୍ରଚାର, ଶନିବାର ୬ ଲୋକସଭା, ୪୨ ବିଧାନସଭାରେ ଭୋଟ୍‌
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୨୪ ସୁଦ୍ଧା ଅବପାତ, ୨୫ରେ ଗଭୀର ଅବପାତ ସମ୍ଭାବନା, ଭଦ୍ରକ ଏବଂ ବାଲେଶ୍ୱରରେ ବର୍ଷିବ
  • ||

ଶୁଭମନ ଗିଲ୍‌ଙ୍କ ସହିତ ପୁରା ଗୁଜରାଟ ଟାଇଟନ୍ସ ଟିମ୍ ଉପରେ BCCI ର ଆକ୍ସନ, ଲାଗିଲା ୨୪ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ,୧୧।୫: ଶୁଭମନ ଗିଲ୍‌ଙ୍କ ନେତୃତ୍ବାଧିୀନ ଗୁଜରାଟ ଟାଇଟନ୍ସ ଆଇପିଏଲ ୨୦୨୪ର ୫୯ ତମ ମ୍ୟାଚ୍ ଜିତିଛି। ଟିମ୍‌ ଚେନ୍ନାଇ ସୁପରକିଙ୍ଗକୁ ୩୫ ରନ୍‌ରେ ଜିତି ପ୍ଲେଅଫ୍‌ ଆଶାକୁ ବଜାୟ ରଖିଛନ୍ତି, କିନ୍ତୁ ଏକ ଭୁଲ କାରଣରୁ ବିସିସିଆଇ କ୍ୟାପଟେନ୍ ପୁରା ଟିମ୍‌ ଉପରେ ଜୋରଦାର ଜରିମାନା ଲଗାଇଛନ୍ତି। ତେବେ ଗୋଟିଏ ଭୁଲ କାରଣରୁ ବିସିସିଆଇ କ୍ୟାପଟେନ୍ ପୁରା ଟିମ୍ ଉପରେ ଜରିମାନା ଲଗାଇଛି। ସିଏସ୍‌କେ ବିରୋଧରେ ଜିଟି ସିଜିନ୍‌ରେ ଦ୍ବିତୀୟ ଥର ସ୍ଲୋ ଓଭର ରେଟ୍‌ର ଦୋଷୀ ପାଇବା କାରଣରୁ, କ୍ୟାପଟେନ୍ ଶୁଭମନ ଗିଲ୍‌ଙ୍କ ଉପରେ ୨୪ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି। ସେଭଳି ଇମ୍ପାକ୍ଟ ପ୍ଲେୟାରଙ୍କ ସହିତ ପ୍ଲେଇଂ ଇଲେଭେନ୍‌ରେ ସାମିଲ ଅନ୍ୟ ଖେଳାଳିଙ୍କ ଉପରେ ୬ ଲକ୍ଷ କିମ୍ବା ୨୫% ମ୍ୟାଚ୍ ଫି’, ଯାହାକି କମ୍, ସେତିକି ଜରିମାନା ଲଗାଯାଇଛି। ଉଲ୍ଲେଖନୀୟ ଯେ, ଗୁଜରାଟ ପ୍ରଥମ ଚେନ୍ନାଇ ବିରୋଧରେ ଏହି ସ୍ଲୋ ଓଭର ରେଟ୍‌ର ଭୁଲ କରିଛି।

ଶୁଭମନ ଗିଲ୍‌ଙ୍କର ଏହା ଆଇପିଏଲ ୨୦୨୪ରେ ସ୍ଲୋ ଓଭର ରେଟ୍‌ର ଦ୍ବିତୀୟ ଭୁଲ, ଯେଉଁ କାରଣରୁ ଏବେ ତାଙ୍କୁ ଗୋଟିଏ ମ୍ୟାଚ୍ ବ୍ୟାନ୍ କରିବାର ମଧ୍ୟ ବିପଦ ରହିଛି। ଯଦି ଆଗାମୀ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ପୁଣିଥରେ ସ୍ଲୋ ଓଭର ରେଟ୍‌ରେ ଦୋଷୀ ମିଳେ ତେବେ ଶୁଭମନ ଗିଲ୍‌ଙ୍କ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ସହିତ ଗୋଟିଏ ମ୍ୟାଚ୍ ମଧ୍ୟ ବ୍ୟାନ୍ ହେବ, ଯାହାଫଳରେ ସେ ସିଜିନ୍‌ରେ ନିଜର ଶେଷ ମ୍ୟାଚ୍ ଖେଳି ପାରିନଥିଲେ।

ବିସିସିଆଇ ଦ୍ବାରା ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ନ୍ୟୁନତମ ଓଭର ଗତି ଅପରାଓ ସମ୍ପର୍କିତ ଆଇପିଏଲ ଆଚାର ସଂହିତା ଅନୁସାରେ, ତାଙ୍କ ଟିମ୍ ସିଜିନ୍‌ର ଦ୍ବିତୀୟ ଅପରାଧ ଥିଲା, ଗିଲ୍‌ଙ୍କ ଉପରେ ୨୪ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି। ଇମ୍ପାକ୍ଟ ପ୍ଲେୟାର ସହିତ ପ୍ଲେଇଂ ଇଲେଭେନ୍‌ର ବାକ ସଦସ୍ୟଙ୍କ ଉପରେ ବ୍ୟକ୍ତିଗତ ଭାବରେ ୬ ଲକ୍ଷ ଟଙ୍କା ଲେଖାଏଁ ତାଙ୍କ ମ୍ୟାଚ୍ ଫି’ର ୨୫% କାଟି ଦିଆଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.