ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ଅକ୍ଲାନ୍ତ ଚେଷ୍ଟା କଲେ ସ୍ତ୍ରୀ : ଗାର୍ଡମାନେ ଖୋଲିଲେନି ହସ୍ପିଟାଲ ଗେଟ୍ …

ମୁମ୍ବାଇ ୧୯/୪ : କରୋନା ଭାଇରସ ନେଇ ଦେଶରେ ପଡିଛି ତାଲା । ଆଉ ଏ ଭିତରେ ଲୋକଙ୍କ ଜରୁରୀକାଳୀନ ଚିକିତ୍ସାରେ ଅସୁବିଧାକୁ ନେଇ ଅନେକ ଖବର ସାମନାକୁ ଆସୁଛି । ଇଏ ଏମିତି ଏକ ଦୁଃଖଦ ଘଟଣା ।

ନାଭି ମୁମ୍ବାଇର ଜଣେ ମହିଳା ସମ୍ପୂର୍ଣ୍ଣ ଅସହାୟ ହୋଇପଡିଥିଲେ ,ଯେତେବେଳେ ଦୁଇଟି ଡାକ୍ତରଖାନା ତାଙ୍କ ଅସୁସ୍ଥ ସ୍ବାମୀ ( ବୃତ୍ତିରେ ଓକିଲ )ଙ୍କୁ ଚିକିତ୍ସା କରିବାକୁ ମନା କରିଦେଲେ। ଏହି ମହିଳାଙ୍କ ସ୍ୱାମୀ ହୃଦଘାତରେ ପୀଡିତ ହୋଇଥିଲେ।

ଆମ୍ବୁଲାନ୍ସରେ ଗୋଟିଏ ହସ୍ପିଟାଲରୁ ଅନ୍ୟ ହସ୍ପିଟାଲକୁ ନେବାର ଅନେକ ଚେଷ୍ଟା ପରେ ୫୬ ବର୍ଷିୟ ଜୟଦୀପ ସାୱନ୍ତଙ୍କୁ ଶେଷରେ ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ଠିକ ସମୟରେ ଚିକିତ୍ସା ନପାଇ ଚାଲିଗଲା ତାଙ୍କ ଜୀବନ । ନିଜେ ଓକିଲ ସାୱନ୍ତଙ୍କ ପତ୍ନୀ ଦୀପାଲି ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି।

ପୁରା ଘଟଣା ଏମିତି ଥିଲା :
ନାଭି ମୁମ୍ବାଇର ଭାସି ଅଞ୍ଚଳ ସେକ୍ଟର -୧୭ର ନିବାସୀ ଜୟଦୀପ ସାୱନ୍ତ । ସେ ୧୪ ଏପ୍ରିଲରେ ହୃଦଘାତରେ ପୀଡ଼ିତ ହେଲେ । ସେ ଦିନର ଭୋଜନ ଖାଇବା ପରେ ହତାଶ ଚେତାଶୂନ୍ୟ ହୋଇଗଲେ । ସେତେବେଳେ ତାଙ୍କର ନାଡି ଚାଲୁଥିଲା ଓ ସେ ଜୀବିତ ଥିଲେ। ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସକୁ ଡାକି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ ବୋଲି ତାଙ୍କର ପତ୍ନୀ କହିଛନ୍ତି ।

ପତ୍ନୀ ଦୀପାଲି କହିଛନ୍ତି, ଡାକ୍ତରଖାନାର ସୁରକ୍ଷା କର୍ମୀ ଗେଟ୍ ଖୋଲି ନଥିଲେ। ସେମାନେ କେବଳ କୋଭିଡ -୧୯ ରୋଗୀଙ୍କୁ ଭର୍ତ୍ତି କରୁଛନ୍ତି ଏବଂ ଅନ୍ୟ କୌଣସି ଜରୁରୀକାଳୀନ ପରିସ୍ଥିତି ପାଇଁ ନୁହେଁ ବୋଲି ସୁରକ୍ଷା କର୍ମୀ କହିଥିଲେ।

ଏହା ପରେ ସେ ସ୍ବାମୀଙ୍କୁ ନେଇ ସେକ୍ଟର-୧୦ର ନିଗମ ହସ୍ପିଟାଲକୁ ଯାଇଥିଲେ। କିନ୍ତୁ ସେଠାରେ ମଧ୍ୟ ଭିତରକୁ ଯିବାକୁ ଅନୁମତି ଦିଆଯାଇନଥିଲା । ଏହା ପରେ ସେ ନେରୁଲର ଡି ଓ୍ବାଇ ପାଟିଲ ହସ୍ପିଟାଲକୁ ଯାଇଥିଲେ।

ସାୱନ୍ତଙ୍କ ଶୋକସନ୍ତପ୍ତ ପତ୍ନୀ କହିଛନ୍ତି ଯେ ଆମେ ସେଠାରେ ପହଞ୍ଚିବା ବେଳକୁ ୩୦ ମିନିଟ୍ ବିଳମ୍ବ ହୋଇଯାଇଥିଲା ଏବଂ ତାଙ୍କୁ ସେଠାରେ ମୃତ ଘୋଷଣା କରାଯାଇଥିଲା।

   ସମ୍ବନ୍ଧିତ ଖବର


ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ

ମିସ୍ ଇଣ୍ଡିଆ ୟୁନିଭର୍ସ -୨୦୨୦ ମୁକୁଟ ଜିତିଲେ ବୈଷ୍ଣବୀ ସିଂ, ମେଧାବୀ ଛାତ୍ରୀ ସହ ଜଣେ ଭଲ ମଡେଲର