ବାପାର ଋଣ ଶୁଝିବାକୁ ଘୁଷୁରୀ ଜଗୁଛି ୯ ବର୍ଷର ବାଳକ – ବନ୍ଧା ପଡିଛି ବାଳୁତ

ମହାକାଳପଡା ଏପ୍ରିଲ ୩୦ – ବନ୍ଧା ପଡିଛି ବାଳୁତ। ହସିବା ଖେଳିବା ପାଠ ପଢିବା ବୟସରେ ପରିବାରର ବୋଝ ମୁଣ୍ଡାଇ ସେମାନଙ୍କୁ ସହାୟ ହେଉଛି ୯ ବର୍ଷର ବାଳକ । ଦ୍ରାରିଦ୍ୟର କଷାଘାତରେ କଷି ହୋଇ ବଳି ପଡିଯାଇଛି ପିଲା ଦିନର ଚପଳାମି । କଅଁଳ ପିଲାଦିନର କଅଁଳିଆ ସ୍ୱପ୍ନ ସବୁ ଧୂଳିମାଟି ସହ ମିଶି ଧୂଳିସାତ ହୋଇଛି। ଇଚ୍ଛା ନଥାଇ ମଧ୍ୟ ପରିବାର ଅବସ୍ଥା ଓ ପରିସ୍ଥିତି ବାଧ୍ୟ କରିଛି ୯ ବର୍ଷର ବାଳକକୁ ଘୁଷୁରୀ ଜଗାଳୀ ହେବା ପାଇଁ । ଘୁଷୁରୀ ପଲ ସହଦିନ ରାତି ଖରାବର୍ଷା, ଶୀତ କାକର ସବୁ କଟୁଛି ।

ବାପା ମାଆ ନେଇଥିଲେ ୧୦ ହଜାର ଟଙ୍କା ଋଣ । ଏବେ ସେହି ୧୦ ହଜାର ଋଣ ସୁଝୁଛି ଘୁଷୁରୀ ଜଗାଳୀ ହୋଇ ହରିଆ ମୁଣ୍ଡା । ଗରିବ ହୋଇଥିବାରୁ ଆବଶ୍ୟକତା ଥିବାବେଳେ ହରିଆର ବାପା ନେଇଥିଲେ ୧୦ ହଜାର ଟଙ୍କା ଋଣ । ହେଲେ ସମୟ କ୍ରମେ ସୁଝିପାରି ନଥିଲେ । ସେଥିପାଇଁ ବନ୍ଧା ପଡିଛି ହରିଆର ଜୀବନ ।

ତୁହାକୁ ତୁହା ବର୍ଷା, ଘଡ ଘଡିର କାନଫଟା ଭୟଙ୍କର ଚିତ୍କାର କି ହାଡ ଭଙ୍ଗା ଶୀତ ସବୁଥିରେ ହରିଆ ହାତରେ ବାଡିଟିଏ ଧରି ଘୁଷୁରୀଙ୍କ ପଛରେ ଦଉଡୁଥାଏ । ସତେ ଯେପରେ ଗାଁର ଏହି ଗହୀର ତା ପାଇଁ ପାଲିଟିଯାଇଛି ଦୁନିଆଁ । ପାଲ ତଳେ ଜୀବନ ବିତୁଛି । ନିଜେ ଥରେ ରାନ୍ଧି ୪ଦିନ ଖାଉଛି । ହେଲେ ଏ ଯାଇଁ ମୁକ୍ତିର ସ୍ୱାଦ ଚାଖିନି । ହରିଆର ଘର ଯାଜପୁର ପାଣି କୋଇଲି ହୋଇଥିବା ବେଳେ ସେ ଘର ଠାରୁ ବହୁ ଦୂରରେ କେନ୍ଦ୍ରାପଡା ମହାକାଳ ପଡାରେ ଘୁଷୁରୀ ଜଗୁଛି । ତା ବାପା ମାଆଙ୍କର ବି ଦେଖା ଦର୍ଶନ ନାହିଁ । ଘୁଷୁରୀ ଜଗାଳୀର ମାଡ ଗାଳିକୁ ବି ହରିଆର ଡର । ହେଲେ ବାଧ୍ୟ ସନ୍ତାନ ପରି ନିଜ ପିତୃଋଣକୁ ପରିଶୋଧ ପାଇଁ ପ୍ରତିଦିନ କାମ କରି ଚାଲିଛି ।

ହରିଆକୁ ଉଦ୍ଧାର କରିବାପାଇଁ ବିଭିନ୍ନ ଲୋକ ଦାବୀ କରିଛନ୍ତି। ତେବେ କେବେ ତା ଉପରେ ପ୍ରଶାସନିକ ଓ ଶିଶୁ ଅଧିକାର ଅଧିକାରୀଙ୍କ ଦୃଷ୍ଟି ପଡୁଛି ତାହା ଦେଖିବା କଥା ।

   ସମ୍ବନ୍ଧିତ ଖବର


ବାଲେଶ୍ବରରେ ନବୀନଙ୍କ ଡିଜିଟାଲ ରାଲି, କହିଲେ- କରୋନା ଦୂର ହେଲେ ଆପଣମାନଙ୍କ ପାଖକୁ ଆସିବି

ବିଦେଶୀ କମ୍ପାନୀର ସେୟାରରେ ପଇସା ଲଗାଇବା ହେଲା ସହଜ, ଆଉ କରନ୍ତୁନି ବିଳମ୍ବ

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

ଅନନ୍ୟ ଆରମ୍ଭ, ଆଗ୍ରହୀ ପ୍ରତିଭାକୁ ସୁଯୋଗ ଦେବ ନ୍ୟୁଜ 7: ଆସନ୍ତା ୩୦ ତାରିଖରୁ ଆରମ୍ଭ ହେଉଛି ନ୍ୟୁଜ୍ 7 କ୍ଷୁଦ୍ର ଚଳଚ୍ଚିତ୍ର ୨୦୨୦ ମହୋତ୍ସବ

ଚଳିତ ବର୍ଷ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ନାଗାର୍ଜୁନ ବେଶ ଦର୍ଶନ- କୋଭିଡ୍‌ କଟକଣା ଯୋଗୁଁ ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକରେ ନିଷ୍ପତ୍ତି

ଚଳିତ ବର୍ଷ କାର୍ତ୍ତିକରେ ଶ୍ରୀକ୍ଷତ୍ର ପୁରୀରେ ହବିଷ୍ୟାଳୀଙ୍କୁ ମନା- ନ ଆସିବା ପାଇଁ କହିଲେ ପୁରୀ ପ୍ରଶାସନ